ଜଣାପଡିଲା ଦଣ୍ଡ ଟାଳିବା ଲାଗି ‘ନିର୍ଭୟା’ ଅପରାଧୀଙ୍କ ଷଡଯନ୍ତ୍ର, ସତର୍କହେଲେ ଜେଲ ପ୍ରଶାସନ

Published By : Prameya-News7 Bureau | January 06, 2020 IST

ନୂଆଦିଲ୍ଲୀ ୬।୧:  ଜାନୁୟାରୀ ୭ ତାରିଖକୁ ଏବେ ସାରା ଦେଶ ଅପେକ୍ଷା କରି ରହିଛି। ଦିଲ୍ଲୀ କୋର୍ଟ ମଙ୍ଗଳବାର ନିର୍ଭୟା କାଣ୍ଡ ଦୋଷୀଙ୍କ ଲାଗି ଦଣ୍ଡ ତାରିଖ ଧାର୍ଯ୍ୟ କରିବେ ବୋଲି ଲୋକେ ଆଶା କରି ବସିଛନ୍ତି। ସେପଟୁ ତିହାର ଜେଲରୁ ମିଳିଥିବା ଏକ ଖବର ଏବେ ସମସ୍ତଙ୍କ ନିଦ ହଜେଇ ଦେଇଛି। ନିର୍ଭୟା ଦୋଷୀମାନେ ଦଣ୍ଡ ଟାଳିବା ଲାଗି ଯୋଜନାରେ ଥିବା ଜେଲ କର୍ତ୍ତୃପକ୍ଷଙ୍କୁ ଆଭାସ ମିଳିଯାଇଛି।  ଏଣୁ ତୁରନ୍ତ ପଦକ୍ଷେପ ନେବା ଲାଗି ଜେଲ ମୁଖ୍ୟାଳୟଙ୍କୁ ପତ୍ର ଲେଖିଥିବା ଜଣାପଡିଛି।

{"id":207793,"sizeSlug":"large"}

ନିର୍ଭୟା କାଣ୍ଡର ୩ ଦୋଷୀ ଅକ୍ଷୟ, ପବନ ଓ ମୁକେଶଙ୍କ ମାନସିକତାକୁ ଠିକ୍ ଠଉରେଇଛନ୍ତି  ତିହାର ଜେଲ ପ୍ରଶାସନ। ଯଦି ସେମାନଙ୍କୁ କେଉଁ ଆଡୁ ଆଶ୍ୱାସନା ନ ମିଳେ ତେବେ ଜେଲରେ ପୁଣିଏକ ବଡ ଅପରାଧିକ  କାଣ୍ଡ ଭିଆଇ ପାରନ୍ତି ସେମାନେ। ଆଇନ ଅନୁସାରେ ଯଦି ଅପରାଧୀ ନୂଆ ମାମଲା କରିବସନ୍ତି  ତେବେ ତାର ଫୈସଲା ପର୍ଯ୍ୟନ୍ତ ପୁରୁଣା ଅପରାଧର ସଜା ମିଳିପାରିବ ନାହିଁ। ଏଣୁ ଜେଲ ପ୍ରଶାସନ ସେମାନଙ୍କୁ ଏବେ ପୃଥକ ପୃଥକ ସେଲରେ ରଖିବା ଲାଗି କାରାଗାର ବିଭାଗ ମୁଖ୍ୟାଳୟଙ୍କୁ ପତ୍ରରେ ଜଣାଇଛନ୍ତି।  

{"id":207796,"width":576,"height":372,"sizeSlug":"large"}

କ’ଣ ହୋଇପାରେ ସେମାନଙ୍କ ଯୋଜନା
ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ନିଜର ରକ୍ଷା ଲାଗି କୋର୍ଟ ଆଇନ ଭିତରେ ସମସ୍ତ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।  ଏଥିରେ ସେମାନେ ଦଣ୍ଡ କୋହଳ ନିମନ୍ତେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ନିବେଦନ ବି କରିପାରନ୍ତି। ତେବେ ଅପରାଧୀମାନେ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିବେ ବୋଲି ଜେଲ ପ୍ରଶାସନକୁ ଜଣାଇଦେଇଛନ୍ତି।  ଯଦି ଏଥିରୁ ସୁଫଳ ନ ମିଳେ ତେବେ ସେମାନେ ଶେଷରେ ରାଜକ୍ଷମା ନିମନ୍ତେ ରାଷ୍ଟ୍ରପତିଙ୍କ ଶରଣାପନ୍ନ ହେବେ ବୋଲି କହିଛନ୍ତି।  

{"id":207797,"sizeSlug":"large"}

୩ ଜଣ ଆବେଦନ କରିଥିବା ବେଳେ ଜଣେ ନିରବ ରହିଛି
ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପବନ, ଅକ୍ଷୟ ଓ ବିନୟ କ୍ୟୁରେଟିଭ ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି।  ସେହି ଅନୁସାରେ ଜେଲ କର୍ତ୍ତୃପକ୍ଷ ୭ ଜାନୁୟାରୀ  ଶୁଣାଣିରେ ପାଟିଆଲା କୋର୍ଟଙ୍କୁ ୩ ଅପରାଧୀଙ୍କ ଜବାବ ଜଣାଇ ଦେବେ ବୋଲି କହିଛନ୍ତି। ତେବେ ମୁକେଶ ମାମଲାରେ ନିରବ ରହିଛି। ଏଣୁ ମାମଲାର ୪ ଅପରାଧୀ ଏବେ କିଛି ବଡ ଧରଣର ଯୋଜନାରେ ଥିବାର ଅନୁମାନ କରୁଛନ୍ତି ଜେଲ କର୍ତ୍ତୃପକ୍ଷ।

{"id":207798,"sizeSlug":"large"}

କ’ଣ କରିପାରନ୍ତି ସେମାନେ
ନିର୍ଭୟା ଅପରାଧୀ ଦଣ୍ଡ ସମୟ ଗଡାଇବା ଲାଗି ଜେଲ ଭିତରେ କିଛି ବି ଅପରାଧ ଭିଆଇ ପାରନ୍ତି। ସେମାନେ ଜେଲ କର୍ମଚାରୀ ହୁଅନ୍ତୁ ଅଥବା ଅନ୍ୟ ଅନ୍ତେବାସୀଙ୍କୁ ଆକ୍ରମଣ ବି କରିପାରନ୍ତି ।  କିଛି ନ ହେଲେ ନିଜନିଜ ମଧ୍ୟରେ ସେହିଭଳି କିଛି କାଣ୍ଡ କରିପାରନ୍ତି ଯେଉଁଥିଲାଗି ନୂଆ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ଏବେ ଜେଲକର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି।

{"id":207799,"sizeSlug":"large"}

ଏବେ କ’ଣ କରିବେ ଜେଲ କର୍ତ୍ତୃପକ୍ଷ
ତିହାରର ୨ ନମ୍ବର ଜେଲରେ ପବନ,ଅକ୍ଷୟ ଓ ବିନୟ ଏକତ୍ର ଏବେ ଏକତ୍ର ରହୁଥିବା ବେଳେ ଅନ୍ୟ ଜଣକ ସେମାନଙ୍କ ଠାରୁ ପୃଥକ ରଖାଯାଇଛି। ତେବେ ଜେଲର ହାଇ ସିକ୍ୟୁରିଟି ସେଲରେ ପବନ, ଅକ୍ଷୟ, ବିନୟ ଓ ମୁକେଶଙ୍କୁ ପୃଥକ ପୃଥକ ରଖି ସେମାନଙ୍କ ଅଲଗା ରଖିବା ଲାଗି ଜେଲ ବିଭାଗ ମୁଖ୍ୟାଳୟଙ୍କୁ ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.