Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ନିଜ ଅଧିକାର କଥା କହି ପ୍ରଶ୍ନ କଲେ ନିର୍ଭୟାଙ୍କ ମାଆ, କାନ୍ଦି କାନ୍ଦି କହିଲେ କେବେ ମିଳିବ ଦୋଷୀଙ୍କୁ ଦଣ୍ଡ ?

12/02/2020 at 5:10 PM

ନୂଆଦିଲ୍ଲୀ  ୧୨|୦୨: ଅଦାଲତରେ ପୁଣି କଇଁ କଇଁ ହୋଇ କାନ୍ଦିଲେ ୨୦୧୨ଗଣଦୁଷ୍କର୍ମ ହତ୍ୟା ପୀଡିତାଙ୍କ ମଆ। ବାସ୍ପରୁଦ୍ଧ କଣ୍ଠରେ ପ୍ରଶ୍ନ କଲେ , କେବେ ସେହି ଦୋଷୀମାନେ ଆଇନର ପରିଣତି ଭୋଗିବେ ? ଆହୁରି ବି ପ୍ରଶ୍ନ କଲେ ପୀତିତାର ମାଆ ହିସାବରେ ତାଙ୍କର ଅଧିକାର ନାହିଁ ? କେବେ ସେହି ଦୋଷୀଙ୍କ ଲାଗି ଜାରି ହେବ ଡେଥ୍‌ ଓ୍ବାରେଣ୍ଟ ?  ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିବାକୁ ନେଇ ବୁଧବାର ଦିନ ଦିଲ୍ଲୀ ପଟିଓ୍ବାଲା ହାଉସ କୋର୍ଟରେ ଶୁଣାଣି ଚାଲିଥିଲା । ନିର୍ଭୟାଙ୍କ ମାତା-ପିତାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ମାନ୍ୟବର କୋର୍ଟ । ତେବେ ଜଜ୍‌ ମାମଲାର ଶୁଣାଣି କରି ଗୁରୁବାର ଦିନ (ଆସନ୍ତାକାଲି)କୁ ଶୁଣାଣି ସ୍ଥଗିତ ରଖିଥିଲେ । ଏହାଶୁଣିବା ପରେ ନିର୍ଭୟା ମାଆ ଆଶା ଦେବୀ କୋର୍ଟରେ କାନ୍ଦି କାନ୍ଦି ଏମିତି କିଛି ପ୍ରଶ୍ନ କରିଥିଲେ ।   

ପୀଡିତାଙ୍କ ପିତା ଓ ମାତା ପଟିଆଲା କୋର୍ଟରେ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିବା ସହ କୋର୍ଟ ଏହି ମାମଲାରେ ଆଗାମୀ ଶୁଣାଣି ଗୁରୁବାର କରିବେ ବୋଲି କହିଥିଲେ । ଦୋଷୀ ପବନଙ୍କ ପିତାଙ୍କୁ ଗୁରୁବାର ଦିନ କୋର୍ଟ ଦ୍ୱାରା ଲିଗାଲ୍ ଏଡରୁ ନୂଆ ଓକିଲ ମିଳିବା ପରେ ଶୁଣାଣି କରିବେ ବୋଲି କୋର୍ଟ କହିଥିଲେ।

କୋର୍ଟରେ ଶୁଣାଣି ସମୟରେ ନିର୍ଭୟା ମାଆ କାନ୍ଦି କହିଥିଲେ ଯେ, ଗତ ଦେଢବର୍ଷ ହେଲା ସେ ଏହି କୋର୍ଟରେ ଡେଥ୍‌ ଓ୍ବାରେଣ୍ଟ ପାଇଁ ଲଢୁଛନ୍ତି । ତାଙ୍କ ଅଧିକାରୀ କୁଆଡେ ଗଲା ବୋଲି କୋର୍ଟଙ୍କୁ ପ୍ରଶ୍ନ କରିଥିଲେ ।  ସେ ଦୀର୍ଘ ୭ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ରହିଛନ୍ତି ଓ ଦୟାକରି କୋର୍ଟ ଦୋଷୀଙ୍କ ପାଇଁ ଡେଥ୍ ଓ୍ୱାରେଣ୍ଟ୍ ଜାରି କରନ୍ତୁ ବୋଲି ସେ କାନ୍ଦି କରି ନିବେଦନ କରିଥିଲେ। ସେହିପରି  ନିର୍ଭୟାଙ୍କ ପିତା ମଧ୍ୟ ଭାବବିହ୍ୱଳ ହୋଇ ଯାଇଥିଲେ । ଏବଂ କହିଥିଲେ ଯେ, ତାଙ୍କ ଝିଅ ସହ ଅନ୍ୟାୟ ହୋଇଛି। ଅନ୍ୟାୟ ରୋକିବା କୋର୍ଟଙ୍କ କାମ ବୋଲି ସେ କହିଛନ୍ତି । ମାତ-ପିତାଙ୍କ ଏପରି କଥା ଶୁଣିବା ପରେ ଜଜ ଉଭୟଙ୍କୁ ଧର୍ଯ୍ୟ ଧରି ବସିବା ପାଇଁ କହିଥିଲେ।

   Related Posts