Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସରିନି ସଂଘର୍ଷ , ଏବେ ସାରାଦେଶରେ ଝିଅଙ୍କ ପାଇଁ ସେ ଲଢିବେ, ମାର୍ଚ୍ଚ ୨୦କୁ ପାଳିବେ ନିର୍ଭୟା ଦିବସ

21/03/2020 at 2:26 PM

ନୂଆଦିଲ୍ଲୀ ୨୧/୩: ନିର୍ଭୟାଙ୍କ ୪ଦୋଷୀ ପଓ୍ବନ,ମୁକେଶ,ଅକ୍ଷୟଙ୍କୁ ଶୁକ୍ରବାର ସକାଳ ୫:୩୦ରେ ଫାଶୀ ଦିଆଯାଇଛି। ଦୋଷୀଙ୍କ ଫାଶୀ ପରେ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ଯେ ମାର୍ଚ୍ଚ ୨୦ତାରିଖକୁ ସେ ନିର୍ଭୟା ଦିବସ ରୂପେ ପାଳନ କରିବେ। ଦେଶରେ ଅନ୍ୟ ଝିଅଙ୍କ ଲଢ଼େଇ ମଧ୍ୟ ସେ ଲଢ଼ିବେ। ଫାଶୀ ହେବା ପରେ ତିହାର ଜେଲ୍ ବାହାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଲୋକେ ‘ନିର୍ଭୟା ଅମର ରହେ’ ନାରା ଦେଇଥିଲେ।

ଆଶା ଦେବୀ କହିଥିଲେ,‘ ଦିନେ ନା ଦିନେ ସତ ବାହାରକୁ ଆସିଥାଏ ଏବଂ ନିଜ ରଙ୍ଗ ଦେଖାଇଥାଏ। ବିଳମ୍ବରେ ବି ହେଉ,କିନ୍ତୁ ପାପର ଅନ୍ତ ଘଟିଛି। ଦୋଷୀଙ୍କୁ ଫାଶୀ ହୋଇଛି। ନିର୍ଭୟାଙ୍କ ସହ ପୂରା ଦେଶକୁ ନ୍ୟାୟ ମିଳିଛି। ଏହା ୭ବର୍ଷର ସଂଘର୍ଷ ଥିଲା। ମାର୍ଚ୍ଚ ୨୦ ମହିଳା ଏବଂ ଶିଶୁଙ୍କ ନାଁରେ ସମର୍ପିତ ହେବ, ଯେଉଁ ଦିନ ପୂରା ଦେଶକୁ ନ୍ୟାୟ ମିଳିଲା।

ସେ କହିଥିଲେ, ‘ସେ ଦୁଃଖିତ ଯେ ସେ ତାଙ୍କ ଝିଅଙ୍କୁ ବଞ୍ଚାଇ ପାରିଲେ ନାହିଁ। ଯଦି ସେ ଆଜି ବଞ୍ଚିଥାଆନ୍ତେ ତେବେ ଜଣେ ଡାକ୍ତରଙ୍କ ମାଆ ହୋଇଥାଆନ୍ତେ। କିନ୍ତୁ ଆଜି ସେ ତାଙ୍କ ମମତାର ଧର୍ମ ଲିଭାଇଛନ୍ତି। ଯେତେ ଦିନ ଯାଏଁ ସମସ୍ତେ ସହୁଥିବେ ଅପରାଧିମାନେ ଅପରାଧ କରୁଥିବେ। ସେ ସମସ୍ତ ପୀଡ଼ିତ ପରିବାର ଏବଂ ମାଆ-ବାପାଙ୍କୁ କହିଛନ୍ତି ଯେ ଆପଣଙ୍କ ଆଖପାଖରେ କୌଣସି ପିଲା କିମ୍ବା ମହିଳାଙ୍କ ସହ ଅପରାଧ ହୋଇଥିଲେ ସେମାନଙ୍କ ସହଯୋଗ କରନ୍ତୁ। ଅପରାଧୀଙ୍କ ବିରୋଧରେ ଛିଡ଼ା ହେବାର ସାହସ କରନ୍ତୁ। ଆଗକୁ ତାଙ୍କ ଲଢ଼େଇ ଆଇନର ତ୍ରୃଟିକୁ ଦୂର କରିବା ପାଇଁ ଜାରି ରହିବ।

   Related Posts