ମୃତ୍ୟୁର ଭୟ : ନିର୍ଭୟା ଦୋଷୀଙ୍କ ପେଟକୁ ଦାନା ଯାଉନି, ଆଖିକୁ ଆସୁନି ନିଦ

Published By : Prameya-News7 Bureau | December 12, 2019 IST

ନୂଆଦିଲ୍ଲୀ ୧୨।୧୨:  ନିର୍ଭୟା ଅପରାଧୀଙ୍କୁ ମିଳିଗଲାଣି ଦଣ୍ଡବିଧାନର ସୂଚନା। ଏଣୁ ସେମାନଙ୍କର ସବୁ ସମୟ ଏବେ ଭୟରେ କଟୁଛି। ରାତିରେ ସେମାନେ ଠିକ୍ ଭାବେ ଶୋଇପାରୁନଥିବା ବେଳେ ଖାଇବା ପିଇବା ଲାଗି ମଧ୍ୟ ଆଗ୍ରହ କରୁନାହାନ୍ତି। ଫଳରେ ଜଣେ ବନ୍ଦୀଙ୍କ ଓଜନ ବି କମିଥିବା ଜେଲ କର୍ମଚାରୀଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଅନ୍ୟପଟେ ନିର୍ଭୟା ଅପରାଧୀଙ୍କୁ ଦଣ୍ଡ ବିଧାନ ଲାଗି ସ୍ଥିରକୃତ ହୋଇଥିବା ଘାତକ ଏବେ ଚିନ୍ତାରେ ରାତି ଶୋଇପାରୁନଥିବା ଜଣାପଡିଛି।

{"id":196763,"width":578,"height":779,"sizeSlug":"large"}

ନିକଟରେ ନିର୍ଭୟା କାଣ୍ଡର ଅପରାଧୀଙ୍କୁ ତିହାର ଜେଲରେ ଏକାଠି କରାଯାଇଥିଲା।  ମଣ୍ଡୋଲି ଜେଲରେ ରହୁଥିବା ପବନକୁ ତିହାର ଅଣାଯାଇଥିବା ବେଳେ ତାକୁ ଜେଲ ନମ୍ବର ୪ରେ ରଖାଯାଇଛି। ଅନ୍ୟ ୩ ଜଣ ଅଭିଯୁକ୍ତ ଅକ୍ଷୟ, ମୁକେଶ ଓ ବିନୟ ୨ ନମ୍ବର ଜେଲର ୩ ନମ୍ବର ସେଲରେ ପୃଥକ ପୃଥକ ରହୁଛନ୍ତି। ଜେଲ କର୍ମଚାରୀମାନେ ସେମାନଙ୍କ ଉପରେ ଦିନ ରାତିନଜର ରଖିଥିବା ବେଳେ ସେମାନଙ୍କ ଆଚାର, ବ୍ୟବହାର ଓ ଚାଲିଚଳନ ଉପରେ ନଜର ରଖାଯାଇଛି।

{"id":196764,"sizeSlug":"large"}

ଅପରାଧୀମାନେ ସେମାନଙ୍କ ଦଣ୍ଡବିଧାନର ସୂଚନା ପାଇସାରିଥିବାରୁ ବେଶ ବିଚଳିତ ହୋଇପଡିଛନ୍ତି।  ଜେଲ କର୍ମଚାରୀମାନେ ସେମାନଙ୍କୁ ନିଜ ନିଜ ସେଲରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଟହଲୁଥିବାର ଦେଖୁଛନ୍ତି। ଠିକରେ ଶୋଇପାରୁନଥିବାରୁ ସେମାନେ ଟହଲୁଥିବାରୁ ଦେଖାଯାଉଛନ୍ତି। ଅନ୍ୟପକ୍ଷରେ ଜେଲକର୍ତ୍ତୃପକ୍ଷ ସେମାନଙ୍କ ଖାଦ୍ୟପେୟ ମଧ୍ୟନିୟନ୍ତ୍ରିତ କରିଛନ୍ତି। ସେମାନଙ୍କୁ ଖାଦ୍ୟରେ ତରଳ ପଦାର୍ଥ ସହ  କଠିନ ଖାଦ୍ୟ ଏପରି ଦିଆଯାଉଛି ଯେପରିସେମାନଙ୍କର ରକ୍ତଚାପ ନିୟନ୍ତ୍ରିତ ରହେ।

{"id":196765,"width":582,"height":383,"sizeSlug":"large"}

ତେବେ ଅପରାଧୀମାନେ ଖାଇବା ପିଇବା ଠିକରେ କରୁନଥିଲେ ହେଁ ଜେଲ ପକ୍ଷରୁ ସେମାନଙ୍କର ଡାକ୍ତରୀ ଚିକିତ୍ସା କରାଯାଉନି କି ସେମାନଙ୍କୁ କୌଣସି ଔଷଧ ଦିଆଯାଇନି।  ହେଲେ ମୃତ୍ୟୁ ଦଣ୍ଡ ଭୟ ଯୋଗୁ ଠିକ୍ ରେ ଖାଉନଥିବାରୁ ଜଣେ ବନ୍ଦୀର ଓଜନ କମିଥିବା ଜଣାପଡିଛି। ସେପଟେ ତିହାରଜେଲ କର୍ତ୍ତୃପକ୍ଷ ଯେ କୌଣସି ମୁହୂର୍ତ୍ତରେ ଦୋଷୀଙ୍କ ଦଣ୍ଡ ବିଧାନ କରିପାରିନ୍ତି। ଏଥିଲାଗି କର୍ତ୍ତୃପକ୍ଷ ଘାତକ ମଗାଇଛନ୍ତି। ଏଥିଲାଗି କର୍ତ୍ତୃପକ୍ଷ ୨ ଜଣ ଘାତକଙ୍କ ଆବଶ୍ୟକତା ଜଣାଇଥିବା ବେଳେ ମିରଟ ଜେଲର ଘାତକ ପବନଙ୍କୁ ଏଥିଲାଗି ପଠାଇବାକୁ ମଞ୍ଜୁରି ମିଳିଛି।

{"id":196767,"sizeSlug":"large"}

ପବନ ନିର୍ଭୟା ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ବେଶ୍‌ ଖୁସିଥିବା ଜଣାପଡିଛନ୍ତି। ହେଲେ ଏ ନେଇ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଆଦେଶ ମିଳିନଥିବା ବେଳେ ଦୋଷୀଙ୍କ ଦଣ୍ଡ ବିଧାନଲାଗି ସେ କିନ୍ତୁ ରାତି ଶୋଇପାରୁ ନାହାନ୍ତି। ତେବେ ତାଙ୍କୁ ଦଣ୍ଡ ବିଧାନରେ ସହଯୋଗ କରିବା ଲାଗି ହୁଏତ ଲକ୍ଷ୍ନୌ ଜେଲର ଘାତକଙ୍କୁ ବି ନିୟୋଜିତ କରାଯାଇପାରେ। ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅର୍ଡର ମିଳିବା ପରେ ଯାଇ ଘାତକସ୍ପଷ୍ଟ ହେବେ ବୋଲି ଜଣାପଡିଛି।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.