ନିର୍ଭୟା ଦୋଷୀଙ୍କୁ କିଭଳି ଦିଆଗଲା ଫାଶୀ ? ଫାଶୀ ପୂର୍ବରୁ ପ୍ରଥମେ ଗାଧୋଇଲେ, ଜଳଖିଆ କଲେ, ଜେଲ ସୁପରିଟେଣ୍ଡେଣ୍ଟଙ୍କ ଇସାରା ମିଳିବା ପରେ ଦିଆଗଲା ଫାଶୀ

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦/୦୩ : ୨୦୧୨ ମସିହା ଡିସେମ୍ବର ୧୬ ତାରିଖ...ଏହି ଦିନ ଦିଲ୍ଲୀରେ ଘଟିଥିଲା ଏକ ଭୟଙ୍କର ଘଟଣା | ଅନ୍ଧାର ରାତିରେ ବସ ଭିତରେ ଜଣେ ଯୁବତୀଙ୍କୁ ୬ଜଣ ଗଣଦୁଷ୍କର୍ମ କରି ମାନବିକତାର ସମସ୍ତ ସୀମା ପରି କରିଦେଇଥିଲେ | ନିଜ ଜୀବନ ସହ ସଂଘର୍ଷ କରି ଶେଷରେ ଯୁବତୀ ଜଣକ ପ୍ରାଣ ହରାଇଥିଲେ | ୬ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଜେଲ ଭିତରେ ଆତ୍ମହତ୍ୟା କରିଥିଲା | ଆତ୍ମହତ୍ୟା କରିଥିବା ଦୋଷୀ ବସ ଡ୍ରାଇଭର ରାମ ସିଂହ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା | ବାକି ୫ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିଲା, ତାକୁ ୩ ବର୍ଷ ଦଣ୍ଡ ଦିଆଯାଇଥିଲା | ୨୦୧୫ ମସିହା ଡିସେମ୍ବର ୨୦ ତାରିଖରେ ତାକୁ ମୁକ୍ତ କରିଦିଆଯାଇଥିଲା | ବାକି ୪ଜଣ ମୁକେଶ ସିଂହ, ପବନ ଗୁପ୍ତା, ବିନୟ  ଶର୍ମା ଓ ଅକ୍ଷୟ ଠାକୁରଙ୍କୁ ତାଙ୍କ କଲା କର୍ମର ଫଳ ୭ ବର୍ଷ ପରେ ମିଳିଛି | ତାଙ୍କୁ ସଜା ଦେବା ପାଇଁ ଭାରତୀୟ ଆଇନ ୭ ବର୍ଷ ୩ ମାସ ଓ ୪ ଦିନ ସମୟ ଲଗାଇଥିଲା | ଶେଷରେ ପୀଡିତା ନିର୍ଭୟାଙ୍କୁ ନ୍ୟାୟ ମିଳିଛି |

୪ ଦୋଷୀଙ୍କୁ ତିହାଡ଼ ଜେଲ ନମ୍ବର-୩ରେ ଆଜି ସକାଳ ସାଢେ ୫ଟା ସମୟରେ ଫାସୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି | ଫାସୀ ପାଇଁ ପବନ କୁମାରକୁ ୧୭ ତାରିଖରେ ତିହାଡ଼ ଜେଲକୁ ଅଣାଯାଇଥିଲା | ଫାସୀର କିଛି ସମୟ ପୂର୍ବରୁ ଏମାନଙ୍କ ସହ କଣ କଣ ହୋଇଥିଲା, ଜାଣନ୍ତୁ |

୧. ୪ ଦୋଷୀଙ୍କୁ ସକାଳ ସାଢେ ୫ଟା ସମୟରେ ଫାସୀ ଦିଆଗଲା | କିନ୍ତୁ ଫାସୀ ପାଇଁ ପ୍ରସ୍ତୁତି ରାତିରୁ ଆରମ୍ଭ ହୋଇଯାଇଥିଲା |

୨. ଦୋଷୀଙ୍କୁ ଗାଧୋଇ ଦିଆଯାଇଥିଲା | ଗାଧୋଇବା ପରେ ପିନ୍ଧିବା ପାଇଁ ତାଙ୍କୁ ନୂଆ ସଫା ଡ୍ରେସ ଦିଆଗଲା |

୩. ତାପରେ ତାଙ୍କୁ ଖାଇବା ପାଇଁ ଜଳଖିଆ ଦିଆଗଲା |

୪. ଫାସୀ ଦେବାର ଘଣ୍ଟେ ପୂର୍ବରୁ ଜେଲ ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ, ଡିଏମ, ଏଡ଼ିଏମ, ମେଡିକାଲ ଅଫିସର ଦୋଷୀଙ୍କୁ ସାକ୍ଷାତ କରିଥିଲେ |

୫. ୪ ଦୋଷୀଙ୍କୁ ୩ ନମ୍ବର ଜେଲକୁ ନିଆଗଲା |

୬. ତାଙ୍କ ସାମ୍ନାରେ ହିନ୍ଦୀରେ ଡେଥ ୱାରେଣ୍ଟ ପଢାଗଲା |

୭. ଏହାପରେ ଜଲ୍ହାଦ ଆସିଥିଲା | ଦୋଷୀଙ୍କ ଗୋଡକୁ ରଶିରେ ବାନ୍ଧିଥିଲା | ବେକରେ ରଶି ଲଗାଇଥିଲା | 

୮. ସୁପରିଟେଣ୍ଡେଣ୍ଟଙ୍କ ଇସାରା ପାଇବା ପରେ ଜଲ୍ହାଦ ଲିବର ଟାଣିଥିଲା | ଲିବାର ଟାଣିବା କ୍ଷଣି ୪ଜଣ ଫାସୀ ଖୁଣ୍ଟରେ ଝୁଲି ପଡିଲେ |

୯.ମେଡିକାଲ ଅଫିସର ଏମାନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିବା ପର୍ଯ୍ୟନ୍ତ ୪ ଦୋଷୀ ଫାସୀ ଖୁଣ୍ଟରେ ଝୁଲି ରହିଥିଲେ |

 ଜେଲ ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ, ମେଡିକାଲ ଅଫିସର ଫାସୀ ସମୟରେ ଉପସ୍ଥିତ ଥିଲେ | ଏମାନଙ୍କ ସହ ଡିଏମ, ଏଡ଼ିଏମ ମଧ୍ୟ ଉପସ୍ଥିତ ଥିଲେ | ଡିଏମ ଓ ଏଡ଼ିଏମ ଡେଥ ୱାରେଣ୍ଟରେ ଦସ୍ତଖତ କରିଥିଲେ | ଏମାନଙ୍କ ଛାଡ କନେଷ୍ଟବଳ, ହେଡ଼ କନେଷ୍ଟବଳ ମଧ୍ୟ ଉପସ୍ଥିତ ଥିଲେ | ଫାସୀର ସମ୍ପୂର୍ଣ ପ୍ରୋସେସ ସମ୍ପୂର୍ଣ୍ଣ ହେବ ଯାଏଁ ଜେଲର ବାକି ସମସ୍ତ କଏଦୀ ନିଜ ନିଜ ପ୍ରକୋଷ୍ଠରେ ବନ୍ଦୀ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.