ସେହି ୩୦ ମିନିଟ୍ ଯାହାକୁ କେବେ ବି ଭୁଲି ପାରିବେ ନାହିଁ ପଓ୍ଵନ ଜଲ୍ଲାଦ, ଫାଶୀ ପରେ ତାଙ୍କର ଲୋମ ଟାଙ୍କୁରା ଅନୁଭୂତି

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨।୦୩: ଦୀର୍ଘ ସାତ ବର୍ଷ ତିନି ମାସ ପରେ ଯାଇ ଗତ ଶୁକ୍ରବାର ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଦୋଷୀଙ୍କୁ ଦିଲ୍ଲୀର ତିହାର କାରାଗାରରେ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଯାଇଛି। ଚାରି ଦୋଷୀଙ୍କୁ ଫାଶୀ ପଓ୍ଵନ ଜଲ୍ଲାଦ ଦେଇଛନ୍ତି। ସେହି ଦିନର ଘଟଣାକ୍ରମକୁ ପଓ୍ଵନ ଜଲ୍ଲାଦ କେବେ ଭୁଲି ପାରିବେ ନାହିଁ। ତାଙ୍କ କହିବା କଥା ସେ ଏହି ଦିନକୁ କେବେଠୁ ଅପେକ୍ଷା କରି ରହିଥିଲେ। କାରଣ ଏମିତି କରି ସେ ନିଜର ପିତା ଓ ଦାଦାଙ୍କ ସ୍ଵପ୍ନ ପୂରଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ଭୟା ମାମଲାରେ ଚାରି ଦୋଷୀଙ୍କୁ ଏକ ସଙ୍ଗେ ଫାଶୀ ଦେଇ ପଓ୍ଵନ ଜଲ୍ଲାଦ ରେକର୍ଡ କରିଛନ୍ତି। କାରଣ ଏହା ପୂର୍ବରୁ ତିହାର କାରାଗାରରେ ଏକକାଳୀନ ଚାରି ଜଣଙ୍କୁ କେବେ ବି ଫାଶୀ ଦିଆଯାଇନଥିଲା। ପଓ୍ଵନ ଜଲ୍ଲାଦ ପୂରା ଘଟଣାକ୍ରମ ବିଷୟରେ ବର୍ଣ୍ଣନା କରିଛନ୍ତି।

{"id":242559,"sizeSlug":"large"}

ଫାଶୀ ପରେ ପଓ୍ଵନ ଜଲ୍ଲାଦ ଏବେ ଖୁସି ଅନୁଭବ କରୁଛନ୍ତି କାରଣ ସେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦୁଇ ଥର ମେରଠରୁ ଦିଲ୍ଲୀ ଆସି ସାରିଥିଲେ। ମାତ୍ର ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା। ମାତ୍ର ଏବେ ଶୁକ୍ରବାର ଦିନ ଦୋଷୀଙ୍କୁ ଫାଶୀରେ ଝୁଲା ଯାଇଛି। ପଓ୍ଵନ ଜଲ୍ଲାଦ ମେରଠରୁ ଦିଲ୍ଲୀ ତୃତୀୟ ଥର ପହଞ୍ଚିଥିଲେ। ତାଙ୍କୁ ଦୁଇ ଦିନ ପୂର୍ବେ ପୁଣି ଥରେ ଡକାଯାଇଥିଲା।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ପଓ୍ଵନ ଜଲ୍ଲାଦ କହିଛନ୍ତି ଯେ, ଚାରି ଦୋଷୀଙ୍କୁ ଏକ ସଙ୍ଗେ ଫାଶୀ ଦେଇ ସେ ନିଜର ପିତା ଓ ଦାଦାଙ୍କ ସ୍ଵପ୍ନ ପୂରଣ କରିଛନ୍ତି। ମୁଁ  ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେଇ ନିଜର ଧର୍ମ ପାଳନ କରିଥିବା ପଓ୍ଵନ କହିଛନ୍ତି। ଏହା ଆମର କୌଳିକ ବୃତ୍ତି। ପଓ୍ଵନ ଜଲ୍ଲାଦ ଏହା ମଧ୍ୟ କହିଛନ୍ତି ଯେ, ଫାଶୀ ହେବା ପୂର୍ବରୁ ଅପରାଧୀଙ୍କ ମନରେ କୌଣସି ପଶ୍ଚାତାପ ନଥିଲା।

{"id":242561,"sizeSlug":"large"}

ସେହି ଦିନକୁ ମନେ ପକାଇ ପଓ୍ଵନ କହିଛନ୍ତି ଯେ, ଫାଶୀ ଦିନ ସକାଳେ ଦୋଷୀଙ୍କ ହାତ ପଛପଟୁ ବାନ୍ଧୀ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ଅଣାଯାଇଥିଲା। ସର୍ବ ପ୍ରଥମେ ଅକ୍ଷୟ ଓ ମୁକେଶକୁ ଫାଶୀ ଘରକୁ ଅଣାଯାଇଥିଲା। ଏହା ପରେ ପଓ୍ଵନ ଓ ବିନୟକୁ ଅଣା ଯାଇଥିଲା। ପ୍ରତି ଦୋଷୀ ସହିତ ପାଞ୍ଚ ପାଞ୍ଚ ଜଣ ସୁରକ୍ଷାକର୍ମୀ ଥିଲେ। ଦୋଷୀମାନଙ୍କୁ ଜଣ ଜଣ କରି ଫାଶୀ ପିଣ୍ଡାରେ ଛିଡା କରାଯାଇଥିଲା।

ଏହା ପରେ ଚାରି ଦୋଷୀଙ୍କ ଫାଶୀ ଦଉଡିକୁ ଦୁଇଟି ଲିଭରରେ ବନ୍ଧା  ଯାଇଥିଲା। ସେମାନଙ୍କ ମୁହଁରେ କପଡା ଢଙ୍ଗା ଯାଇ ବେକରେ ଫାଶୀ ଦଉଡି ଲଗାଗଲା। ସମୟ ଅନୁସାରେ ଜେଲ୍ ଅଫିସରଙ୍କ ଇଶାରାରେ ପଓ୍ଵନ ଜଲ୍ଲାଦ ଲିଭର ଟାଣି ଦେଇଥିଲା ଏବଂ ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା।

{"id":242562,"sizeSlug":"large"}

ଉଲ୍ଲେଖନୀୟ ଫାଶୀରେ ଦୋଷୀଙ୍କୁ ଝୁଲାଇବା ପଓ୍ଵନ ଜଲ୍ଲାଦଙ୍କ ପୂର୍ବପୁରୁଷ କାମ। ଏହା ପୂର୍ବରୁ ତାଙ୍କ ପିତା ଓ ଦାଦା ମଧ୍ୟ ଫାଶୀ ଦେବା କାମ କରୁଥିଲେ। ମାତ୍ର ସେମାନେ ଏକ ସଙ୍ଗେ ଚାରି ଦୋଷୀଙ୍କୁ କେବେ ଫାଶୀ ଦେଇନଥିଲେ। ସବୁଠୁ ବଡ କଥା ଏ ପର୍ଯ୍ୟନ୍ତ ପଓ୍ଵନ ଜଲ୍ଲାଦ ଭାବେ ଗୋଟିଏ ହେଲେ ଫାଶୀ ଦେଇନଥିଲା। କିନ୍ତୁ ସେ ନିଜ ପିତାଙ୍କ ସହ ଏହି କାମ କରିବାକୁ କାରାଗାର ଯାଉଥିଲେ।

ପଓ୍ଵନ କହିଛନ୍ତି ଯେ, ଫାଶୀର ତାରିଖ ସ୍ଥିର ହେବା ମାତ୍ରେ ଆମକୁ କାରାଗାର ପକ୍ଷରୁ ଡକରା ଆସେ। ଫାଶୀ ଦେବାର ପୂର୍ବ ଦିନରେ ସବୁ ଯୋଜନା ପ୍ରସ୍ତୁତ କରାଯାଏ ଯେ କଏଦୀଙ୍କ ପାଦ କେମିତି ବନ୍ଧାଯିବ ଏବଂ ରଶି କେମିତି ବନ୍ଧାଯିବ। ଫାଶୀ ଦେବା ପ୍ରକ୍ରିୟା ବିଷୟରେ ପଓ୍ଵନ ଜଲ୍ଲାଦ କହିଛନ୍ତି ଯେ, ଯେଉଁ ସମୟ ନିର୍ଦ୍ଧାରିତ ହୁଏ ତାର ୧୫ ମିନିଟ୍ ପୂର୍ବରୁ ଫାଶୀ ଘରକୁ ଯିବାକୁ ପଡିଥାଏ। ଏହା ପୂର୍ବରୁ ଫାଶୀର ପ୍ରସ୍ତୁତି ଲାଗି ଘଣ୍ଟାଏରୁ ଦେଢ ଘଣ୍ଟା ସମୟ ଲାଗିଥାଏ।

{"id":242564,"sizeSlug":"large"}

କଏଦୀଙ୍କୁ ବାରାକରୁ ଫାଶୀ ଘରକୁ ଅଣାଯିବା ପ୍ରକ୍ରିୟା ଉପରେ ପଓ୍ଵନ କହିଛନ୍ତି ଯେ, ଫାଶୀ ଘରକୁ ଆଣିବା ପୂର୍ବରୁ ହାତରେ ହାତକଡା ପକାଇ ଦିଆଯାଏ। ନଚେତ୍ ହାତକୁ ପଛ ପଟୁ ରଶିରେ ବନ୍ଧା ଯାଇଥାଏ। ଜଣେ କଏଦୀଙ୍କୁ ଦୁଇ ଜଣ ସିପାହୀ ଧରି ଫାଶୀ ଘରକୁ ଆଣିଥାନ୍ତି।

ଫାଶୀ ଘର ବିଷୟରେ ଆଲୋଚନା କରି ପଓ୍ଵନ କହିଛନ୍ତି ଯେ, ଫାଶୀ ଦେବା ସମୟରେ ୪ ରୁ ୫ ସିପାହୀ ଉପସ୍ଥିତ ଥାନ୍ତି। ସେମାନେ କଏଦୀଙ୍କୁ ଫାଶୀ ପିଣ୍ଡାରେ ଛିଡା କରାଇଥାନ୍ତି। ସେମାନେ କିଛି କୁହନ୍ତି ନାହିଁ କେବଳ ଇସାରାରେ କାମ କରିଥାନ୍ତି। ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ଆମ ସମସ୍ତଙ୍କୁ ଜେଲ୍ ଅଧୀକ୍ଷକଙ୍କ ସହିତ ଏକ ବୈଠକ ହୋଇଥାଏ। ଏହା  ବ୍ୟତୀତ ଫାଶୀ ଘରେ ଜେଲ୍ ଅଧିକ୍ଷକ, ଡେପୁଟୀ ଜେଲର ଓ ଡାକ୍ତର ମଧ୍ୟ ଉପସ୍ଥିତ ଥାନ୍ତି।

{"id":242565,"width":583,"height":399,"sizeSlug":"large"}

ଫାଶୀ ଦେବା ସମୟରେ ସେଠାରେ ଉପସ୍ଥିତ ଲୋକେ କିଛି କୁହନ୍ତି ନାହିଁ, କେବଳ ଇସାରାରେ କାମ ହୋଇଥାଏ। ଏହାର କାରଣ ବିଷୟରେ ସେ କହିଛନ୍ତି ଯେ, ଏମିତି ଏଥିପାଇଁ କରାଯାଏ କାରଣ କଏଦୀ ଡିଷ୍ଟର୍ବ ନ  ହୁଅନ୍ତୁ କିମ୍ବା ସେମାନେ କୌଣସି ଡ୍ରାମା ନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.