Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ନିର୍ଭୟା ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟ ଉପରେ ଆଜି ଶୁଣାଣି, ଫାଶୀରୁ ବର୍ତ୍ତିବାର ସମସ୍ତ ବିକଳ୍ପ ଶେଷ

5/03/2020 at 8:41 AM

ନୂଆଦିଲ୍ଲୀ ୫।୩: ଆଜି ଘୋଷଣା ହେବ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କ ଫାଶୀ ପାଇବାର ଶେଷ ତାରିଖ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଶେଷ ହୋଇଯାଇଛି ଅଭିଯୁକ୍ତମାନଙ୍କ ସମସ୍ତ ବଞ୍ଚିବା ରାସ୍ତା ।

ଏବେ ୪ ଅଭିଯୁକ୍ତଙ୍କ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି । ରାଷ୍ଟ୍ରପତିଙ୍କ ନିକଟରୁ ଅଭିଯୁକ୍ତ ପବନର ରାଜକ୍ଷମା ଆବେଦନ ଖାରଜ ହୋଇଯିବା ପରେ, ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି ।

କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ କରିଛନ୍ତି । ଆଜି ଦିନ ୨ଟାରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ପୂର୍ବରୁ ରାଷ୍ଟ୍ରପତି ନିର୍ଭୟା ଦୋଷୀ ଅକ୍ଷୟ, ମୁକେଶ ଓ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ । ତେଣୁ ଏମାନଙ୍କ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ କୌଣସି ଆଇନଗତ ଉପାୟ ନାହିଁ ।

   Related Posts