Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଫାଶୀରୁ ବର୍ତ୍ତିବା ପାଇଁ ଶେଷ ପ୍ରୟାସ, ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

1/02/2020 at 1:47 PM

ନୂଆଦିଲ୍ଲୀ ୧।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ କୁମାର ଶର୍ମାଙ୍କ ପରେ ଦୋଷୀ ଅକ୍ଷୟ ଠାକୁର ମଧ୍ୟ ଫାଶୀଦଣ୍ଡକୁ ରଦ୍ଦ କରିବା ପାଇଁ ରାଜକ୍ଷମା ଆବେଦନ କରିଛନ୍ତି । ସେ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ତାଙ୍କ ଆବେଦନ ପଠାଇଦେଇଛନ୍ତି । ଏହା ପୂର୍ବରୁ ଶନିବାର ଦିନ ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ବିନୟ ଶର୍ମାର ରଜକ୍ଷମା ଆବେଦନ ଖାରଜ କରିଦେଇଥିଲେ । ବିନୟ ମଧ୍ୟ ମୁକେଶ ଭଳି ସୁପ୍ରିମକୋର୍ଟରେ ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଖାରଜ କରିବାକୁ ଚ୍ୟାଲେଞ୍ଜ କରିପାରେ ।

ସୂଚନାଯୋଗ୍ୟ ଯେ, ନିମ୍ନ ଅଦାଲତ, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରୁ ଫାଶୀ ଦଣ୍ଡ ପାଇଥିବା ୪ ଦୋଷୀ ତିହାର ଜେଲ୍ ର ସଂଖ୍ୟା-୩ରେ କଏଦ ହୋଇରହିଛନ୍ତି । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଦ୍ବାରା ଡେଥ୍ ଓ୍ବାରେଣ୍ଟ ଜାରି ହେବା ପରେ ଶନିବାର ଦିନ ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାକୁ ଫାଶୀ ଦିଆଯିବାର ଥିଲା । ମାତ୍ର ଦୋଷୀମାନଙ୍କ ପକ୍ଷରୁ ବାରମ୍ବାର ଆବେଦନ କରାଯାଉଥିବା ଯୋଗୁଁ ଫାଶୀ ଉପରେ ରୋକ୍ ଲଗାଇ ଦିଆଯାଇଛି ।

ଦୋଷୀ ବିନୟ ବୁଧବାର ଦିନ ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିଲା । ତାହାକୁ ଆଜି ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ତେବେ ଦୋଷୀମାନଙ୍କୁ କେବେ ଫାଶୀ ଦିଆଯିବ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ଫାଶୀର ନୂଆ ତାରିଖ ଘୋଷଣା ହୋଇନାହିଁ ।

   Related Posts