ନୂଆଦିଲ୍ଲୀ ୧/୧: ତିହାରରେ ନିର୍ଭୟାଙ୍କ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଫ୍ରେମ୍ ପ୍ରସ୍ତୁତି ସରିଲାଣି। କୁହାଯାଉଛି ଯେ ନିର୍ଭୟାଙ୍କ ୪ଅଭିଯୁକ୍ତଙ୍କୁ ଏକାଠି ଫାଶୀ ଦିଆଯିବ। ଏବେ ତିହାର ଜେଲ୍ ଦେଶର ପ୍ରଥମ ଏପରି କାରାଗାର ହୋଇଛି,ଯେଉଁଠାରେ ଏକାଠି ୪ଟି ଫ୍ରେମ୍ ଫାଶୀ ପାଇଁ ପ୍ରସ୍ତୁତ। ଏବେ ଯାଏଁ ଏଠାରେ ଫାଶୀ ପାଇଁ ଗୋଟିଏ ଫ୍ରେମ୍ ରହୁଥିଲା,କିନ୍ତୁ ଏବେ ୪ଟି କରି ଦିଆଯାଇଛି।
ତିହାର ଜେଲ୍ ଭିତରେ ଫ୍ରେମ୍ ତିଆରି କାମ ଲୋକ ନିର୍ମାଣ ବିଭାଗ ଅର୍ଥାତ୍ PWD ଗତ ସୋମବାର ଦିନ କରିଥିଲେ। ଏହି କାମ କରାଯିବା ନିମନ୍ତେ ଜେଲ୍ ଭିତରେ ଜେସିବି ମେସିନ୍ ଅଣା ଯାଇଥିଲା।
ଜେସିବି ମେସିନ୍ ସହାୟତାରେ ୩ଟି ନୂଆ ଫାଶୀର ଫ୍ରେମ୍ ଏବଂ ସୁଡ଼ଙ୍ଗ ପ୍ରସ୍ତୁତ କରାଯାଇଛି। ଫାଶୀ ଫ୍ରେମ୍ ତଳେ ଏକ ସୁଡ଼ଙ୍ଗ ପ୍ରସ୍ତୁତ କରାଯାଇଥାଏ। ଏହି ସୁଡ଼ଙ୍ଗ ଜରିଆରେ ଫାଶୀ ପରେ ମୃତ କଏଦୀଙ୍କ ଶବ ବାହାର କରାଯାଇଥାଏ। ବର୍ତ୍ତମାନ ୩ଟି ନୂଆ ଫାଶୀ ଫ୍ରେମ୍ ସହ ପୁରୁଣା ଫ୍ରେମକୁ ବଦଳାଇ ଦିଆଯାଇଛି।
୨୦୧୨ମସିହା ଡିସେମ୍ବର ୬ତାରିଖ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଶୁଣାଣି ଅନ୍ତିମ ପର୍ଯ୍ୟାୟରେ ରହିଛି। ଅଭିଯୁକ୍ତ ଅକ୍ଷୟ,ପଓ୍ବନ,ବିନୟ ଏବଂ ମୁକେଶର ଡେଥ୍ ଓ୍ବାରେଣ୍ଟରେ ପଟିଆଲା ହାଉସ୍ କୋର୍ଟ ଜାନୁୟାରୀ ୭ତାରିଖରେ ଶୁଣାଣି କରିବ।
ଡିସେମ୍ବର ୧୯ତାରିଖରେ ଅଭିଯୁକ୍ତଙ୍କର ପୁର୍ନବିଚାର ଆବେଦନ ସୁପ୍ରିମ କୋର୍ଟ ଖାରଜ କରି ଦେଇଥିଲେ।