Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଫାଶୀଦଣ୍ଡ ତିଥି ଘୁଞ୍ଚିବାରୁ କେଜରୀୱାଲଙ୍କୁ ଦାୟୀକଲେ ନିର୍ଭୟାଙ୍କ ପିତା, ଜାଣନ୍ତୁ କ’ଣ କହିଛନ୍ତି ‘ଆପ୍’ନେତା

31/01/2020 at 7:26 PM

ନୂଆଦିଲ୍ଲୀ ୩୧।୧: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅପରାଧୀ ଫେବୃଆରୀ ୧ ତାରିଖ ଦିନ ଦଣ୍ଡିତ ହେବେନି। କୋର୍ଟ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ତେବେ କୋର୍ଟଙ୍କ ନିଷ୍ପତ୍ତିରେ ଭାଙ୍ଗି ପଡିଛନ୍ତି ନିର୍ଭୟାଙ୍କ ପିତାମାତା। ଗତ ୭ ବର୍ଷ ହେଲା ଅପରାଧୀଙ୍କୁ ତାଙ୍କ ଅପରାଧ ଲାଗି ଦୃଷ୍ଟାନ୍ତମୂଳକ ଦଣ୍ଡ ନିମନ୍ତେ କୋର୍ଟର ଚକ୍କର କାଟୁଛନ୍ତି। ହେଲେ ଥରକୁ ଥର ତାରିଖ ଟଳିବା ସେମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି।

ଏଥିରେ ନିର୍ଭୟାଙ୍କ ପିତା ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିଲାଗି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିଧାଶଳଖ ଗଣମାଧ୍ୟମରେ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ‘କୋର୍ଟ ମାମଲାକୁ ଟାଳି ଦେଇଛନ୍ତି, ମାମଲା କେତେ ଦିନ ଏପରି ଟଳି ରହିବ ଜଣାନାହିଁ, ଏହାର ଅର୍ଥ କେଜରୀୱାଲ ହିଁ ଏହି କାମ କରିଛନ୍ତି, କେଜରୀୱାଲଙ୍କ ଅଧିକାରରେ ଜେଲ ଅଥରିଟି, ସବୁକିଛି ସେହିଠାରୁ ହିଁ ହେଉଛି’। ପୁରା ସିଷ୍ଟମରେ କେଜରୀୱାଲଙ୍କ ହାତ ରହିଛି ବୋଲି ନିର୍ଭୟାଙ୍କ ପିତା କହିଛନ୍ତି।

ଘଟଣାକୁ ନେଇ ଆପ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜବାବ ରଖିଛନ୍ତି। ଏଥିଲାଗି କାହାରିକୁ ଦାୟୀ କରାଯିବା ଠିକ୍ ନୁହେଁ ବୋଲି ଆପ୍ ନେତା ଏକ ବାର୍ତ୍ତାରେ କହିଛନ୍ତି। ଏପରି ପରସ୍ପରକୁ ଦୋଷ ଦେଲେ ନିର୍ଭୟା ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିଯିବକି ବୋଲି ଓଲଟି କେଜରୀୱାଲ ପ୍ରଶ୍ନ କରିଛନ୍ତି। ନିର୍ଭୟା ଅପରାଧୀଙ୍କ ଫାଶୀ ଟଳିବାର ଦୁଃଖ ସମସ୍ତଙ୍କୁ ଲାଗିଛି। ସମସ୍ତେ ଚାହୁଁଛନ୍ତି ସେମାନଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ। ତେବେ ଆଇନର ବି ନିଶ୍ଚିତ ନୀତି ଓ ନିୟମ ରହିଛି ତାକୁ ମଧ୍ୟ ଅନୁଭବ କରିବାକୁ ପଡିବ ବୋଲି କହିଛନ୍ତି କେଜରୀୱାଲ। ସେ ପୂର୍ବରୁ ମଧ୍ୟ ଏ ନେଇ ଏକ ଭିଡିଓ ବାର୍ତ୍ତାରେ ନିର୍ଭୟା ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ସେ କେନ୍ଦ୍ର ସରକାରଙ୍କ ସହ ମିସି କାର୍ଯ୍ୟ କରିବାକୁ ଚାହାଁନ୍ତି ବୋଲି ମଧ୍ୟ କହିଥିଲେ।  

   Related Posts