ବିନୟର ସ୍ୱାସ୍ଥ୍ୟାବସ୍ଥା ନେଇ ରିପୋର୍ଟ ଦେଲେ ତିହାର କର୍ତ୍ତୃପକ୍ଷ, ଜାଣନ୍ତୁ କ'ଣ କହିଲେ ନିର୍ଭୟା ଦୋଷୀଙ୍କ ଓକିଲ

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ ୨୨।୨:  ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି. ସିଂହ ଶନିବାର ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଦୋଷୀଙ୍କ  ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଯେଉଁ ରିପୋର୍ଟ ଦେଉଛନ୍ତି ତାହା ହାତ ତିଆରି ବୋଲି କହିଛନ୍ତି ସିଂହ । ନିର୍ଭୟା କାଣ୍ଡର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାର ମସ୍ତିଷ୍କ ଆଘାତ, ହାତରେ ଥିବା ଫ୍ୟାକ୍ଚର, ମାନସିକ ରୋଗ ଓ ସ୍କିଜୋଫେର୍ଣ୍ଣିଆ ରୋଗର ଉଚ୍ଚତର ଚିକିତ୍ସା ନିମନ୍ତେ ସେ କୋର୍ଟଙ୍କୁ ନିବେଦନ କରିଥିଲେ। ସେହି ଅନୁସାରେ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ବିବରଣୀ ମାଗିଥିବା ବେଳେ ଶନିବାର ତାହା ପ୍ରଦାନ କରାଯାଇଛି।

{"id":227750,"sizeSlug":"large"}

ଜେଲ କର୍ତ୍ତୃପକ୍ଷଙ୍କ ରିପୋର୍ଟରେ ବିନୟର ଶାରୀରିକ ଓ ମାନସିକ ସ୍ଥିତିରେ ସେଭଳି କୌଣସି ସମସ୍ୟା ନଥିବାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇଛନ୍ତି। ତେବେ ରିପୋର୍ଟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଓ ଭ୍ରମାତ୍ମକ ବୋଲି କହିଛନ୍ତି  ଓକିଲ ଶ୍ରୀ ସିଂହ। ଏଣୁ ସେ ବିନୟକୁ ଭେଟିବା ଦିନର ଭିଡିଓ ଗ୍ରାଫି କୋର୍ଟରେ ଉପସ୍ଥାପନ କରାଯାଉ ବୋଲି ଦାବି କରିଛନ୍ତି।  ଗତ ଫେବୃଆରୀ ୧୮ ତାରିଖ ଦିନ ଓକିଲ ଶ୍ରୀ ସିଂହ ଜେଲରେ ବିନୟକୁ ଭେଟିବାକୁ ଯାଇଥିଲେ। ସେଦିନ ମହକିଲଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନାର ଭିଡିଓଗ୍ରାଫି ହୋଇଥିଲା। ସେଦିନ ବିନୟକୁ କେତେକ ଲୋକ ତାଙ୍କ ନିକଟକୁ ଧରି ଧରି ଆଣିଥିବା ବେଳେ ତା ହାତରେ ପ୍ଲାଷ୍ଟର ଥିବାର ଦେଖା ଯାଇଥିଲା।

{"id":227751,"width":578,"height":381,"sizeSlug":"large"}

ତେବେ ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ବିନୟର ସ୍ୱାସ୍ଥ୍ୟ ଅଥବା ମାନସିକ ଅବସ୍ଥାରେ ସେଭଳି କୌଣସି ବ୍ୟତିକ୍ରମ ନଥିବାର ଦର୍ଶାଯାଇଛି। ଏଣୁ ଜେଲ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଯଦି ସତ୍ୟ ତେବେ ୧୮ ଫେବୃଆରୀରେ ମକହିଲଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନାର ଭିଡିଓ କୋର୍ଟରେ ଉପସ୍ଥାପନ ଜରୁରି ବୋଲି ଓକିଲ ଏ.ପି.ସିଂହ କୋର୍ଟଙ୍କ ନିକଟରେଦାବି କରିଛନ୍ତି। ତେବେ ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦର ରାଣା ଉଭୟ ପକ୍ଷର ତର୍କ ସୁଣିବା ପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିବା ବେଳେ ନିର୍ଭୟା ଓକିଲଙ୍କ ଆବେଦନ ଅଗ୍ରାହ୍ୟ ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.