Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦେବା ଲାଗି ଚିନ୍ତାରେ ଜେଲ କର୍ତ୍ତୁପକ୍ଷ…

3/12/2019 at 5:53 PM

ନୂଆଦିଲ୍ଲୀ୩।୧୨: ହାଇଦ୍ରାବାଦର ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମକରିବା ପରେ ଜିଅନ୍ତା ଜାଳି ଦିଆଯାଇଛି। ଏହି ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ତୀବ୍ର ଦେବାରେ ଲାଗିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ କୌଣସି ମୂହୁର୍ତ୍ତରେ ଫାଶୀ ଦିଆଯାଇ ପାରେ। ଏ ନେଇ ତିହାର ଜେଲ ବରିଷ୍ଠ ଅଧିକାରୀ ଦ୍ବନ୍ଦ୍ବରେ ପଡିଛନ୍ତି। ନିର୍ଭାୟ ଗଣଦୁଷ୍କର୍ମରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବାଲାଗି ଜହ୍ଲାଦ ନାହାନ୍ତି। ଦୁର୍ଭାଗ୍ୟଜନକ କଥା ଯେ ଜହ୍ଲାଦ ଖୋଜି ଅଭିଯୁକ୍ତଙ୍କୁ ଫାଶୀ ଦେବା ଏହା ପ୍ରଶାସନ ପାଇଁ କାଠିକର ପାଠ । ସୂଚନା ଅନୁସାରେ ଆସନ୍ତା ମାସ ମଧ୍ୟରେ ଫାଶୀଲାଗି ଦଣ୍ଡାଦେଶ ଆସିପାରେ। ତେଣୁ ଜେଲ କର୍ତ୍ତୁପକ୍ଷ ଚିନ୍ତାରେ ପଡ଼ି ଯାଇଛନ୍ତି।

ସୂଚନା ଅନୁସାରେ ଯଦି ରାଷ୍ଟ୍ରପତି ନିର୍ଭୟା ଗଣଦୁଷ୍କର୍ମରେ ସଂପୃକ୍ତ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନକୁ ଖାରଜ୍ କରନ୍ତି ତେବେ ବ୍ଲାକ ଓ୍ବାରେଣ୍ଟ ଜାରି କରି ଫାଶୀ ପାଇଁ ତାରିଖ ଘୋଷଣା କରାଯିବ। ଏହା ପୂର୍ବରୁ ସଂସଦ ଆକ୍ରମଣକାରୀ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା। ଅଫଜଲକୁ ଫାଶୀ ଦେବା ପୂର୍ବରୁ ଜେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା।

ଏବେ ନିର୍ଭୟା ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ଜହ୍ଲାଦ ନାହାନ୍ତି। ଏବେ ଅନ୍ୟ ଜେଲରୁ ଜହ୍ଲାଦ ଆଣିବା ନେଇ ଆଲୋଚନ ଚାଲିଛି। ସେହପରି ଉତ୍ତର ପ୍ରଦେଶର କିଛି ଗାଁମାନଙ୍କରେ ଜହ୍ଲଦ ରହନ୍ତି। ତେଣୁ ଜହ୍ଳାଦ ପାଇଁ ଉକ୍ତ ସ୍ଥାନରେ ପଚରାଉଚରା ଚାଲିଛି। ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଜହ୍ଲାଦଙ୍କୁ ନିଯୁକ୍ତି ଦିଆଯାଇ ନାହିଁ।

ସୂଚନା ଅନୁସାରେ ୨୦୧୨ ମସିହା ଡିସେମ୍ବର ମାସରେ ଚଳନ୍ତା ବସ୍ ଭିତରେ ଜଣେ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହା ସହିତ ପୀଡିତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହା ରଡ୍ ଭର୍ତ୍ତି କରି ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ଦେଶରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା।

   Related Posts