ଚିଟଫଣ୍ଡ ମାମଲାରେ ପୁଣି ସକ୍ରିୟ ହେଲା ସିବିଆଇ: ଭୋପାଲରୁ ଗିରଫ କଲା ନିରମଲ ଇନଫ୍ରାର ଏମଡିକୁ

Published By : Prameya-News7 Bureau | September 29, 2018 IST

ଭୁବନେଶ୍ବର୨୯|୯:ପୁଣି ସିବିଆଇ ଆକ୍ଟିଭ । ଚିଟଫଣ୍ଡ ଟଙ୍କା ହଡପ ଘଟଣାରେ ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଏମଡି ନିରଞ୍ଜନ ସକସେନାକୁ ଗିରଫ କରିଛି ସିବିଆଇ । ଭୋପାଳରୁ ନିରଞ୍ଜନକୁ ଗିରଫ କରିବା ପରେ ସିବିଆଇ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଆଣି ଭୁବନେଶ୍ବର ସ୍ପେସାଲ ସିଜିଏମ କୋର୍ଟରେ ହାଜର କରିଛି । ତା ସହ ନିଞ୍ଜନକୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଯାଇଛି । ଦୀର୍ଘ ଦିନର ନିରବତା ପରେ ପୁଣିଥରେ ଚେଇଁ ଉଠିଛି ସିବିଆଇ । ଚିଟଫଣ୍ଡ ଟଙ୍କା ହଡପ ଘଟଣାରେ ସିବିଆଇ ପଞ୍ଝାରେ ପଡିଛି ଆଉ ଜଣେ ଏମଡି । ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ କମ୍ପନୀର ଏମଡି ନିରଞ୍ଜନ ସକସେନାକୁ ଗିରଫ କରିଛି ସିବିଆଇ । ମଧ୍ୟପ୍ରଦେଶ ପୋଲିସ ସହାୟତାରେ ଭୋପାଳରୁ ନିରଞ୍ଜନକୁ ସିବିଆଇ କରିଛି ଗିରଫ । ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ନାରେ ନିରଞ୍ଜଜନ ଚିଟଫଣ୍ଡ ଠକେଇ କରୁଥିଲେ । ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କଠାରୁ ୫୦୦ ରୁ ଉର୍ଧ ଟଂକା ଳୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିଭିନ୍ନ ଥାରେ ମାମଲା ମଧ୍ୟ ଦାୟର ହୋଇଥିଲା । ଅନ୍ୟପଟେ ଓଡିଶାରେ ମଧ୍ୟ ନିରଞ୍ଜଜନ ତାଙ୍କ ଚିଟଫଣ୍ଡ ନେଟଓାର୍କ ଅବାଧରେ ଚାଳାଇ ଆସୁଥିଲେ । ପାଖାପାଖି ୧୦୦ କୋଟିରୁ ଉର୍ଧ ଟଙ୍କା ହଡପ କରିଥିବା ସିବିଆଇ ସୁତ୍ରରୁ ଜଣାପଡିଛି । ଏହାକୁ ନେଇ ନିରଞ୍ଜନଙ୍କ ସମେତ ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ନାରେ ବିଭିନ୍ନ ଥାନାରେ ମଧ୍ୟ ମାମଲା ଦାୟର ହୋଇଥିଲା । ଏ ସମସ୍ତ ଘଟଣାକୁ ନେଇ ସିବିଆଇ ସ୍କାନରରେ ଥିଲେ ନିରଞ୍ଜନ । ଭୋପାଳରୁ ନିରଞ୍ଜଜନକୁ ଗିରଫ କରିବା ପରେ ସିବିଆଇ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଆଣି ଭୁବନେଶ୍ବର ସ୍ପେସାଲ ସିଜିଏମ କୋର୍ଟରେ ହାଜର କରିଥିଲା । କୋର୍ଟରେ ହାଜର ପରେ ନିରଞ୍ଜନକୁ ୧୪ ଦିନ ପାଇଁ ଜୁଡିସିଆଲ କୋଷ୍ଟିଡିକୁ ପଠାଯାଇଛି । ଏବେ ନିରଞ୍ଜନ ଝାରପଡା ଜେଲରେ ଅଛି । ପୂର୍ବରୁ ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଘଟଣାରେ କମ୍ପାନୀର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିଲା । ତେବେ ନିଞ୍ଜନକୁ ଜେରା କରିବା ପାଇଁ ସିବିଆଇ ସମସ୍ତ ପ୍ରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଘଟଣାରେ କିଏ କିଏ ସମ୍ପୃକ୍ତ । ରାଜନେତା, ପୋଲିସ, ସରକାରୀ ବାବୁମାନେବି ଏହି ଚିଟଫଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସିବିଆଇ ସୁତ୍ରରୁ ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.