ନିର୍ଭୟା ମାମଲା : ପଟିଓ୍ବାଲା ହାଉସ କୋର୍ଟରେ ଶୁଣାଣି , ଆସିପାରେ ନୂଆ ଡେଥ୍‌ ଓ୍ବାରେଣ୍ଟ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୦୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଦୋଷୀଙ୍କ ବିରୋଧରେ ସୋମବାର ଦିଲ୍ଲୀ ପଟିଓ୍ବାଲା ହାଉସ୍ କୋର୍ଟରେ ଶୁଣାଣି ହେବ । ତେବେ ଶୁଣାଣିରେ  ନୂତନ ଡେଥ ୱାରେଣ୍ଟ ଆସିପାରେ ବୋଲି ସମ୍ଭାବନା ରହିଛି । କୋର୍ଟରେ ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବାକୁ ଦାବି କରାଯାଇଥିଲା । ନୂତନ ନିଯୁକ୍ତ ଓକିଲ ପ୍ରଥମ ଥର  ପାଇଁ ମାମଲାରେ ଦୋଷୀ ପବନର ପକ୍ଷ ରଖିବେ । ତିହାର କର୍ତ୍ତୃପକ୍ଷ ଓ ନିର୍ଭୟାର ମାତା-ପିତା ଚାରି ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦିଆଯାଉ ନେଇ  ଦାବି କରିଛନ୍ତି । 

{"id":218699,"sizeSlug":"large"}

ଗତ ଶୁଣାଣୀରେ କୋର୍ଟ ଦୋଷୀ ପବନର କେସ ଉପସ୍ଥାପନ କରିବା ପାଇଁ ସରକାରୀ ଓକିଲ ରବି କାଜୀଙ୍କୁ ନିଯୁକ୍ତ କରିଥିଲେ । ଏହା ପୂର୍ବରୁ ଗତ ଓକିଲ ଏପି ସିଂହ ଅଦାଲତରେ ପବନଙ୍କ ମାମଲା ପରିଚାଳନା କରୁଥିଲେ । ସୋମବାର ଦିନ ରବି କାଜୀ ପ୍ରଥମ ଥର ଦୋଷୀ ପବନ ତରଫରୁ ନିଜର ଦଲିଲ ଉପସ୍ଥାପନ କରିବେ ଏବଂ ସେ କହିବେ ଯେ, କ’ଣ ପବନ ତରଫରୁ କ୍ୟୁରେଟିଭ ଆବେଦନ କରିଥିଲା ନା ନାହିଁ । ତେବେ କୋର୍ଟ ଦୋଷୀଙ୍କୁ ପୂର୍ବରୁ ୭ଦିନ ସମୟ ଦେଇଥିଲେ ନିଜ ନିଜର ଆଇନଗତ ବିକଳ୍ପର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଶେଷ ଶୁଣାଣି ପର୍ଯ୍ୟନ୍ତ କୌଣସି ଦୋଷୀ ନିଜର ଆଇନଗତ ବିକଳ୍ପର ବ୍ୟବହାର କରିନଥିଲେ ବୋଲି ଜେଲ୍‌ ପ୍ରଶାସନ କୋର୍ଟଙ୍କୁ ଜଣାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.