କୋର୍ଟରେ ପୁଣି ପହଞ୍ଚିଲେ ନିର୍ଭୟା ଦୋଷୀ, ତିହାର ପ୍ରଶାସନ ବିରୋଧରେ ଆଣିଲେ ସଂଗୀନ ଅଭିଯୋଗ…
24/01/2020 at 5:09 PM

ନୂଆଦିଲ୍ଲୀ୨୪/୧: କୋର୍ଟରେ ପୁଣି ପହଞ୍ଚିଲେ ନର୍ଭୟା ଦୋଷୀ। ତିହାର ପ୍ରଶାସନ ବିରୋଧରେ ଆଣିଲେ ସଂଗୀନ ଅଭିଯୋଗ। ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ ପୁଣି ଥରେ ଦିଲ୍ଲୀ ପଟିଆଲ କୋର୍ଟରେ ନିଜ ଯୁକ୍ତି ରଖିଛନ୍ତି। ଏପି ସିଂହ କହିଛନ୍ତି ଯ, ଏପର୍ଯ୍ୟନ୍ତ ତିହାର ପ୍ରାଶାସନ କାଗଜପତ୍ର ଠିକ୍ କରି ନାହାନ୍ତି। ଯେଉଁଥିରେ ଦୋଷୀ ବିନୟ, ପଓ୍ବନ ଓ ଅକ୍ଷୟ ତିନିଜଣ କ୍ୟୁରେଟିଭ ପିଟିସନ ଏବଂ ଦୟା ଯାଚିକା ଦାଖଲ କରି ପାରିବେ। ତିନିଜଣ ଦୋଷୀଙ୍କ ମଧ୍ୟରୁ ବିନୟର କ୍ୟୁରେଟିଭ୍ ପିଟିସନ ଖାରଜ ହୋଇ ସାରିଛି। ସେ କେବଳ ଦୟା ଯାଚିକା ଦାଖଲ କରିବ।
କେବଳ ପଓ୍ବନ ଓ ଅକ୍ଷୟ ଦୁଇଜଣ କ୍ୟୁରେଟିଭ ପିଟିସନ ଓ ଦୟା ଯାଚିକା ଦୁଇଟି ଦାଖଲ କରିବେ। ମାତ୍ର ଫେବୃଆରୀ ୧ ତାରିଖରେ ଦୋଷୀଙ୍କୁ ଫାଶୀ ଦିଆଆଯିବ ହେଲେ ତିହାର ପ୍ରଶାସନ ଏପର୍ଯ୍ୟନ୍ତ କାଗଜପତ୍ର ଠିକ୍ କରି ନ ଥିବା ଏପି ସିଂହ ପଟିଆଲ କୋର୍ଟରେ କହିଛନ୍ତି।
ଏପି ସିଂହ ଆହୁରି ମଧ୍ୟ କହିଛନ୍ତି କାଗଜପତ୍ର ଠିକ୍ ନ ହେବାରୁ ଯାଚିକା ଦାଖଲ କରିବାରେ ବିଳମ୍ବ ହେଉଛି।ସୁଧାରତ୍ମକ ଯାଚିକା ଦାଖଲ କରିବା ପାଇଁ ଏତେ ବିଳମ୍ବ କାହିଁକି ହେଉଛି ବୋଲି ଏପି ସିଂହ କୋର୍ଟରେ ପ୍ରଶ୍ନ କରିଥିଲେ।