Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶୀ?ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ହେବ ଶୁଣାଣି

4/02/2020 at 10:52 PM

ନୂଆଦିଲ୍ଲୀ୪/୨: ନିର୍ଭୟା କାଣ୍ଡରେ ଦୋଷୀଙ୍କୁ କେବେ ଦଣ୍ଡ ଦିଆଯିବ ଏନେଇ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ ।  ଫାଶୀ ଦଣ୍ଡାଦେଶ ଉପରେ ତଳକୋର୍ଟ ସ୍ଥଗିତାଦେଶ ଜାରି କରିଥିବାରୁ ଏହାକୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ଆବେଦନରେ ଦର୍ଶାଇଥିଲେ। 

ଯାହା ଉପରେ ଆସନ୍ତାକାଲି ଶୁଣାଣି କରିବେ ହାଇକୋର୍ଟ। ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ବିରୋଧରେ ମୁକେଶ  ଏବଂ ବିନିୟ ଦର୍ଶାଇଥିଲେ ଯେ ଏପର୍ଯ୍ୟନ୍ତ ସେମାନଙ୍କ ରାଜକ୍ଷମା  ଆବେଦନ ନିଷ୍ପତ୍ତି ଆସିନାହିଁ। ତେଣୁ ଫାଶୀ ରଦ୍ଦ କରିବାକୁ ଆବେଦନ କରିଥିଲେ।  ତଳକୋର୍ଟ ଫାଶୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିବା ବେଳେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର। ରବିବାର ଦିନ ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

   Related Posts