ଏବେ ଯେଉଁ ତାରିଖ ସ୍ଥିର ହେବ ତାହା ଚୂଡାନ୍ତ ହେବ, ସେହି ଦିନ ଚାରି ଦୋଷୀ ଫାଶୀରେ ଝୁଲିବେ

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୦୪।୦୩- ନିର୍ଭୟା ମାମଲାର ଦୋଷୀମାନେ ଦେଶର ଆଇନ ବ୍ୟବସ୍ଥାରେ ଥିବା ଜଟିଳ ପ୍ରକ୍ରିୟାର ଦୁରୁପଯୋଗ କରି ଏହାର ଫାଇଦା ଉଠାଇ ଚାଲିଛନ୍ତି। ଫଳରେ ତିନି ଥର ଦୋଷୀଙ୍କ ଡେଥ ଓ୍ଵାରେଣ୍ଟ ଉପରେ ସ୍ଥଗିତାଦେଶ ବାରମ୍ବାର ଜାରି ହେଉଛି। ଦେଶର ଏହି ପ୍ରକାରର ଆଇନ ବ୍ୟବସ୍ଥା ଉପରେ ଦେଶର ଜନତା କ୍ଷୋଭ ପ୍ରକାଶ କରିଛନ୍ତି। ଏହି କ୍ରମରେ ନିର୍ଭୟାର ମାତା-ପିତାଙ୍କ ଓକିଲ ସୀମା କୁଶଓ୍ଵାହ କହିଛନ୍ତି ଯେ, ଆଜି ଆମେ ପଟିଆଲା ହାଉସ କୋର୍ଟରେ ନୂତନ ଯାଚିକା ଦାୟର କରି ଫାଶୀ ପାଇଁ ନୂତନ ତାରିଖ ନିର୍ଦ୍ଧାରଣ କରିବାକୁ ନିବେଦନ କରିବୁ। ଏବେ ଯେଉଁ ତାରିଖ ସ୍ଥିର ହେବ ତାହା ଚୂଡାନ୍ତ ଫାଶୀ ତାରିଖ ହେବ ବୋଲି ସେ କହିଛନ୍ତି। ସଂପ୍ରତି ଚାରି ଦୋଷୀ ନିଜର ସମସ୍ତ ଅଧିକାରର ସଂପୂର୍ଣ୍ଣ ବ୍ୟବହାର କରି ସାରିଛନ୍ତି।

wp:core-embed/twitter {"url":"https://twitter.com/AHindinews/status/1235128822783074304?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235128822783074304\u0026ref_url=https%3A%2F%2Fm.dailyhunt.in%2Fnews%2Findia%2Fhindi%2Fupuklive-epaper-upuklive%2Fab%2Bjo%2Btarikh%2Btay%2Bhogi%2Bvo%2Bphainal%2Btarikh%2Bhogi%2Bjisame%2Bin%2Bcharo%2Bdoshiyo%2Bko%2Bphansi%2Bdi%2Bjaegi-newsid-169467364","type":"rich","providerNameSlug":"twitter","className":""}
https://twitter.com/AHindinews/status/1235128822783074304?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235128822783074304&ref_url=https%3A%2F%2Fm.dailyhunt.in%2Fnews%2Findia%2Fhindi%2Fupuklive-epaper-upuklive%2Fab%2Bjo%2Btarikh%2Btay%2Bhogi%2Bvo%2Bphainal%2Btarikh%2Bhogi%2Bjisame%2Bin%2Bcharo%2Bdoshiyo%2Bko%2Bphansi%2Bdi%2Bjaegi-newsid-169467364
/wp:core-embed/twitter

ଏହା ଏଥିପାଇଁ କୁହାଯାଉଛି କାରଣ ଯଦି ଜଜ ନୂତନ ମୃତ୍ୟୁ ପରଓ୍ଵାନ ଜାରି କରନ୍ତି ତେବେ ୧୪ ଦିନ ପରେ ଦୋଷୀଙ୍କ ମୃତ୍ୟୁ ତାରିଖ ମିଳିବ। ତେଣୁ ନିର୍ଭୟା ଦୋଷୀଙ୍କ ଫାଶୀ ମାର୍ଚ୍ଚରେ ହେବା ନିଶ୍ଚିତ ଲାଗୁଛି।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ଅଦାଲତ ପବନ ଗୁପ୍ତାର ରାଜକ୍ଷମା ଯାଚିକା ରାଷ୍ଟ୍ରପତିଙ୍କଠାରେ ବିଚାରଧୀନ ଥିବାରୁ ଚତୁର୍ଥ ଥର ନିର୍ଭୟା ଦୋଷୀଙ୍କ ଫାଶୀ ଘୁଂଚାଇ ଦେଇଥିଲେ। ସେହି ସମୟରେ ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ୧୨ ଘଣ୍ଟା ସମୟ ବାକି ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.