ଫାଶୀ ପାଇଁ କଣ୍ଟ ପୂରିପୂରି ଆସୁଛି, ଦିନ ବି ସରି ସରି ଯାଉଛି - ଦଉଡ଼ି ବି ତିଆରି ସରିଲାଣି , ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ପାଇବେ ଦୋଷୀ

Published By : Prameya-News7 Bureau | December 13, 2019 IST

ନୂଆଦିଲ୍ଲୀ ୧୩।୧୨ - ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀ ଆବେଦନର ଶୁଣାଣି ଘୁଞ୍ଚିଲା ।  ଆସନ୍ତା ୧୮ ତାରିଖରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏହି ଆବେଦନର ଶୁଣାଣି ହେବ ।  ନିର୍ଭୟା ମାମଲାର ଅଭିଯୁକ୍ତଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ଦାବି କରି ନିର୍ଭୟାଙ୍କ ମା’ ପଟିଆଲା ହାଉସ କୋର୍ଟରେ ପିଟିସନ ଦାଖଲ କରିଥିଲେ । ତେବେ ସୁପ୍ରିମକୋର୍ଟରେ ୧୭ ତାରିଖରେ ଅଭିଯୁକ୍ତ ଅକ୍ଷୟର ରିଭ୍ୟୁ ପିଟିସନ୍ ଉପରେ ନିଷ୍ପତ୍ତି ଆସିବାକୁ ଥିବାରୁ ୧୮ ତାରିଖ ଅପରାହ୍ନ ୨ଟାରେ ପିଟିଆଲା ହାଉସ କୋର୍ଟରେ ଶୁଣାଣି ହେବ ।

{"id":197406,"sizeSlug":"large"}

କଣ୍ଟ ପୂରିପୂରି ଆସୁଛି। ଦିନ ବି ସରି ସରି ଯାଉଛି। । ଦଉଡ଼ି ବି ତିଆରି ସରିଲାଣି । ଏବେ ବେଳ ବୁଡ଼ିବାକୁ ଅପେକ୍ଷା । ଦିଲ୍ଲୀର ଛାତିଥରା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୧୮ ତାରିଖରେ ଆସିପାରେ ଫାଇନାଲ ଡିସିସନ । ୧୮ ତାରିଖ ଅପରାହ୍ନ ୨ଟାରେ ପଟିଆଲା ହାଉସ କୋର୍ଟରେ ଭିଡିଓ କନଫରନେସିଂ ମାଧ୍ୟମରେ ମାମଲାର ଶୁଣାଣି ହେବା ସହ ଚୂଡ଼ାନ୍ତ ରାୟ ଶୁଣାଇବେ ବୋଲି ଅନୁମାନ କରାଯାଉଛି । ୧୭ ତାରିଖରେ ନିର୍ଭୟା ମାମଲାର ଅଭିଯୁକ୍ତ ଅକ୍ଷୟ, ସୁପ୍ରିମକୋର୍ଟରେ ଦାୟର କରିଥିବା ରିଭ୍ୟୁ ପିଟିସନ ଉପରେ ଶୁଣାଣି ହେବ । ଏହା ପରଦିନ ପଟିଆଲା ହାଉସ କୋର୍ଟରେ ନିର୍ଭୟାଙ୍କ ମାଆ ଅଭିଯୁକ୍ତଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ଦାୟର କରିଥିବା ପିଟିସନର ଶୁଣାଣି ହେବ ।

{"id":197407,"sizeSlug":"large"}

ପୂର୍ବରୁ ନିର୍ଭୟା ମାମଲା ସହ ଜଡ଼ିତ ଚାରି ଅଭଯୁକ୍ତଙ୍କୁ ଏକାଠି କରି ତିହାର ଜେଲ୍‌ରେ ରଖାଯାଇଛି । ତଥାପି ନିର୍ଭୟାର ଦୋଷୀମାନେ ଫାଶୀରୁ ମୁକ୍ତି ପାଇଁ ସବୁ ବାଟ ଆପଣେଇବାକୁ ଭରପୂର ପ୍ରୟାସ କରୁଛନ୍ତି । ପୱନର ବୟସ ହେରଫେର ନେଇ ଏକ ମାମଲା ହାଇକୋର୍ଟରେ ପେଣ୍ଡିଂ ଅଛି । ଦ୍ବିତୀୟ ଅଭିଯୁକ୍ତ ବିନୟର ଦୟା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଅଛି । କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଆବେଦନ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲା । ତେବେ ଅଧିକାଂଶ ମାମଲାରେ ରାଷ୍ଟ୍ରପତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସ୍ ମଞ୍ଜୁର କରୁଥିବାରୁ ବିନୟର ଆବେଦନ ମଧ୍ୟ ରିଜେକ୍ଟ ହେବ ବୋଲି ଅନୁମାନ କରାଯାଉଛି । ତେବେ ଦୋଷୀଙ୍କୁ ଯଥାଶୀଘ୍ର ଚରମ ଶାସ୍ତି ଦେବା ପାଇଁ ଚାରିଆଡ଼ୁ ଦାବି ଉଠିଲାଣି ।

ଡିସେମ୍ବର ୧୬, ୨୦୧୨ରେ ଦିଲ୍ଲୀର ଛାତି ଉପରେ ଘଟିଥିଲା ନିର୍ଭୟା ଗଣଦୁଷ୍କର୍ମ ଘଟଣା । ଆଉ ୨ ଦିନ ପରେ ଘଟଣାକୁ ୭ ବର୍ଷ ପୂରିବାକୁ ଥିବା ବେଳେ, ଏଯାଏ କିନ୍ତୁ ଦୋଷୀଙ୍କୁ ଦଣ୍ଡ ମିଳିନି । ତେଣୁ କେତେଶୀଘ୍ର ଅଦାଲତର ଫଇସଲା ଆସିବା ସହ ନିର୍ଭୟାଙ୍କୁ ନ୍ୟାୟ ମିଳୁଛି, ଏବେ ତାହାକୁ ହିଁ ଅପେକ୍ଷା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.