ବ୍ୟାଙ୍କ ଗୁଡିକ ଡିଜିଟାଲ କାରବାର ବୃଦ୍ଧି ଉପରେ ଗୁରୁତ୍ବ ଦିଅନ୍ତୁ, ଭାରତରେ ରୁପେ କାର୍ଡ ବ୍ୟବହାର ବୃଦ୍ଧି କରାଯିବ-ସୀତାରମଣ

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧/୧୧ : ଭାରତରେ ଦିନକୁ ଦିନ ଡିଜିଟାଲ କାରବାର ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରାକରଙ୍କ ସ୍ବୀକୃତି ପ୍ରାପ୍ତ ଏବଂ ବ୍ୟାଙ୍କ ଗୁଡିକ ସହିତ ସଂଯୋଗ କରି ବିଭିନ୍ନ ଆପ ୟୁପିଆଇ ମାଧ୍ୟମରେ ଅନଲାଇନ କାରବାର ଜାରି ରଖିଛନ୍ତି । ଏହା ଦ୍ବାରା ଟଙ୍କା ନେଣଦେଣ ପ୍ରକ୍ରିୟା ସହଜ ହେବା ସହିତ କ୍ୟାସଲେସ କାରବାର ବୃଦ୍ଧି ପାଉଛି । ତେବେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ୭୩ତମ ବାର୍ଷିକ ବୈଠକ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଡିଜିଟାଲ କାରବାର ଆହୁରି ବୃଦ୍ଧି କରିବାକୁ ବ୍ୟାଙ୍କ ଗୁଡିକୁ ପରାମର୍ଶ ଦେଇଛନ୍ତି । ତା ସହିତ ସବୁ ଖାତାରେ ଆଧାର ଲିଙ୍କ୍ ହୋଇଛି କି ନାହିଁ ତାହା ବ୍ୟାଙ୍କ ଗୁଡିକ ସ୍ପଷ୍ଟ କରିବା ଉଚିତ ବୋଲି ସୀତାରମଣ କହିଛନ୍ତି । ଯଦି ନହୋଇଥାଏ ତେବେ ୨୦୨୧ ମାର୍ଚ୍ଚ-୩୧ ସୁଦ୍ଧା ସବୁ ଖାତାରେ ଆଧାର କାର୍ଡ ଲିଙ୍କ୍ ଶେଷ କରିବାକୁ ବ୍ୟାଙ୍କ ଗୁଡିକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।


ତେବେ ଭାରତରେ ରୁପେ କାର୍ଡ ପ୍ରଚଳନ ବୃଦ୍ଧି ହେବ । କରୋନା ମହାମାରୀ ସମୟରେ ରୁପେ କାର୍ଡ ବିଶ୍ବସ୍ତରରେ ଅଧିକ ପ୍ରଚଳନ ହୋଇଛି । ଭାରତରେ ମଧ୍ୟ ଏହାର ପ୍ରଚଳନ ଅଧିକ ରୁ ଅଧିକ କରାଯିବାକୁ ଯୋଜନା କରାଯାଉଛି । ରୁପେ କାର୍ଡ ଏନପିସିଆଇ ଦ୍ବାରା ପ୍ରଚଳନ କରାଯାଇଥିଲା । ସୀତାରମଣ କହିଛନ୍ତି ଯେ ଭାରତରେ ବ୍ୟାଙ୍କ ଗୁଡିକ ଗ୍ରାହକଙ୍କୁ ଅନ୍ୟ କୌଣସି କାର୍ଡ ଦେବା ସମୟରେ ରୁପେ କାର୍ଡ ମଧ୍ୟ ଦେବାପାଇଁ ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତକୁ ବର୍ତ୍ତମାନ ଅଧିକ ଗରୁତ୍ବ ଦେଉଛନ୍ତି । ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାଙ୍କ ଗୁଡିକ ନନ୍-ଡିଜିଟାଲ ପେମେଣ୍ଟ ହ୍ରାସ କରି ଡିଜିଟାଲ ପେମେଣ୍ଟ ବୃଦ୍ଧି କରିବା ପାଇଁ ପ୍ରୟାସ କରନ୍ତୁ ।

{"id":359828,"width":571,"height":222,"sizeSlug":"large"}


ବ୍ୟାଙ୍କ ଗୁଡିକ ସହିତ ଆଲୋଚନା ସମୟରେ ସୀତାରମଣ କହିଛନ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ଅନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟ କାରବାର ବୃଦ୍ଧି କରିବା ସହିତ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ । ତେବେ ଦେଶରେ ଆଉ ୮ଟି ବ୍ୟାଙ୍କ ଏସବିଆଇ ଭଳି କାରବାର କରିବା ଆବଶ୍ୟକ । ବ୍ୟାଙ୍କ ଗୁଡିକ ତୃଣମୂଳ ସ୍ଥରକୁ ଯାଇ ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ସେବା ଯୋଗାଇଦେବା ଆବଶ୍ୟକ ।


ଆଲୋଚନା କାଳରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ବ୍ୟାଙ୍କ ଗୁଡିକ ବିଭିନ୍ନ ପ୍ରଡକଟିଭ୍ ସେକ୍ଟରରେ ଆର୍ଥିକ କାରବାର ବୃଦ୍ଧି କରିବା ସହିତ ଅଧିକ କ୍ରେଡିଟ୍ ଯେପରି ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଅର୍ଥ ସଚିବ ଦେବାଶିଷ ପଣ୍ଡା କହିଛନ୍ତି, ଅଧିକ ଜ୍ଞାନ କୌଶଳ ବୃଦ୍ଧି ପାଇଁ ବ୍ୟାଙ୍କ ଗୁଡିକ ପ୍ରୟାସ କରିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.