ଶୁଣାଣି ସମୟରେ ନିର୍ଭୟାର ମାଙ୍କ ସହ ଯୁକ୍ତିତର୍କ କଲେ ଦୋଷୀ ମୁକେଶର ମା,ଶାନ୍ତ କରାଇଲେ ବିଚାରପତି

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ ୦୭।୦୧: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣଆିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ସମସ୍ତ ୪ଜଣ ଦୋଷୀଙ୍କୁ ଫାଶୀ  ଦେବା ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି କୋର୍ଟ । ନିର୍ଭୟାଙ୍କ ମା’ କରିଥିବା ଆବେଦନ ଉପରେ ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ଆସନ୍ତା ୨୨ତାରିଖ ସକାଳ ୭ଟାରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ ।

{"id":208271,"sizeSlug":"large"}

ତେବେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ  ନିର୍ଭୟା ମା ଓ ଦୋଷୀ ମୁକେଶର ମାଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିବାର ଦେଖିବାକୁ ମିଳିଥିଲା  । ନିର୍ଭୟାର ମା ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ଦାବି କରୁଥିବା ବେଳେ , ଦୋଷୀ ମୁକେଶର ମା କାନ୍ଦି କାନ୍ଦି,  ମୁଁ ବି ଜଣେ ମା , ମୋ କଥା ଚିନ୍ତା କରାଯାଉ ବୋଲି ବୋଲି କୋର୍ଟରେ ଗୁହାରୀ କରିଥିଲେ । ଦୋଷୀ ମୁକେଶର ମା କୋର୍ଟ ରୁମ୍‌ରେ କାନ୍ଦି କାନ୍ଦି ଜଜ ସାହେବ ଆମକୁ ଦୟା କର ବୋଲି କହିବା ପରେ  ନିର୍ଭୟା ମା ଓ ତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣାରେ ଜଜ୍‌ ହସ୍ତକ୍ଷେପ କରିବାରୁ ଉଭୟ ଚୁପ୍‌ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.