ନୂଆଦିଲ୍ଲୀ ୨୫।୧: ଜେଲରେ ଅବସ୍ଥାନ ବେଳେ ଦିଲ୍ଲୀ ନିର୍ଭୟା କାଣ୍ଡର ଅନ୍ୟତମ ଅପରାଧୀ ବିନୟ ଶର୍ମା ପେଣ୍ଟିଂ କରିବା ସହ ଲେଖାଲେଖି ମଧ୍ୟ କରୁଥିଲା। ସେ ଜେଲରେ କରୁଥିବା ପେଣ୍ଟିଂରୁ କିଛି ଦିଲ୍ଲୀ ହାଟରେ ବିକ୍ରି ବି ହୋଇଛି। ତେବେ ସେଗୁଡିକ କେତେ ମୂଲ୍ୟରେ ବିକ୍ରି ହୋଇଥିଲା ତାହା ଜଣାପଡିନଥିଲେ ମଧ୍ୟ ସେ ‘ଦରିନ୍ଦା’ ନାମରେ ଏକ ୧୯ ପୃଷ୍ଠାର ଡାୟେରୀ ଲେଖିଥିବା ଜଣାପଡିଛି।
{"id":215786,"width":580,"height":321,"sizeSlug":"large"}ନିର୍ଭୟା କାଣ୍ଡରେ ଗିରଫ ୬ ଜଣଙ୍କ ମଧ୍ୟରେ କେବଳ ବିନୟର କିଛି ଶିକ୍ଷାଗତ ଯୋଗ୍ୟତା ଥିଲା। ସେ ଇଂରାଜୀରେ ଭଲ ଲେଖି ଓ କହିବି ପାରେ। ଏଣୁ ଜେଲରେ ସମୟ ସବୁକୁ ବ୍ୟର୍ଥ କରିନଥିଲା ବିନୟ। ଏହି ସମୟରେ ସେ ସୁନ୍ଦର ସୁନ୍ଦର ପେଣ୍ଟିଂ ସବୁ କରିଥିବା ବେଳେ ‘ଦରିନ୍ଦା’ ନାମରେ ଲେଖଥିବା ଡାୟେରୀଟି ତାର ଅଧା ରହିଛି। ଏ ସମ୍ପର୍କରେ ତାର ଓକିଲ କୋର୍ଟଙ୍କୁ ଜଣାଇଥିବା ବେଳେ ସେସବୁକୁ ତାକୁ ଫେରାଇ ଦେବାକୁ କୋର୍ଟ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
{"id":215787,"sizeSlug":"large"}ତେବେ ନିର୍ଭୟା ଅପରାଧୀଙ୍କ ସମୟ ପାଖେଇ ଆସିଥିବା ବେଳେ ସେମାନଙ୍କ ଦଣ୍ଡ କୋହଳ କରିବା ଲାଗି ଓକିଲ ଏବେ ଦିନରାତି ଏକ କରିଦେଇଛନ୍ତି। ତେବେ ଏଥିରେ ଜେଲ ପ୍ରଶାସନର ସହଯୋଗ ମିଳୁନଥିବା ଓକିଲ କହିଛନ୍ତି। କାଗଜପତ୍ର ଦେବାରେ ଜେଲ ପ୍ରଶାସନ ବିଳମ୍ବ କରୁଥିବାରୁ ଓକିଲ କ୍ଷୋଭ ପ୍ରକାଶ କରିଛନ୍ତି। ଫେବୃଆରୀ ୧କୁ ସେମାନଙ୍କ ଦଣ୍ଡବିଧାନ ଧାର୍ଯ୍ୟଥିବା ବେଳେ ପ୍ରଶାସନ ୨୪ ଜାନୁୟାରୀ ରାତି ସାଢେ ୧୦ଟାରେ କିଛି କାଗଜପତ୍ର ଦେଇଥିବା ଓକିଲ କହିଛନ୍ତି।
{"id":215788,"sizeSlug":"large"}ତେବେ ଜେଲ କର୍ତ୍ତୃପକ୍ଷ ଦେଇଥିବା ଡକ୍ୟୁମେଣ୍ଟରେ ବିନୟର ୧୬୦ ପୃଷ୍ଠାର କେସ୍ ଡାୟେରୀ ନାହିଁ କି ତା ସ୍ୱାସ୍ଥ୍ୟ ସମ୍ବଦ୍ଧିତ କାଗଜପତ୍ର ଦେଇ ନାହାନ୍ତି। ନିକଟରେ ଓକିଲ ବିନୟକୁ ଜେଲରେ ଭେଟିଥିଲେ ବୋଲି କହିଛନ୍ତି। ସେତେବେଳେ ତାର ସ୍ୱାସ୍ଥ୍ୟଗତ ଅବସ୍ଥା ଭଲ ନଥିବା ସେ ନିଜେ ଦେଖିଥିବା କହିଥିବା ବେଳେ ନିର୍ଭୟାକାଣ୍ଡର ଅପରାଧୀମାନେ ଗତ ୭ ଦିନ ହେଲା ଜେଲରେ ହରତାଳ କରିଥିବା ବେଳେ ଜେଲ ପ୍ରଶାସନ ବୟାନବାଜୀରେ ଭିନ୍ନ କଥା କହୁଛନ୍ତି। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଓକିଲ।