“କୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ଖୁସି , କିନ୍ତୁ ଦୋଷୀମାନେ ଶୀଘ୍ର ଫାଶୀରେ ଝୁଲିଲେ ହିଁ , ବେଶି ଖୁସି ହେବି”

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ ୦୫।୦୨: ୨୦୧୨ ଗଣଦୁଷ୍କର୍ମ ମାମଲାରେ  ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ନିର୍ଭାୟାଙ୍କ ମାଆ ଆଶା ଦେବୀ । ବୁଧବାର ଅର୍ଥାତ ଆଜି ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକସାଙ୍ଗରେ ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ। ଏବଂ ଏକ ସପ୍ତାହ ମଧ୍ୟରେ ୪ ଦୋଷୀ ନିଜର ସମସ୍ତ ଆଇନଗତ କାର୍ଯ୍ୟ ଶେଷ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ମାନ୍ୟବର ହାଇକୋର୍ଟଙ୍କ ରାୟ ପରେ ଆଶା ଦେବୀ କହିଛନ୍ତି ଯେ, କୋର୍ଟଙ୍କ ରାୟକୁ ମୁଁ ସ୍ବାଗତ କରୁଛି । ସମସ୍ତ ଚାରିଜଣ ଦୋଷୀଙ୍କୁ ଏକ ସପ୍ତାହ ମଧ୍ୟରେ ନିଜର ଆଇନଗତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ଦୋଷୀଙ୍କୁ ତାଙ୍କର ଉପଯୁକ୍ତ ଦଣ୍ଡ ମିଳିବା ନେଇ ଆଉ ଏକ ରାସ୍ତା ପରିଷ୍କାର ହେବ ।

ତେବେ ଜାନୁଆରୀ ମାସରେ ଚାରିଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । କିନ୍ତୁ ଦୋଷୀଙ୍କ ଓକିଲ ଏ.ପି ସିଂହ  ମୋତେ ଚ୍ୟାଲେଞ୍ଜ କରିଥିଲେ । ଏବଂ ଦୋଷୀଙ୍କୁ କେବେ ବି ଫାଶୀ ଦିଆଯାଇପାରିବ ନାହିଁ ବୋଲି ଓକିଲ କହିତିଲେ ବୋଲି ଆଶା ଦେବୀ କହିଛନ୍ତି । କିନ୍ତୁ ମୁଁ ମୋ ଲଢେଇ ଜାରି ରଖିବି ।

ଜଷ୍ଟିସ୍ ସୁରେଶ କୁମାର ଟ୍ରାଏଲ କୋର୍ଟଙ୍କ ଆଦେଶ ବିରୋଧରେ କେନ୍ଦ୍ରର ଆବେଦନକୁ ଖାରଜ କରିଦେଇଛନ୍ତି ।  ଯେଉଁ ଦୋଷୀମାନଙ୍କର ଅନ୍ୟ କୌଣସି ନ୍ୟାୟିକ ବିକଳ୍ପ ନାହିଁ ସେମାନଙ୍କୁ ପାଶୀ ଦିଆଯିବା ଉଚିତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା  । କିନ୍ତୁ ତାକୁ ଖାରଜ କରି ଏକାଠି ୪ଦୋଷୀଙ୍କ ଫଶୀରେ ଝୁଲାଇବାକୁ କହିଛନ୍ତି କୋର୍ଟ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.