ନିର୍ଭୟା କାଣ୍ଡ: ସୁପ୍ରିମକୋର୍ଟକୁ ଗଲେ ଅକ୍ଷୟ ସିଂହ, ମଣ୍ଡୋଲିରୁ ତିହାର ସିଫ୍ଟ ହେଲା ପବନ

Published By : Prameya-News7 Bureau | December 10, 2019 IST

ନୂଆଦିଲ୍ଲୀ ୧୦।୧୨ :  ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ନାଟକୀୟ ମୋଡ ଆସିଛି। ସେମାନଙ୍କ ଦଣ୍ଡ ବିଧାନ ଲାଗି ଜେଲ କର୍ତ୍ତୃପକ୍ଷ ରାଷ୍ଟ୍ରପତିଙ୍କ ରାଜକ୍ଷମା ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବେଳେ ତିହାରରେ ୪ ଅଭିଯୁକ୍ତଙ୍କୁ ଏକାଠି କରିଛନ୍ତି। ମଣ୍ଡୋଲି ଜେଲରେ ରହୁଥିବା ପବନକୁ ମଙ୍ଗଳବାର ତିହାର ଜେଲକୁ ଫେରାଇ ଅଣାଯାଇଛି। ତେବେ ଅନ୍ୟତମ ଅପରାଧୀ ଅକ୍ଷୟ କୁମାର ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କୁ ରିଭ୍ୟୁପିଟିସନ ଦାଖଲ କରିଥିବା ଜଣାପଡିଛି।

{"id":196060,"sizeSlug":"large"}

ନିମ୍ନ ଅଦାଲତ ୪ ଅଭିଯୁକ୍ତ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ କୁମାର ସିଂହ ଓ ପବନ ଗୁପ୍ତାଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିଲେ।  ନିମ୍ନ ଅଦାଲତଙ୍କ ରାୟ ଉଚ୍ଚନ୍ୟାୟାଳୟ କାୟମ ରହିଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ନିଷ୍ପତ୍ତିକୁ ମଞ୍ଜୁରି ଦେଇଥିଲେ। ତେବେ ଅଭିଯୁକ୍ତମାନେ ସେତେବେଳେ କୋର୍ଟଙ୍କ ରାୟକୁ ବିରୋଧ କରିନଥିବା ବେଳେ ଏବେ ଅକ୍ଷୟ କୋର୍ଟଙ୍କୁ ରିଭ୍ୟୁ ପିଟିସନ ଦାଖଲ କରିବା ସେମାନଙ୍କ ଦଣ୍ଡବିଧାନରେ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି।

{"id":196064,"sizeSlug":"large"}

ତେବେ ବିହାରର ବକ୍ସର ଜେଲକୁ ଫାଶୀ ଦଣ୍ଡ ପାଳନ ନିମନ୍ତେ ୧୦ଟି ରଶି ପ୍ରସ୍ତୁତ ରଖିବା ଲାଗି ଚଳିତ ସପ୍ତାହର ଆଦେଶ ଦିଆଯାଇଥିବା ବେଳେ ସେଠାରେ ଅପାରାଧୀଙ୍କ ଦଣ୍ଡ ବିଧାନ ଲାଗି ରଶି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କାରାଗାର ନିର୍ଦ୍ଦେଶାଳୟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ଅନୁସାରେ ବକ୍ସର ଜେଲରେ ଫାଶୀ ଲାଗି ୪ରୁ ୫ଟି ରଶି ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ରହିଛି। ବାକି ଆଦେଶ ଖୁବ୍ ଶୀଘ୍ର ପୁରଣ ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

{"id":196063,"sizeSlug":"large"}

ତେବେ ଗୋଟିଏ ପଟେ ଅଭିଯୁକ୍ତଙ୍କ ରାଜକ୍ଷମା ନିବେଦନକୁ ଗୃହମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ପଠାଇଥିବା ବେଳେ ଅନ୍ୟପଟେ ଜଣେ ଅଭିଯୁକ୍ତ ଏବେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅସ୍ପଷ୍ଟ କରିଛି। ତେବେ ଅଭିଯୁକ୍ତଙ୍କ ଆବେଦନ ଉପରେ  ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟ  କୌଣସି ମନ୍ତବ୍ୟ ଦେଇନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.