Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଫାଶୀର ୧୨ ଘଣ୍ଟା ପୂର୍ବରୁ ଅଜବ ବ୍ୟବହାର କରୁଛନ୍ତି ଚାରି ଦୋଷୀ, ବିନୟ ପ୍ରଳାପ କରୁଛି ଓ ଜେଲ୍ କର୍ମୀଙ୍କୁ ଗାଳି ଦେଉଛି ପଓ୍ଵନ

19/03/2020 at 7:40 PM

ନୂଆଦିଲ୍ଲୀ ୧୯।୦୩: ନିର୍ଭୟାର ଚାରି ଦୋଷୀଙ୍କୁ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀ ଦିଆଯିବ। ଏହା ପୂର୍ବରୁ ତିହାର ଜେଲରେ ଦୁଷ୍କର୍ମୀଙ୍କ ବ୍ୟବହାର ଓ ଗତିବିଧିକୁ ଅନୁଧ୍ୟାନ କରୁଥିବା ଡାକ୍ତରଙ୍କ ଅନୁଯାୟୀ ଫାଶୀର ଗୋଟିଏ ଦିନ ପୂର୍ବରୁ ଚାରି ଦୋଷୀ ଅଜବ ପ୍ରକାରର ବ୍ୟବହାର କରୁଛନ୍ତି। ସେମାନେ ନିଜର ବାରାକରୁ ବାରମ୍ବାର ବାହାରକୁ ମୁଣ୍ଡ ଟୁଙ୍ଗାରୁଛନ୍ତି। ଜେଲ୍ କର୍ମଚାରୀଙ୍କୁ ଡାକୁଛନ୍ତି। ଦୋଷୀ ବିନୟ ଶର୍ମା ଓ ପଓ୍ଵନ ଗୁପ୍ତା ସବୁଠୁ ଅଧିକ ଅସ୍ଵାଭାବିକ ଆଚରଣ କରୁଛନ୍ତି। ମୁକେଶ ଓ ଅକ୍ଷୟ ଶାନ୍ତ ରହୁଛନ୍ତି।

ଫାଶୀ ପୂର୍ବରୁ ଜେଲ୍‌ରେ ଚାରି ଦୋଷୀଙ୍କ ବ୍ୟବହାର

ବିନୟ ଶର୍ମା

ବିନୟର ମାନସିକ ସ୍ଥିତି ସବୁଠୁ ଅଧିକ ଖରାପ ରହିଛି। ବିନୟ ନିଜର ବାରାକରେ ପ୍ରଳାପ କରି ଚିତ୍କାର କରୁଛି। ସେ ବାରମ୍ବାର ଏହା ଦେଖାଇବାକୁ ଚେଷ୍ଟା କରୁଛି ଯେ ତାର ମାନସିକ ସ୍ଥିତି ଠିକ୍  ନାହିଁ। ମାତ୍ର କ୍ରମାଗତ ଅଧା ଘଣ୍ଟା ଏମିତି କରିବା ପରେ ତାର ବ୍ୟବହାର ସାମାନ୍ୟ ହୋଇ ଯାଉଛି।

ବିନୟ ପୂର୍ବରୁ ଜେଲ୍ ନମ୍ବର ୪ରେ ଥିଲା। ସେଠାରେ ତାକୁ ଅନ୍ୟ ଏକ କଏଦୀ ସହ ଭଲପାଇବା ହୋଇ ଯାଇଥିଲା। ଏବେ ବିନୟ ଜେଲ୍ ନମ୍ବର ୩ରେ ରହୁଛି। ଏଠାରେ ବିନୟ ଶର୍ମା ବାରମ୍ବାର ତାର ସାଥୀ ସହ ଦେଖା କରାଇ ଦେବାକୁ କର୍ମଚାରୀଙ୍କୁ କହୁଛି। କିଛି ଦିନ ପୂର୍ବେ ସେ ଏକ ଚିଠି ମଧ୍ୟ ଲେଖିଥିଲା। ଜବାବରେ ଅନ୍ୟ କଏଦୀ ମଧ୍ୟ ବିନୟକୁ ଚିଠି ଲେଖିଥିଲେ। ଜେଲ୍ କର୍ମଚାରୀ ତାକୁ ଚିଠି ପଢି ଶୁଣାଇଥିଲେ। କିଛି ଦିନ ପୂର୍ବେ ବିନୟ ଏହା କହି ଖାଇବା ଛାଡି ଦେଇଥିଲା ଯେ, ତାକୁ ନିଜର ସାଥୀ ପାଖକୁ ଯିବାର ଅଛି। ଏହା ପରେ ଡିଜି ଏମିତି ନକରିବାକୁ ବୁଝାଇଥିଲେ।

ପଓ୍ଵନ ଗୁପ୍ତା

ପଓ୍ଵନ ଜେଲ୍ କର୍ମଚାରୀଙ୍କୁ ଗାଳି ଦେଉଛି। କେବେ  କହୁଛି ବାରାକରୁ ତାକୁ ବାହାର କରନ୍ତୁ। ସବୁଠୁ ବଡ ସେବାଦାରକୁ ସେ ଗାଳି ଦେଉଛି। ବାରମ୍ବାର ଜେଲର କବାଟକୁ ବାଡଉଛି।

ମୁକେଶ ସିଂହ

ମୁକେଶ ସିଂହ ସବୁଠୁ ଅଧିକ ଶାନ୍ତ ରହୁଛି। କାହାରିକୁ କିଛି କହୁନାହିଁ। ଜେଲ୍ ଅଧିକାରୀଙ୍କ ମୁତାବକ ମୁକେଶ ମାସନିକ ଭାବେ ପ୍ରସ୍ତୁତ ହୋଇ ଯାଇଛି ଯେ, ତାକୁ  ଫାଶୀ ମିଳିବା ପ୍ରାୟତଃ ନିଶ୍ଚିତ। ଏଥିପାଇଁ ସେ ସର୍ବଦା ଚୁପ୍ ରହୁଛି।

ଅକ୍ଷୟ ଠାକୁର

ଅକ୍ଷୟକୁ ଏବେ ମଧ୍ୟ ଲାଗୁଛି ଯେ, ଫାଶୀ ଘୁଞ୍ଚିପାରେ, ଏଥିପାଇଁ ସେ ବିଚଳିତ ଅଛି। ଯେବେ ତାକୁ ଜଣା ପଡିଲା ଯେ ତାର ପତ୍ନୀ ଛାଡପତ୍ର ଲାଗି ଆବେଦନ କରିଛି, ସେ ବହୁତ ଖୁସି ହୋଇ ଯାଇଥିଲା। ଜେଲ୍ କର୍ମଚାରୀ ଓ ଓକିଲଙ୍କଠୁ ସେ ବାରମ୍ବାର ଖବର ରଖୁଛି।

ଜେଲ୍ ନମ୍ବର ୩ରେ ଅଛନ୍ତି ୪ ଦୁଷ୍କର୍ମୀ, ଅଲଗା ଅଲଗା କୋଠରୀରେ ବନ୍ଦୀ

ଚାରି ଦୁଷ୍କର୍ମୀଙ୍କୁ ଜେଲ୍ ନମ୍ବର-୩ରେ ଓ୍ଵାର୍ଡ-୮ର ଏ ବ୍ଲକରେ ବନ୍ଦୀ କରାଯାଇଛି। ଏଠାରେ ୧୦ଟି କୋଠରୀ ରହିଛି। ଏଥିରୁ ଛଅଟି ଖାଲି ରହିଛି। ଏହି ଚାରି ଜଣଙ୍କୁ ଅଲଗା ଅଲଗା କୋଠରୀରେ ରଖାଯାଇଛି। ସେମାନଙ୍କୁ ଦିନରେ ଥରୁଟିଏ ଏକ ଘଣ୍ଟା ଲାଗି ବାହାରକୁ ଛଡା ଯାଏ। ଏହି ସମୟରେ ସେମାନେ ପରସ୍ପର ସହ କଥା ହୁଅନ୍ତି। ମାତ୍ର ସେମାନେ ଯେଉଁଠି ଆଲୋଚନା କରନ୍ତି ସେଠାରେ ସେମାନଙ୍କ ମଝିରେ ଜାଲି ଲାଗିଥାଏ। ଏହି ସମୟରେ ସେମାନଙ୍କ ସହିତ ଜେଲ୍  କର୍ମୀ ମଧ୍ୟ ରହିଥାନ୍ତି। ସେମାନେ ଅନେକ ଥର କହି ସାରିଛନ୍ତି ଯେ, ସେମାନଙ୍କୁ ଏକାଠି ବସି କଥା ହେବାକୁ ଦିଅନ୍ତୁ।  

   Related Posts