କଇଁ କଇଁ ହୋଇ କାନ୍ଦିଲେ ନିର୍ଭୟାଙ୍କ ମା'-ଦୋଷୀଙ୍କ ଓକିଲ ତାଙ୍କୁ କହିଲେ ଏହି କଥା

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ ୩୧।୦୧- ପଟିଆଲା ହାଉସ୍‌ କୋର୍ଟ ଦୋଷୀମାନଙ୍କର ଫାଶୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ନ ଦେବା ପାଇଁ ଅଦାଲତ ଘୋଷଣା କରିଛନ୍ତି । ଏହାପରେ ନିର୍ଭୟାଙ୍କ ମାଆ ଆଶା ଦେବୀ କଇଁ କଇଁ ହୋଇ କାନ୍ଦି ପକାଇଥିଲେ । ଦୋଷୀମାନଙ୍କର ଓକିଲା ଦୋଷୀଙ୍କୁ କେବେବି ଫାଶୀ ଦଣ୍ଡ ହୋଇ ପାରିବ ନାହିଁ ବୋଲି ନିର୍ଭୟାଙ୍କ ମାଆଙ୍କୁ ଚ୍ୟାଲେଞ୍ଜ କରିଥିବା ସେ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଏହି ସମୟରେ ସେ କାନ୍ଦି ପକାଇଥିଲେ । ତାଙ୍କ ଝିଅକୁ ରାକ୍ଷସପରି ହତ୍ୟାକରିଥିବା ହତ୍ୟାକାରୀମାନଙ୍କ ଫାଶୀଘୁଞ୍ଚି ଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଦୋଷୀଙ୍କ ଆଇନଜୀବୀ ତାଙ୍କୁ କରିଥିବା ଚ୍ୟାଲେଞ୍ଜ ଅଧିକ ମର୍ମାହତ କରିଛି ।

{"id":217453,"sizeSlug":"large"}

ଦୋଷୀମାନେ ଯାହା ଚାହୁଁଛନ୍ତି ସେୟା ହେଉଥିବା କଥା ସେ ପ୍ରକାଶ କରିଛନ୍ତି । ଆଇନ ଗଳାବାଟରେ ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶ ଘୁଞ୍ଚିଯାଉଥିବା କଥା ସେ କହିଛନ୍ତି ।ଏବେ ସମସ୍ତେ ଦୋଷୀଙ୍କୁ ସହାୟତା କରିବା ପରି ତାଙ୍କୁ ଲାଗୁଥିବା କଥା ସେ କହିଛନ୍ତି । ଆଇନ ଉପରେ ତାଙ୍କର ବିଶ୍ୱାସ ଅଛିକି ସେ ଏହାର ଉତ୍ତରରେ ଆଇନବ୍ୟବସ୍ଥା ଉପରେ ଓ ଅଦାଲତ ଉପରେ ସେ ଟିପ୍ପଣୀ କରିବେ ନାହିଁ , ମାତ୍ର ସରକାର ଓ ଅଦାଲତ ଏହାର ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

{"id":208383,"sizeSlug":"large"}


ନିର୍ଭୟାଙ୍କ ପକ୍ଷ ରଖୁଥିବା ଓକିଲ ବି କାନ୍ଦି ପକାଇଥିଲେ । ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା କଥା ସେ ପ୍ରକାଶ କରିଛନ୍ତି ।

{"id":208300,"sizeSlug":"large"}

ଫେବ୍ରୁଆରୀ ଏକ ତାରିଖରେ ଏହି ଦୁଷ୍କର୍ମକାରୀ ଓ ହତ୍ୟାକାରୀମାନଙ୍କୁ ଫାଶୀ ହେବାର ଥିଲା । ମାତ୍ର ବିଭିନ୍ନ ନ୍ୟାୟିକ ପ୍ରକ୍ରିୟାର ସାହାଯ୍ୟ ନେଇ ଏମାନେ ଫାଶୀ ତାରିଖକୁ ବିଳମ୍ବ କରିବାରେ ଲାଗିଛନ୍ତି । ଅକ୍ଷୟ, ବିନୟ, ପବନ ଓ ମୁକେଶଙ୍କର ଡେଥ୍ ଓ୍ୱାରେଣ୍ଟ ଦ୍ୱିତୀୟ ଥର ପାଇଁ ରଦ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.