Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ଇଜ୍ଜତ ନେଲେ, ମାରିଲେ ଓ ଲୁଟିଲେ: ରାଜସ୍ଥାନରୁ ମିଳିଥିଲା ନିର୍ଭୟାଙ୍କ ଫୋନ, ବିହାରରୁ ସୁନା ମୁଦି

20/03/2020 at 7:35 PM

ନୂଆଦିଲ୍ଲୀ ୨୦/୦୩ : ନିର୍ଭୟାଙ୍କ ସହ ୬ଜଣ ଦୁଷ୍କର୍ମକାରୀ କିଭଳି ଗଣଦୁଷ୍କର୍ମ କରିଥିଲେ ତାହା ତାଙ୍କ ଅବସ୍ଥା ଦେଖି ସ୍ପଷ୍ଟ ହୋଇଯାଇଥିଲା| ନିର୍ଭୟାଙ୍କ ପୋଷାକ ଖୋଲି ଦୁଷ୍କର୍ମକାରୀମାନେ ବସ୍‌କୁ ପରିସ୍କାର କରିଥିଲେ। ଏହା ପରେ ସେହି ପୋଷାକରେ ନିଆଁ ଲଗାଇ ଜାଳି ଦେଇଥିଲେ।| ନିର୍ଭୟା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଜିନିଷକୁ ଦୁଷ୍କର୍ମକାରୀ ଚୋରି କରି ନେଇଥିଲେ।| ଲୁଟି ନେଇଥିବା କିଛି ଜିନିଷ ବିହାର ଔରଙ୍ଗାବାଦରୁ ଓ ଆଉ କିଛି ରାଜସ୍ଥାନ କାରୋଲି ଗାଁରୁ ଜବତ ହୋଇଥିଲା | ଦୁଷ୍କର୍ମକାରୀ ରହୁଥିବା ଅଞ୍ଚଳରୁ ମଧ୍ୟ କିଛି ଜିନିଷ ଜବତ ହୋଇଥିଲା |

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ଦୁଷ୍କର୍ମକାରୀ ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ସହ ତାଙ୍କ ପୁରୁଷ ବନ୍ଧୁଙ୍କର କିଛି ଜିନିଷ ଚୋରି କରି ନେଇଥିଲେ| ୬ ଜଣ ଦୁଷ୍କର୍ମକାରୀ ନିଶାସକ୍ତ ଅବସ୍ଥାରେ ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ରାତି ପ୍ରାୟ ୯ଟା ବେଳେ ମୁନିରକା ବସ ଷ୍ଟାଣ୍ଡରୁ ନିର୍ଭୟା ଓ ତାଙ୍କ ପୁରୁଷ ବନ୍ଧୁ ବସ୍‌ରେ ଚଢ଼ିଥିଲେ | ବସରେ ଚଢିବା ପରେ ଏମାନେ ଉଭୟଙ୍କ ସହ ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ|

ନିଶାସକ୍ତ ଥିବା ୬ ଜଣଙ୍କ ମଧ୍ୟରୁ ପ୍ରଥମେ ଜଣେ ନିର୍ଭୟାଙ୍କ ବନ୍ଧୁଙ୍କୁ ଚାପୁଡ଼ା ମାରିଥିଲା | ଆଉ ଜଣେ ନିର୍ଭୟାଙ୍କୁ ଭିଡି ଧରିଥିଲା | ଏହା ପରେ ଜଣ ଜଣ କରି ନିର୍ଭୟାଙ୍କ ସହ ଦୁଷ୍କର୍ମ କରିଥିଲେ | ଦୋଷୀମାନେ ତାଙ୍କର ସବୁ ଜିନିଷ ଲୁଟି ନେଇଥିଲେ | ଏହାପରେ ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ବସ୍‌ରୁ ବାହାରକୁ ଠେଲି ଦେଇଥିଲେ | ଲୁଟିଥିବା ଜିନିଷ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ | ମୁକେଶ ସିଂହ ନିର୍ଭୟାଙ୍କ ବନ୍ଧୁଙ୍କ ସ୍ମାର୍ଟ ଫୋନ ରାଜସ୍ଥାନ କରୋଲିରୁ ଜବତ ହୋଇଥିଲା | ମୁଖ୍ୟ ଦୋଷୀ ରାମ ସିଂହ ନିର୍ଭୟାଙ୍କ ମାଙ୍କ ଡେବିଟ କାର୍ଡ ନେଇଯାଇଥିଲା |

ନିର୍ଭୟାଙ୍କ ବନ୍ଧୁ ଘଟଣାର ୩ ଦିନ ପରେ ଅର୍ଥାତ ଡିସେମ୍ବର ୧୯ ତାରିଖ ଅପରାହ୍ନ ସାଢେ ୩ଟାରେ ବୟାନ ରେକର୍ଡ ହୋଇଥିଲା | ବୟାନ ଅନୁଯାୟୀ, ଦୁଷ୍କର୍ମକାରୀ ତାଙ୍କ ଠାରୁ ଦୁଇଟି ସ୍ମାର୍ଟ ଫୋନ, ପର୍ସ, ୧୦୦୦ ଟଙ୍କା, ସିଟି ବ୍ୟାଙ୍କ କ୍ରେଡିଟ କାର୍ଡ, ଆଇସିଆଇସିଆଇ ଡେବିଟ କାର୍ଡ, କମ୍ପାନୀ ଆଇଡି କାର୍ଡ, ଦିଲ୍ଲୀ ମେଟ୍ରୋର ସ୍ମାର୍ଟ କାର୍ଡ ଛଡେଇ ନେଇଥିଲେ| ଏହାସହ ଏକ ସୁନା ଓ ରୁପା ମୁଦି ଲୁଟି ନେଇଥିଲେ | ଦୋଷୀମାନେ ନିର୍ଭୟା ଓ ତାଙ୍କ ଘଣ୍ଟା ମଧ୍ୟ ଛଡେଇ ନେଇଥିଲେ |

   Related Posts