ସୁପ୍ରିମ କୋର୍ଟଙ୍କ ଉପରେ ନିର୍ଭୟା ମାଆଙ୍କ ଭରସା ,‘ଫେବୃୟାରୀ ୧ରେ ଫାଶୀ ନିଶ୍ଚିତ’

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯/୧: ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ଯେ ସମସ୍ତ ଦୋଷୀଙ୍କୁ ଫେବୃୟାରୀ ୧ତାରିଖରେ ଫାଶୀ ଦିଆଯିବ ବୋଲି ତାଙ୍କୁ ସୁପ୍ରିମ କୋର୍ଟ ଉପରେ ପୂରା ଭରସା ରହିଛି। ଦୋଷୀ ଅକ୍ଷୟ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ମୁକେଶ ରାଷ୍ଟ୍ରପତିଙ୍କ ଦ୍ବାରା ଦୟା ଆବେଦନକୁ ଖାରଜ କରିବାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏହାକୁ ନେଇ ଆଜି ଶୁଣାଣି ଆସି ଯାଇଛି।

ମୁକେଶଙ୍କ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ଆଶା ଦେବୀ କହିଛନ୍ତି ଯେ ଅନ୍ୟ ଦୋଷୀଙ୍କ ଆବେଦନ ଖାରଜ ହେବାର ବିଶ୍ବାସ ତାଙ୍କ ପାଖରେ ରହିଛି। ସେ ନ୍ୟାୟ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଦୋଷୀଙ୍କୁ ଆଇନ୍ ଅଧିକାର ଦେଇଛି,ଏହାର ଅପବ୍ୟବହାର ହେଉଛି,କୋର୍ଟକୁ ଏହା ଉପରେ ବ୍ୟାନ୍ ଲଗାଇବା ଉଚିତ୍।

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ଫାଶୀରୁ ବର୍ତ୍ତିବା ପାଇଁ ବାରମ୍ବାର ପ୍ରୟାସ କରୁଛନ୍ତି। ମୁକେଶ ତିହାର ଜେଲରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଅକ୍ଷୟଙ୍କ ପରେ ବିନୟ ମଧ୍ୟ ରାଷ୍ଟ୍ରପତିଙ୍କୁ ଦୟା ଆବେଦନ ପଠାଇବାର ପ୍ରସ୍ତୁତି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.