ଜେଲରେ ବିଚଳିତ ନିର୍ଭୟା ଦୋଷୀ, ଜାଣିଗଲେଣି ଏଥର ସେମାନଙ୍କ ଦଣ୍ଡ ନିଶ୍ଚିତ, ତଥାପି ଛାଡି ନାହାନ୍ତି ବଞ୍ଚିବାର ଆଶା

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨:  ଦିଲ୍ଲୀ ପାଟିଆଲା ହାଉସ୍‌କୋର୍ଟ ଗତ ସୋମବାର ନିର୍ଭୟା ଦୋଷୀଙ୍କ ଲାଗି ତୃତୀୟବାର ‘ଡେଥ୍ ୱାରେଣ୍ଟ’ ଜାରିକରିଛନ୍ତି। ଯଦି ଆଇନଗତ ପ୍ରତିବନ୍ଧକ ନ ଆସେ ତେବେ ମାର୍ଚ୍ଚ ୩ ତାରିଖ ସକାଳେ ସେମାନଙ୍କ ଦଣ୍ଡ ନିଶ୍ଚିତ ବୋଲି ଏବେ ଦୋଷୀମାନେ ମଧ୍ୟ ଜାଣିସାରିଲେଣି। ଏଣୁ ଜେଲରେ ଏବେ ସେମାନେ ବିଚଳିତ ଥିବା ଜଣାପଡିଛି। ତେବେ ଦଣ୍ଡ ଟାଳିବା ଲାଗି ପାରୁପର୍ଯ୍ୟନ୍ତେ ଉଦ୍ୟମ ଚଳାଇଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି। 

{"id":226398,"width":575,"height":448,"sizeSlug":"large"}

ସେପଟେ କୋର୍ଟରୁ ତୃତୀୟବାର ଡେଥ ୱାରେଣ୍ଟ ଜାରି ହେବା ପରେ ନିର୍ଭୟାଙ୍କ ମା ଆଶାଦେବୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଦଣ୍ଡ ନେଇ କିନ୍ତୁ ଏବେବି ସେ ନିଶ୍ଚିତ ନାହାନ୍ତି। ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣାଙ୍କ କୋର୍ଟରେ  ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ରାଜୀବ ମୋହନଙ୍କ  ତର୍କ ଅନୁସାରେ ଡେଥ୍ ୱାରେଣ୍ଟ ଜାରି ହୋଇଛି। ବିନୟ ଶର୍ମା, ଅକ୍ଷୟ କୁମାର ଓ ମୁକେଶ କୁମାର ସିଂହଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଥିବା ବେଳେ ରାଷ୍ଟ୍ରପତି ମଧ୍ୟ ସେମାନଙ୍କ କ୍ଷମାନିବେଦନ ଅଗ୍ରାହ୍ୟ କରିଛନ୍ତି ବୋଲି ରାଜୀବ  କହିଥିଲେ। ତେବେ କେବଳ ପବନ କ୍ୟୁରେଟିଭ ପିଟିସନ କି ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ କରିନାହାନ୍ତି। ଏଣୁ କୌଣସି ଦୋଷୀଙ୍କର କୌଣସି କୋର୍ଟରେ ମୋକଦ୍ଦମା ଲମ୍ବିତ ନଥିବାରୁ ଡେଥ୍ ୱାରେଣ୍ଟ ଜାରି କରାଯିବାରେ ବାଧକ ନଥିବା କୋର୍ଟଙ୍କୁ କହିଥିଲେ।

{"id":226400,"sizeSlug":"large"}

ଜେଲରୁ ମିଳିଥିବା ସୂଚନା ଅନୁସାରେ ପୁଣି ଥରେ ଡେଥ ୱାରେଣ୍ଟ ଜାରି ହେବାରୁ ଦୋଷୀ ବ୍ୟାକୁଳ ହୋଇ ଉଠିଛନ୍ତି। ଏଥର ସେମାନଙ୍କ ଦଣ୍ଡ ପାଳନ ହେବା ସୁନିଶ୍ଚିତ ହୋଇ ସାରିଥିବାରୁ ସେମାନେ ନିଜ ନିଜ ସେଲରେ ଚୁପା ଚାପ୍ ବସି ରହୁଛନ୍ତି। ତେବେ ବିନୟ ନିଜ ସେଲରେ ଚଲାଫେରା କରୁଥିବା ଦେଖାଯାଇଛି। ଏଣୁ ଜେଲ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କଡା ନଜର ରଖାଯାଇଥିବା ବେଳେ ସିସିଟିଭି କ୍ୟାମେରାରେ ସେମାନଙ୍କ ଆଚରଣର ଅନୁଧ୍ୟାନ ହେଉଛି।

{"id":226401,"width":585,"height":385,"sizeSlug":"large"}

ନୂଆ ଡେଥ ୱାରେଣ୍ଟ ଜାରି ହେବା ପରେ ଜେଲ କର୍ତ୍ତୃପକ୍ଷ ନିଜର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଅଧିକାରୀମାନେ ଫାଶୀ ନିରିକ୍ଷଣ କରିବା ସହ ରିପୋର୍ଟ ଉପରସ୍ଥ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବୁଧବାର ଜନୈକ ପିଡବ୍ଲୁଡି ଯନ୍ତ୍ରୀ ଜେଲକୁଆସି ଫାଶୀ ଘରନିରିକ୍ଷଣ କରିଯାଇଛନ୍ତି। ଏଣୁ ଯଦି ଆବଶ୍ୟକତା ପଡେ ତେବେ ଫାଶୀଘରର ସାମାନ୍ୟ ମରାମତି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଜେଲ ନମ୍ବର ୩ର ଅଧିକ୍ଷକ ନିର୍ଭୟା ଦୋଷୀମାନଙ୍କ ପରିବାର ଲୋକଙ୍କୁ ଡେଥ ୱାରେଣ୍ଟ ଜାରି ହୋଇଥିବା ନେଇ ଔପଚାରିକ ସୂଚନା ପ୍ରଦାନ ନିମନ୍ତେ ପ୍ରସ୍ତୁତି କରୁଥିବା ଜଣାପଡିଛି।

{"id":226402,"width":578,"height":324,"sizeSlug":"large"}

ଜେଲ ଅଧିକାରୀମାନଙ୍କ ଅନୁସାରେ ଦିନେ ଅଥବା ଦୁଇ ଦିନ ମଧ୍ୟରେ ଦୋଷୀଙ୍କ ପରିଜନଙ୍କୁ ଏ ନେଇ ସୂଚିତ କରାଯିବା ସହ ସେମାନଙ୍କ ସହ ଅନ୍ତିମବାର ଭେଟ ଲାଗି ତାରିଖ ମଧ୍ୟ ଜଣାଇ ଦିଆଯିବ। ଏ ନେଇ ଏବେ ଅଧିକାରୀମାନେ ଦୋଷୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସେମାନେ ଯେଉଁ ଦିନକୁ ଧାର୍ଯ୍ୟ କରିବେ ସେହି ଦିନ ସେମାନଙ୍କୁ ଭେଟିବା ଲାଗି ପରିବାର ଲୋକଙ୍କୁ ଜଣାଇଦିଆଯିବ। ଏହା ପୂର୍ବରୁ ମଧ୍ୟ ନିର୍ଭୟା ଅପରାଧୀଙ୍କ ଦଣ୍ଡଲାଗି ୨ ଥର ଡେଥ ୱାରେଣ୍ଟ ଜାରି ହୋଇଥିଲା। ସେତେବେଳେ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କୁ ସୂଚିତ କରାଯିବା ସହ ଭେଟିବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.