Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ହାଥରସ ପୀଡ଼ିତାଙ୍କୁ ନ୍ୟାୟ ଦେବେ ନିର୍ଭୟା ଓକିଲ ସୀମା ସମୃଦ୍ଧି, ନ୍ୟାୟ ପାଇଁ ମାଗଣାରେ ଲଢ଼ିବେ

2/10/2020 at 11:25 AM

ନୂଆଦିଲ୍ଲୀ ୦୨/୧୦: ବହୁ ଚର୍ଚିତ ନିର୍ଭୟା ମାମଲା ଲଢ଼ିଥିବା ଓକିଲ ସୀମା ସମୃଦ୍ଧି ହାଥରସ ପହଞ୍ଚିଛନ୍ତି। ହାଥରସ ପୀଡ଼ତାଙ୍କୁ ନ୍ୟାୟ ଦେବା ପାଇଁ ସୀମା ମାଗଣାରେ ଏହି କେସ୍ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖନୀୟ ଯେ ୨୦୧୨ ଡିସେମ୍ବରରେ ଲୋମଟାଙ୍କୁରା କଥାକୁ ଏ ଯାଏଁ କେହି ଭୁଲି ନାହାନ୍ତି। ଚଳନ୍ତା ବସରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯାଇ ତାଙ୍କୁ ରାସ୍ତାକଡ଼କୁ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣା ପରେ ଦେଶରେ ବଡ଼ ଆକ୍ରୋଶ ଦେଖିବାକୁ ମିଳିଥିଲା। ​‌ତେବେ ଏ ମାମଲାରେ ଅଭିଯୁକ୍ତଙ୍କୁ ଫାଶି ଦେବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ସୀମା ସମୃଦ୍ଧି। ସୀମା ନିର୍ଭୟାଙ୍କ ସମ୍ପର୍କୀୟ, ସାଙ୍ଗ କି କେହି ନ ଥିଲେ ମାତ୍ର ସେ ଜଣେ ଝିଅର ନ୍ୟାୟ ପାଇଁ ଲଢ଼ିଥିଲେ। ସେ ନିର୍ଭୟାଙ୍କ ମାଆବାପାଙ୍କ ସହ ସାତବର୍ଷ ପର୍ଯ୍ୟନ୍ତ ଚାଲିଥିବା ଲମ୍ବା ଓ କଠିନ ଲଢ଼େଇ ଲଢ଼ିଥିଲେ।

ତେବେ ସୀମା ସମୃଦ୍ଧିଙ୍କ ପ୍ରକୃତ ନାଁ ସୀମା କୁଶବାହ। ସେ ଉତ୍ତର ପ୍ରଦେଶରେ ରହନ୍ତି। ଗରିବ ପରିବାରର ସୀମା ବହୁ କଷ୍ଠରେ ପାଠପଢ଼ା ପୂରା କରିଛନ୍ତି। ସାତ ଭାଇ-ଭଉଣୀ ମଧ୍ୟରେ ସବା ସାନ ସୀମା। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ସ୍ନାତକୋତ୍ତର କରିଛନ୍ତି। ୨୦୧୪ରେ ସେ ଆଇନରେ ଡିଗ୍ରୀ ହାସଲ କଲେ।

ତେବେ ସେ ଓକିଲାତିକୁ ପ୍ରାଥମିକତା ଦେବାକୁ ଚାହୁଁ ନ ଥିଲେ। ତାଙ୍କ ଇଚ୍ଛା ଥିଲା ଆଇଏଏସ ହେବାର। ଏ ପାଇଁ ତାଙ୍କୁ ୟୁପିଏସି ପରୀକ୍ଷା ପ୍ରସ୍ତୁତ କରିବାର ଥିଲା। ମାତ୍ର ପରିସ୍ଥିତି ଏମିତି ହେଲା ଯେ ଓକିଲାତିରେ ହିଁ ନିଜ କ୍ୟାରିୟର କଲେ। ନିର୍ଭୟା ମାମଲା ସାମ୍ନାକୁ ଆସିବା ପରେ ସେ ରାଷ୍ଟ୍ରପତି ଭବନ ସମ୍ମୁଖରେ ଆୟୋଜିତ ବିକ୍ଷୋଭରେ ସାମିଲ ହୋଇ ଥିଲେ। ଏହା ପରେ ସେ ନିଷ୍ପତି ନେଲେ ପୀଡ଼ିତାଙ୍କୁ ନ୍ୟାୟ ଦେବେ।

ସେ ୨୦୧୪ରେ ଆନୁଷ୍ଠାନିକ ଭାବେ ନିର୍ଭୟା ମାମଲା ସମ୍ଭାଳିଲେ। ଏପରିକି ମାମଲାକୁ ନେଇ ଫାଷ୍ଟ ଟ୍ରାକ କୋର୍ଟରେ ପହଞ୍ଚାଇଲେ। ତେବେ ନିର୍ଭୟା ଥିଲା ସୀମାଙ୍କର ପ୍ରଥମ ମାମଲା।  ସେହିବର୍ଷ ଜାନୁଆାରୀ ୨୪ରେ ନିର୍ଭୟା ଜ୍ୟୋତି ଟ୍ରଷ୍ଟରେ ସାମିଲ ହୋଇ ଥିଲେ ସୀମା। ଏବେ ସେ ଦିଲ୍ଲୀରେ ଭାରତୀୟ ସୁପ୍ରିମ କୋର୍ଟରେ ପ୍ରାକଟିସ କରୁଛନ୍ତି। ଏହା ସହ ସୀମା​‌ ମାସ କମ୍ୟୁନିକେସନ୍ ମଧ୍ୟ କରିଛନ୍ତି।

   Related Posts