ନୂଆଦିଲ୍ଲୀ ୨୩।୨: ଫାଶୀ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଭରସା ତୁଟି ତୁଟି ଯାଉଛି । ଶୁକ୍ରବାର ଦିନ ଜେଲ୍ ରେ ଭେଟିବାକୁ ଆସିଥିବା ନିଜ ପରିବାରଲୋକଙ୍କୁ ଦେଖି ନିର୍ଭୟା ଦୋଷୀ ଅକ୍ଷୟ ଠାକୁର କାନ୍ଦିବାକୁ ଲାଗିଥିଲା । ପଓ୍ବନ ଗୁପ୍ତା ମଧ୍ୟ ଏଭଳି କାନ୍ଦିଥିବାର ଜଣାପଡିଛି । ଶୁକ୍ରବାର ଦିନ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ଭେଟିବାକୁ ଜେଲ୍ ରେ ପହଞ୍ଚିଥିଲେ । ଏହି ସମୟରେ ଏମାନଙ୍କୁ ଏଭଳି କାନ୍ଦିବାର ଦେଖି ପରିବାରଲୋକ ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ । ଜେଲ୍ ଅଧିକାରୀମାନେ ଦୋଷୀ ଅକ୍ଷୟ ଏବଂ ପଓ୍ବନଙ୍କ ସହ ଉଭୟଙ୍କ ପରିବାରଲୋକଙ୍କୁ ମଧ୍ୟ ବୁଝାସୁଝା କରି ଶାନ୍ତ କରାଇଥିଲେ ।
{"id":228046,"sizeSlug":"large"}ଜେଲ୍ ଅଧିକାରୀଙ୍କ ସୂଚନା ଅନୁସାରେ ଦୋଷୀମାନଙ୍କୁ ସପ୍ତାହରେ ଦୁଇ ଥର ନିଜ ପରିବାରଲୋକଙ୍କୁ ଭେଟିବାର ଅନୁମତି ଦିଆଯାଇଛି । ଦୋଷୀ ଅକ୍ଷୟଙ୍କୁ ବାଦ୍ ଦେଇ ଅନ୍ୟ ତିନି ଜଣ ଦୋଷୀ ମୁକେଶ, ବିନୟ ଏବଂ ପଓ୍ବନର ପରିବାରଲୋକ ସବୁଦିନ ଜେଲ୍ ଯାଇ ସେମାନଙ୍କୁ ଭେଟୁଛନ୍ତି । ମାତ୍ର ବିବାହରେ ଥିବା କାରଣରୁ ଅକ୍ଷୟଙ୍କ ପରିବାର କିଛି ଦିନ ହେବ ତାକୁ ଭେଟିବାକୁ ଆସିନଥିଲେ ।
{"id":228047,"sizeSlug":"large"}ଜାନୁଆରୀ ୭ ତାରିଖରେ ପ୍ରଥମ ଡେଥ୍ ଓ୍ବାରେଣ୍ଟ ଜାରି ହେବା ପୂର୍ବରୁ ହିଁ ଅକ୍ଷୟଙ୍କ ପତ୍ନୀ, ମା ଏବଂ ଝିଆରୀ ତାକୁ ଭେଟିବାକୁ ଆସିଥିଲେ । ଶୁକ୍ରବାର ଦିନ ପୁଣି ଅକ୍ଷୟଙ୍କ ପତ୍ନୀ, ମା ଏବଂ ତାଙ୍କ ଝିଆରୀ ଜେଲ୍ ରେ ପହଞ୍ଚିଥିଲେ । ପରିବାର ଲୋକଙ୍କ ଆସିବା ଖବର ଶୁଣି ପ୍ରଥମେ ଖୁସି ହୋଇଯାଇଥିଲେ ଅକ୍ଷୟ । ମାତ୍ର ଜେଲ୍ ଅଧୀକ୍ଷକଙ୍କ ରୁମ୍ ରେ ପହଞ୍ଚି କାନ୍ଦିବାକୁ ଲାଗିଥିଲେ ଅକ୍ଷୟ । ଅକ୍ଷୟର ମା’ ତାକୁ କୁଣ୍ଢାଇ ଧରି ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ ।
{"id":228048,"width":581,"height":435,"sizeSlug":"large"}ସେହିଭଳି ପଓ୍ବନଙ୍କୁ ଭେଟିବାକୁ ତାଙ୍କ ବାପା ଜେଲ୍ ରେ ପହଞ୍ଚିଥିଲେ । ଅକ୍ଷୟ ଭଳି ପଓ୍ବନ ମଧ୍ୟ ତା ବାପାଙ୍କୁ ଭେଟି କାନ୍ଦିବାକୁ ଲାଗିଥିଲା । ତା ବାପା ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ ।