ଖାସ୍ ମହିଳାଙ୍କ ପାଇଁ ନିର୍ମିତ ରିଭଲଭର ‘ନିର୍ଭିକ’ର ଦେଶରେ ବଢୁଛି ବିକ୍ରି , ଜାଣନ୍ତୁ ଏହାର ମୂଲ୍ୟ ଓ ବିଶେଷତା

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ:  ପ୍ରାୟ ୭ ବର୍ଷ ପୂର୍ବେ ରାଜଧାନୀ ଦିଲ୍ଲୀରେ ଘଟିଥିବା ନିର୍ଭୟା କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିଲା। ଦେଶରେ ମହିଳାଙ୍କ ସୁରକ୍ଷା ପାଲଟିଥିଲା ସମସ୍ତଙ୍କ ଚିନ୍ତାର କାରଣ। ଏଥିରେ କାନପୁରସ୍ଥିତ ସରକାରୀ ଯୁଦ୍ଧାସ୍ତ୍ର ନିର୍ମାତା ଅର୍ଡାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ ନିମନ୍ତେ ଏକ ଖାସ ରିଭଲଭର ବିକଶିତ କରିଥିଲା। ‘ନିର୍ଭିକ’ ନାମକରଣ କରାଯାଇଥିବା ଏହି ଶସ୍ତ୍ରର ଏବେ ଦେଶରେ ଖୁବ୍ ବିକ୍ରି ଚାଲିଛି। ଏଭଳି ଗୁରୁତର ମାମଲାର ନିର୍ଭିକ ବେଶ ନିୟନ୍ତ୍ରଣ ମଧ୍ୟ କରୁଛି।

{"id":136030}

ବଜାରରେ ଏହି ରିଭଲଭର ପ୍ରାୟ ୫ ବର୍ଷ ତଳେ ଲଞ୍ଚ ହୋଇଥିଲା। ତେବେ ଇତିମଧ୍ୟରେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ୨ହଜାର ୫ଶହଟି ରିଭଲଭର ବିକ୍ରି ହୋଇଗଲାଣି। ଅନ୍ତର୍ଜାତୀୟ ପୋଲିସ ଏକ୍ସପୋରେ ଏହି ଅସ୍ତ୍ରକୁ ଅର୍ଡାନ୍ସ ଫ୍ୟାକ୍ଟ୍ରି ପ୍ରଦର୍ଶନ ବି କରିଛି। ଫ୍ୟାକ୍ଟ୍ରିବୋର୍ଡର ଜନୈକ ପ୍ରତିନିଧି ନିର୍ଭିକକୁ ଆତ୍ମରକ୍ଷାର ଏକ ସଶକ୍ତ ଉପାୟ ବୋଲି  କହିଥିବା ବେଳେ ମହିଳା ସେମାନଙ୍କ ପର୍ସରେ ବି ଏହାକୁ ରଖିପାରିବେ ବୋଲି କହିଥିଲେ । ତେବେ ଏଭଳି ଅସ୍ତ୍ରର ବିକ୍ରିର ଖାସ ପରିଣାମ ମଧ୍ୟ ଦେଖିବାକୁ ମିଳୁଥିବା କହିଛନ୍ତି ଜନୈକ ଲୋକପ୍ରତିନିଧି।

{"id":136031}

ବଜାରରେ ଉପଲବ୍ଧ ହେଉଥିବା ଅନ୍ୟ ରିଭଲଭରର ଓଜନ ୭ଶହ ଗ୍ରାମ ପାଖାପାଖି ରହୁଥିବା ବେଳେ ନିର୍ଭିକ ୫ଶହ ଗ୍ରାମର । ଏହା ଛଡା ରକ୍ଷଣାବେକ୍ଷଣା ନଥିବା ଯୋଗୁ ଏଭଳି ଅସ୍ତ୍ର ଲାଗି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି। ବଜାରରେ ଗୋଟିଏ ନିର୍ଭିକର ଏକ୍ସ-ସୋ ରୁମ ପ୍ରାଇସ ୧ଲକ୍ଷ ୨୦ ହଜାର ଟଙ୍କା ରହିଛି। ତେବେ ଜିଏସଟି ଓ ଅନ୍ୟାନ୍ୟ ଶୁଳ୍କ ସମେତ ଲୋକେ ୧ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ରିଭଲଭରର କିଣୁଛନ୍ତି। ତେବେ ଅନ୍ୟ ରିଭଲଭରଠାରୁ ଏହା ମହଙ୍ଗା ହୋଇଥିଲେ ମଧ୍ୟ ଏବେ ଏହା ଦେଶରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.