Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୁପ୍ରିମକୋର୍ଟରେ ନିର୍ଭୟା ମାମଲା : ଦୋଷୀ ଅକ୍ଷୟ ସିଂହର ମୃତ୍ୟୁଦଣ୍ଡ ପୁନର୍ବିଚାର ଆବେଦନ ଉପରେ ରାୟ ଶୁଣାଇବେ କୋର୍ଟ

17/12/2019 at 8:47 AM

ନୂଆଦିଲ୍ଲୀ ୧୭।୧୨: ମଙ୍ଗଳବାର ନିର୍ଭୟା ମାମଲାରେ ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଦୋଷୀ ଅକ୍ଷୟ ସିଂହର ମୃତ୍ୟୁଦଣ୍ଡର ପୁନର୍ବିଚାର ଆବେଦନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ଦୋଷୀ ଅକ୍ଷୟ ସିଂହ, ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଆଜି ଏହି ଆବେଦନର ଶୁଣାଣି କରିବେ କୋର୍ଟ । ଯଦି ପୁନର୍ବିଚାର ଆବେଦନକୁ ଖାରଜ କରିଦିଆଯାଏ, ତେବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅପରାଧୀ ମାନଙ୍କର ମୃତ୍ୟୁଦଣ୍ଡ ପାଇବାର ପଥ ପରିଷ୍କାର ହୋଇଯିବ ।

ସେପଟେ ବଢୁଥିବା ପ୍ରଦୂଷଣ କାରଣରୁ ଆୟୁ କମି ଯାଉଥିବାରୁ ମୃତ୍ୟୁଦଣ୍ଡର ଆବଶ୍ୟକତା ନଥିବା କହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ଏହାସହ ଅକ୍ଷୟ ନିଜ ଆବେଦନରେ କହିଛି ଯେ ମୃତ୍ୟୁଦଣ୍ଡ ଅପରାଧୀକୁ ମାରିବ ଅପରାଧକୁ ନୁହେଁ । ଏଣୁ ମୃତ୍ୟୁଦଣ୍ଡର ପୁନର୍ବିଚାର ସହ ସଂସ୍କାର ଆଣିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇସାରିଛି । ଏଣୁ ଆଜି ଅକ୍ଷୟର ପୁନର୍ବିଚାର ଆବେଦନ ଖାରଜ ହେଲେ ଫାଶୀ ପ୍ରକ୍ରିୟା ଆଗକୁ ବଢିବାର ସମ୍ଭାବନା ରହିଛି । କାରଣ ଦିଲ୍ଲୀ କୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ, ଅପରାଧୀ ମାନଙ୍କୁ ତୁରନ୍ତ ମୃତ୍ୟୁର ପରୱାନା ବା ଡେଥ ୱାରେଣ୍ଟ ଜାରି କରିବାକୁ ଆବେଦନ ହୋଇଛି ।

ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ବି ଆରମ୍ଭ ହୋଇଥିଲା । ହେଲେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଥିବାରୁ ଆଜିକୁ ଅପେକ୍ଷା କରିବା ପାଇଁ କହିଥିଲେ, ଦିଲ୍ଲୀ କୋର୍ଟ । ତେଣୁ ଆଜି ସୁପ୍ରିମକୋର୍ଟ ରାୟ ଆସିବା ପରେ ଆସନ୍ତାକାଲି ଅପରାଧୀଙ୍କୁ ମୃତ୍ୟୁର ପରୱାନା ଜାରି କରିବା ନେଇ ନିଷ୍ପତ୍ତି ନେଇପାରନ୍ତି ଦିଲ୍ଲୀ କୋର୍ଟ । ଅନ୍ୟପଟେ ପୂର୍ବରୁ ଅପରାଧୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଗୃହ ମନ୍ତ୍ରାଳୟ, ରାଷ୍ଟ୍ରପତିଙ୍କୁ ସୁପାରିଶ କରିସାରିଛି । ତେଣୁ ଦୋଷୀମାନଙ୍କୁ ଖୁବ୍ ଶୀଘ୍ର ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇପାରେ ବୋଲି କୁହାଯାଉଛି ।

   Related Posts