କଣ ନିର୍ଭୟାଙ୍କ ମା ଦେଖି ପାରିବେ ଦୋଷୀଙ୍କ ଫାଶୀ ? ଏହି ବିଷୟରେ କଣ କହୁଛି ନିୟମ

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- ୨୦୧୨ର ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି  ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମୃତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ) ଜାରି କରିଛନ୍ତି। ମାତ୍ର ଦୋଷୀଙ୍କ ପକ୍ଷରୁ ଫାଶୀ ଘୁଞ୍ଚାଇବା ଲାଗି ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ଏହା ମଧ୍ୟରେ ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ମାର୍ଚ୍ଚ ୨୦ ସକାଳ ଆମ ଜୀବନର ସକାଳ ହେବ। ଦୋଷୀଙ୍କୁ ଫାଶୀ ହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ଏହା ସହିତ ଆଶା ଦେବୀ କହିଛନ୍ତି ଯଦି ସୁଯୋଗ ମିଳେ ତେବେ ସେ ଦୋଷୀଙ୍କୁ ମରିବା ଦେଖିବାକୁ ଚାହିଁବେ।

କଣ  ଆଇନ ମୁତାବକ, ନିର୍ଭୟାଙ୍କ ମା ଦୋଷୀଙ୍କ ଫାଶୀ ଦେଖି ପାରିବେ ? ଫାଶୀର ପ୍ରକ୍ରିୟା କିଏ ଦେଖି ପାରିବେ। ଜେଲରେ କଏଦୀଙ୍କୁ କେମିତି ରଖାଯାଏ, ସେମାନଙ୍କୁ କେମିତି ଫାଶୀ ଦିଆଯାଏ। ଏସବୁ ପାଇଁ ଜେଲ୍ ନିୟମ ରହିଛି। ପ୍ରତ୍ୟେକ ରାଜ୍ୟର ଜେଲର ନିୟମ ଭିନ୍ନ ଭିନ୍ନ ରହିଥାଏ।

{"id":234091,"sizeSlug":"large"}

ସଂପ୍ରତି ନିର୍ଭୟା ଦୋଷୀ ତିହାର ଜେଲରେ ବନ୍ଦୀ ଅଛନ୍ତି। ସେମାନଙ୍କୁ ଦିଲ୍ଲୀର ଜେଲ୍ ନିୟମ ଅନୁଯାୟୀ ଫାଶୀ ଦିଆଯିବ। ଏହି ନିୟମ ଅନୁଯାୟୀ, ଫାଶୀ ପୂର୍ବରୁ ଦୋଷୀକୁ ୧୪ ଦିନର ସମୟ ଦିଆଯାଏ। ଯଦ୍ଵାରା ସେମାନେ ନିଜ ପରିବାର ସଦସ୍ୟଙ୍କୁ ଦେଖା କରି ପାରିବେ ଏବଂ ମାନସିକ ଭାବେ ନିଜକୁ ପ୍ରସ୍ତୁତ ରଖି ପାରିବେ।

ଯଦି ଅପରାଧୀ ଚାହେଁ ତେବେ ତାର ଫାଶୀ ସମୟରେ ସେଠାରେ ପଣ୍ଡିତ, ମୌଲବୀ କିମ୍ବା ପାଦରୀ ଉପସ୍ଥିତ ରୁହନ୍ତୁ ତେବେ ଜେଲ୍ ପର୍ଯ୍ୟବେକ୍ଷକ ଏହାର ବ୍ୟବସ୍ଥା କରି ପାରିବେ। ଫାଶୀ ସ୍ଥଳରେ ଜେଲ୍ ପର୍ଯ୍ୟବେକ୍ଷକ, ମାଜିଷ୍ଟ୍ରେଟ୍ ଓ ଡାକ୍ତରୀ ଦଳ ଉପସ୍ଥିତ ରହିବାର ନିୟମ ରହିଛି।

{"id":234094,"sizeSlug":"large"}

କଣ ଅନ୍ୟ କେହି ଅପରାଧୀକୁ ଫାଶୀ ଫନ୍ଦାରେ ଝୁଲୁଥିବା ଦେଖି ପାରିବେ। ଦିଲ୍ଲୀ ଜେଲ୍ ମାନୁଆଲରେ ଏମିତି ନିୟମ ନାହିଁ।

ଫାଶୀ ସମୟରେ କିଏ କିଏ ଉପସ୍ଥିତ ରହି ପାରିବେ, ତାହା ଜେଲ୍ ନିୟମରେ ଉଲ୍ଲେଖ ରହିଛି। ଏମିତିରେ ପ୍ରତ୍ୟେକ ରାଜ୍ୟର ଜେଲ୍ ନିୟମ ଭିନ୍ନ ଭିନ୍ନ ରହିଛି। ମାତ୍ର ସାଧାରଣତଃ ଦୁଇଟି ଜେଲ୍ ନିୟମ ରହିଛି। ବମ୍ବେ ଜେଲ୍ ମାନୁଆଲ ଅନୁଯାୟୀ ପୀଡିତ  ପରିବାରର ପୁରୁଷ ସଦସ୍ୟ ସର୍ବାଧିକ ୧୨ ଜଣ ଫାଶୀ ଦେଖି ପାରିବେ। ଅର୍ଥାତ ବମ୍ବେ ଜେଲ୍  ନିୟମ ଅନୁସାରେ ସାଧାରଣ ଲୋକଙ୍କୁ ମଧ୍ୟ ଫାଶୀ ଦେଖିବାର ଅନୁମତି ମିଳି ପାରିବ।

କିନ୍ତୁ ବାକି ଜେଲ୍ ମାନୁଆଲରେ ଫାଶୀ ଦେଖିବା ମନା।  ମାତ୍ର କିଛି ଜେଲ୍ କର୍ତ୍ତୃପକ୍ଷ ସେହି ଦୁର୍ଦାନ୍ତ କଏଦୀଙ୍କୁ ଫାଶୀ ସମୟର ଦୃଶ୍ୟ ଦେଖିବାକୁ ଦିଅନ୍ତି ଯାହାଙ୍କୁ ଫାଶୀ ଦଣ୍ଡାଦେଶ ହୋଇନଥାଏ। ଏମିତି ଏଥିପାଇଁ କରାଯାଏ କାରଣ ଦୁର୍ଦାନ୍ତ କଏଦୀଙ୍କ ମନରେ ଭୟ ସଞ୍ଚାର କରାଯାଇ ପାରିବ।

ଏଥିରୁ ସ୍ପଷ୍ଟ ଯେ, ନିର୍ଭୟାଙ୍କ ମା ନିଜ ଝିଅର ଦୋଷୀଙ୍କ ଫାଶୀ ସ୍ଵଚକ୍ଷୁରେ ଦେଖି ପାରିବେ ନାହିଁ। ଏହା ତେବେ ସମ୍ଭବ ଯଦି ଜେଲ୍ କର୍ତ୍ତୃପକ୍ଷ ଜେଲ୍ ନିୟମରୁ ଉର୍ଦ୍ଧ୍ଵକୁ ଉଠି ଅନୁମତି ଦିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.