ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ କେବେ ? କୋର୍ଟରେ ଗୁହାରି କଲେ ନିର୍ଭୟାଙ୍କ ପରିବାର

Published By : Prameya-News7 Bureau | February 14, 2019 IST

ଦିଲ୍ଲୀ ୧୪/୨ : ନିର୍ଭୟା ଗଣଦୁଷ୍କର୍ମ ମାମଲା । ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିର୍ଭୟାଙ୍କ ବାପା-ମା । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କୁ ଫାଶୀ ଦେବା ପାଇଁ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କୋର୍ଟରେ କରିଛନ୍ତି ଆବେଦନ । ପଟିଆଲା ହାଉସ୍ କୋର୍ଟରେ ମାର୍ଚ୍ଚ ୨ରେ ମାମଲାର ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବ ବୋଲି ନିଶ୍ଚିତ କରିଛନ୍ତି । ୪ ଦୋଷୀଙ୍କ ମୃତ୍ୟୁଦଣ୍ଡ ଆଦେଶକୁ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରାଯିବାକୁ ନେଇ ଏକ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ମୁକେଶ, ପୱନ ଗୁପ୍ତା,ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

{"id":85265}

୨୦୧୨ ଡିସେମ୍ବର ୧୬ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା | ଚଳନ୍ତା ବସରେ ୨୩ ବର୍ଷ ବୟସ୍କା ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା | ଏପରିକି ଅଭିଯୁକ୍ତମାନେ ତାଙ୍କ ଶରୀରର ଅନେକ ଅଙ୍ଗକୁ ନଷ୍ଟ କରି ଦେଇଥିଲେ | ତାଙ୍କ ଯୌନାଙ୍ଗରେ ଲୁହା ରଡ଼ ପସେଇଦେଇଥିଲେ ଅଭିଯୁକ୍ତ | ଯାହାଫଳରେ ତାଙ୍କ ଅନ୍ତ ପୂଜୁଲା ମଧ୍ୟ ବାହାରି ଯାଇଥିଲା |ପୀଡିତାଙ୍କୁ ଚିକିତ୍ସା ପାଇଁ ଆମେରିକାକୁ ପାଠ ଯାଇଥିଲା | ତଥାପି ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲାନାହିଁ | ଜୀବନ ସହ ସଂଗ୍ରାମ କରି କରି ଶେଷରେ ଜୀବନ ହାରି ଦେଇଥିଲେ |

{"id":85266}


ପୀଡିତାଙ୍କ ସହ ଗଣଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା | ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବାପରେ ସେମାନଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ ବିଚାରପତି | ଜଣେ ଦୋଷୀ ଜେଲରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା | ଆଉ ଜଣେ ନାବାଳକକୁ ୩ ବର୍ଷ ପାଇଁ ସୁଧାର ଗୃହ ପଠାଇ ଦିଆଯାଇଥିଲା | ଅନ୍ୟ ୪ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫାଶୀ ମିଳିନାହିଁ | ଯେଉଁଥିପାଇଁ ନିର୍ଭୟାଙ୍କ ପରିବାର ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ କୋର୍ଟରେ ଗୁହାରି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.