ନିର୍ଭୟା ମାମଲା: ୧ ଫେବୃଆରୀ ଦଣ୍ଡବିଧାନ ଉପରେ ରହିତାଦେଶ ଦାବି କଲେ ଅପରାଧୀଙ୍କ ଓକିଲ

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦।୧:  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅପରାଧୀଙ୍କ ୧ ଫେବୃଆରୀ ଦଣ୍ଡବିଧାନ ଉପରେ ରହିତାଦେଶ ଲାଗି ତାଙ୍କ ଓକିଲ ଏ.ପି. ସିଂହ ଗୁରୁବାର କୋର୍ଟରେ ନିବେଦନ କରିଛନ୍ତି। ବିନୟ ଶର୍ମାର କ୍ଷମା ନିବେଦନ ଯୋଗୁ ପାଟିଆଲା ହାଉସ୍ କୋର୍ଟଙ୍କ ଦ୍ୱାରା ଜାରି ଡେଥ୍ ୱାରେଣ୍ଟ ପାଳନ ନେଇ ଅନିଶ୍ଚିତତା ଉପୁଜିଥିବା ବେଳେ ଓକିଲଙ୍କ ଆବେଦନ ଏବେ ମାମଲାକୁ ଭିନ୍ନ ମୋଡ ଦେଇଛି।

wp:html /wp:html

ଶତ୍ରୁଘ୍ନ ଚୌହାନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ମାର୍ଗଦର୍ଶନ ଅନୁଯାୟୀ କୌଣସି ଅପରାଧୀକୁ କ୍ଷମାନିବେଦନ ବିଚାରାଧୀନ ଥିବା ବେଳେ ଦଣ୍ଡିତ କରାଯାଇପାରିବ ନାହିଁ। ସେହିପରି ଯଦି କ୍ଷମାନିବେଦନ ଅଗ୍ରାହ୍ୟ ହୁଏ ସେହି ଦିନ ଠାରୁ ୧୪ ଦିନ ମଧ୍ୟରେ ମଧ୍ୟ ଦଣ୍ଡପାଳନୀୟ ନୁହେଁ। ପୂର୍ବରୁ ପାଟିଆଲା ହାଉସ୍ କୋର୍ଟ ଅପରାଧୀଙ୍କୁ ଜାନୁୟାରୀ ୨୨ରେ ଦଣ୍ଡିତ କରିବା ଲାଗି ଡେଥ୍ ୱାରେଣ୍ଟ ଜାରି କରିଥିଲେ। ତେବେ ପରେ ଏଥିରେ ପୁଣି ପରିବର୍ତ୍ତନ ହୋଇଥିବା ବେଳେ ଫବୃଆରୀ ୧ ତାରିଖକୁ ଦଣ୍ଡପାଳନ ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦଣ୍ଡ ଟାଳିବା ଲାଗି ଏବେ ମଧ୍ୟ ଅପରାଧୀଙ୍କ ବିକଳ୍ପ ଥିବା ଓକିଲ କହିଛନ୍ତି।

{"id":217829,"width":577,"height":328,"sizeSlug":"large"}

ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅନ୍ୟତମ ଅପରାଧୀ ଅକ୍ଷୟ ସିଂ ଠାକୁରର କ୍ୟୁରେଟିଭ ପିଟିସନକୁ କୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଏଥିରେ ଗତକାଲି କ୍ଷମାନିବେଦନ କରିଥିବା ବିନୟ ଶର୍ମାର ମର୍ସି ପିଟିସନ ଏବେ ପ୍ରକ୍ରିୟାରେ ଥିବା ଓକିଲ କୋର୍ଟଙ୍କୁ କହିଛନ୍ତି।  ଏହା ଛଡା ପୱନ ଗୁପ୍ତା ମଧ୍ୟ ନିଜକୁ ରକ୍ଷା କରିବା ଲାଗି ଏବେ ପଦକ୍ଷେପ ନେବ। ଗତ ୨୦ ତାରିଖରେ ତାର ନାବାଳକ ସମ୍ପର୍କିତ ଆବେଦନ କୋର୍ଟରେ ଅଗ୍ରାହ୍ୟ ହୋଇଛି। ହେଲେ ଏପର୍ଯ୍ୟନ୍ତ ତା ପକ୍ଷରୁ କ୍ୟୁରେଟିଭ ପିଟିସନ କି ମର୍ସି ପିଟିସନ ଦାଖଲ ହୋଇନଥିବା ଓକିଲ ଆବେଦନରେ ଦର୍ଶାଇଛନ୍ତି। ଏଣୁ ୧ ଫେବୃଆରୀ ଦଣ୍ଡବିଧାନ ଉପରେ ରହିତାଦେଶ ଜାରି ଲାଗି  କୋର୍ଟଙ୍କୁ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.