ଜଣେ ମାଆର ପଣତକାନିକୁ ଧରି କାନ୍ଦିଲେ ଆଉ ଜଣେ ମାଆ: ଛଳଛଳ ଆଖିରେ କ'ଣ କହିଲେ ନିର୍ଭୟାଙ୍କ ମାଆ...?

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ୮/୧: ନିର୍ଭୟା ମାଆଙ୍କ ପଣତକାନିକୁ ଧରି କାନ୍ଦିଲେ ଜଣେ ଅଭିଯୁକ୍ତର ମାଆ। ନିର୍ଭୟା ଦୋଷୀଙ୍କୁ ବିରୋଧରେ ପଟିଆଲ ହାଉସ୍ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛି। ଜାନୁଆରୀ ୨୨ ତାରିଖରେ ଦୋଷୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି କୋର୍ଟ ଓ୍ବାରେଣ୍ଟ ଜାରି କରିଛି। ଡେଥ୍‌ ଓ୍ବାରେଣ୍ଟ ଜାରି ହେବା ମାତ୍ରେ ନିର୍ଭୟାଙ୍କ ମାଆ ଓ ତାଙ୍କ ସଂପର୍କୀୟଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା।

{"id":208682,"sizeSlug":"large"}

ଗତ ମଙ୍ଗଳବାର ଦିନ ୩ଟା ୫୪ ମିନିଟ୍‌ରେ ଅଦାଲତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ମୁକେଶର ମାଆ ନିର୍ଭୟାଙ୍କ ମାଆଙ୍କ ପଣତକାନିକୁ ଧରି କାନ୍ଦିଥିଲେ। ଅଭିଯୁକ୍ତର ମାଆ କହିଥିଲେ- ମୋ ପୁଅକୁ କ୍ଷମା କରିଦିଅ। ସେ ମୁକେଶର ଜୀବନ ଭିକ୍ଷା କରିଥିଲେ।

{"id":208683,"sizeSlug":"large"}

ତେବେ ଏହି ସମୟରେ ନିର୍ଭୟା ମାଆଙ୍କ ଆଖିରେ ବି ଲୁହ ଚାଲି ଆସିଥିଲା। ଛଳଛଳ ଆଖିରେ ନିର୍ଭୟାଙ୍କ ମାଆ କହିଥିଲେ- ନିର୍ଭୟା ତାଙ୍କ ଗେହ୍ଲା ଝିଅ ଥିଲା। ତାଙ୍କ ସାଙ୍ଗରେ ଯାହା ହୋଇଛି ସେସବୁ କେମିତି ଭୁଲିଯିବେ। ନିର୍ଭୟାଙ୍କ ମାଆ ଆହୁରି ମଧ୍ୟ କହିଥିଲେ ନ୍ୟାୟ ପାଇଁ ସାତ ବର୍ଷ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା।

{"id":208684,"sizeSlug":"large"}

ମଙ୍ଗଳବାର ଦିନ ୪ଟା ୭ ମିନିଟ୍‌ରେ ଭିଡିଓ କନ୍‌ଫରେନ୍‌ସ୍‌ ମାଧ୍ୟମରେ ଦୋଷୀଙ୍କୁ ପେସ୍ କରାଯାଇଥିଲା। ଦିନ ୪.୩୩ ମିନିଟ୍‌ରେ ଦୋଷୀଙ୍କ ବିରୋଧରେ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଥିଲା। ନିର୍ଭୟାଙ୍କ ବାପା କହିଥିଲେ ଆଜି ତାଙ୍କ ପାଇଁ ବହୁତ ଖୁସିର ଦିନ। ତାଙ୍କ ଝିଅ ନିର୍ଭୟାଙ୍କୁ ନ୍ୟାୟ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.