ଦିଲ୍ଲୀ ନିର୍ଭୟା କାଣ୍ଡ: ୨୨ ଜାନୁୟାରୀରେ ଘୁଞ୍ଚିପାରେ ଅପରାଧୀଙ୍କ ଫାଶୀ,ଜାଣନ୍ତୁ କାହିଁକି ?
11/01/2020 at 3:53 PM

ନୂଆଦିଲ୍ଲୀ ୧୧।୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧୀଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି। ପାଟିଆଲା ହାଉସ୍ କୋର୍ଟ ଗତ ୭ ତାରିଖ ଶୁଣାଣିରେ ସେମାନଙ୍କୁ ଜାନୁୟାରୀ ୨୨ ତାରିଖରେ ଦଣ୍ଡିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଇନଗତ ପ୍ରକ୍ରିୟା ଲାଗି ହୁଏତ ସେଦିନ ସେମାନଙ୍କୁ ଦଣ୍ଡିତ କରାଯାଇନପାରେ। ଦଣ୍ଡ ଘୁଞ୍ଚାଇବା ନିମନ୍ତେ ଅପରାଧୀଙ୍କ ଆଗରେ ଏବେବି ଅନେକ ରାସ୍ତା ଓ ସମୟ ରହିଛି, ଯାହାର ସେମାନେ ହୁଏତ ଉପଯୋଗ କରିପାରନ୍ତି ବୋଲି ଏବେ ଆଶଙ୍କା କରାଗଲାଣି।

ଅପରାଧୀଙ୍କ ଲାଗି ଏବେ ଅଛି ଟି୨ ବିକଳ୍ପ
ଦଣ୍ଡ ଘୁଞ୍ଚାଇବା ଲାଗି ଅପରାଧୀଙ୍କ ହାତରେ ଏବେ ୨ଟି ବିକଳ୍ପ ରହିଛି। ହୁଏତ ସେମାନେ କୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିପାରନ୍ତି ନଚେତ ରାଷ୍ଟ୍ରପତିଙ୍କୁ କ୍ଷମାନିବେଦନ କରିବେ। ତେବେ କ୍ୟୁରେଟିଭ ପିଟିସନ ଦାୟର ହେଲେ ମାମଲାର ପୁନର୍ବିଚାର ଲାଗି କିଛି ସମୟ ଲାଗିବ ଓ ସେପର୍ଯ୍ୟନ୍ତ ସେମାନଙ୍କ ଦଣ୍ଡ ପାଳନ ହୋଇପାରିବ ନାହିଁ। ସେହିପରି କୋର୍ଟ ଯଦି ସେମାନଙ୍କ ପିଟିସନ ଅଗ୍ରାହ୍ୟ କରନ୍ତି ତେବେ ସେମାନେ ରାଷ୍ଟ୍ରପତିଙ୍କୁ କ୍ଷମାନିବେଦନ କରିପାରିବେ। ଏହା ଏକ ବିଳମ୍ବିତ ପ୍ରକ୍ରିୟା ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ମିଳିବା ପରେ ହିଁ ଦଣ୍ଡ ପ୍ରସ୍ତୁତି କରାଯିବ।

ବିନୟ ଓ ମୁକେଶ ଦେଇଛନ୍ତି ପିଟିସନ
ନିର୍ଭୟା କାଣ୍ଡର ଦୋଷୀ ୪ ଜଣଙ୍କ ମଧ୍ୟରୁ ୨ ଜଣ ମୁକେଶ ଓ ବିନୟ ସେମାନଙ୍କ ଓକିଲଙ୍କ ଜରିଆରେ କୋର୍ଟଙ୍କୁ କ୍ୟୁରେଟିଭ ପିଟିସନ ଦାଖ କରିସାରିଛନ୍ତି। ସେମାନଙ୍କ ଲାଗି ଓକିଲ ଗତ ଗୁରୁବାର ପିଟିସନ ଦାଖଲ କରିଛନ୍ତି। ସେହିପରି କେବଳ ବିନୟ ରାଷ୍ଟ୍ରପତିଙ୍କୁ ଏକାକୀ ମାମଲାରେ କ୍ଷମା ନିବେଦନ କରିଛନ୍ତି। ତେବେ ମାମଲାର ଅନ୍ୟ ୨ ଜଣ ଅଭିଯୁକ୍ତ ପ୍ରସଙ୍ଗରେ ଏବେବି ନିରବତା ଅବଲମ୍ବନ କରୁଛନ୍ତି। ହେଲେ ଯାହା ହେବ ଦୋଷୀ ୪ ଜଣ ଏକାଠି ଭୋଗ କରିବେ ତାହା କିନ୍ତୁ ଏବେ ନିଶ୍ଚିତ।