ନୂଆଦିଲ୍ଲୀ ୧୭।୦୧ - ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦିଆଯିବ । ଏଥିପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା । ମାତ୍ର ରାଜ କ୍ଷମା ଆବେଦନ ଯୋଗୁଁ ଏଥିରେ ବିଳମ୍ବ ହୋଇଛି । ଏହା ଭିତରେ କଡା ସୁରକ୍ଷ ମଧ୍ୟରେ ଥିବା ଅନ୍ୟତମ ଦୋଷୀ ବିନୟ ଶର୍ମା ଜେଲ୍ର ଶୌଚାଳୟରେ ଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଛି । ବିନୟ ଶର୍ମାର ଓକିଲ ଏ ବିଷୟରେ ସୂଚନା ଦେଇଛନ୍ତି । ବୁଧବାର ସକାଳେ ଏହି ଘଟଣା ଘଟିଥିବା ସେ ସୂଚନା ଦେଇଛନ୍ତି । ସେଠାରେ ନିୟୋଜିତ ଥଇବା ସୁରକ୍ଷାକର୍ମୀ ତାଙ୍କୁ ଏଥିରୁ ନିବୃତ୍ତ କରାଇଥିବା ସେ ସୂଚନା ଦେଇଛନ୍ତି । ମାତ୍ର ଜେଲ୍ ଡିଜିପି ସନ୍ଦୀପ ଗୋୟଲ ଏହି କଥାକୁ ଖଣ୍ଡନ କରିଛନ୍ତି ।
{"id":211380,"sizeSlug":"large"}ସୂଚନା ଅନୁସାରେ ବିନୟକୁ ଡାକ୍ତରଙ୍କ ତତ୍ୱାବଧାନରେ ୨୪ ଘଣ୍ଟା ରଖାଯାଇଥିଲା । ଜେଲ୍ରେ ଥିବା ଡାକ୍ତରଖାନାରେ ତାକୁ ଚିକିତ୍ସା କରାଯାଇଥିଲା । ଏହି ଘଟଣା ପରେ ଚାରି ଦୋଷୀ ବିନୟ, ମୁକେଶ, ଅକ୍ଷୟ ଓ ପଓ୍ୱନକୁ ଜେଲ୍ ନମ୍ବର ୨କୁ ସ୍ଥାନାନ୍ତର କରାଯାଇଛି । ଏହା ନିକଟରେ ଫାଶୀ ଦିଆଯାଉଥିବା ଜେଲ୍ ନମ୍ବର ୩ ରହିଛି । କଡା ସୁରକ୍ଷା ମଧ୍ୟରେ ଏମାନଙ୍କୁ ରଖାଯାଇଛି ।
{"id":211289,"sizeSlug":"large"}ଜେଲ୍ର ଶୌଚାଳୟ ମାତ୍ର ୫ରୁ୬ ଫୁଟ୍ ଉଚ୍ଚା । ଏଥିପରେ ଏକ ଲୁହାର କଡି ରହିଛି । ଏଥିରେ ଲୁଗା ଦେଇ ବିନୟ ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି । ମାତ୍ର ଏହା ଅଳ୍ପ ଉଚ୍ଚତାର ହୋଇଥିବାରୁ ତାର ଜୀବନ ରକ୍ଷା କରାଯାଇ ପାରିଛି। ଏହି ସମୟରେ ଜଣେ ବନ୍ଦୀ ଜେଲ୍ର୍ ସୁରକ୍ଷା କର୍ମୀଙ୍କୁ ଏ ବିଷୟରେ ସୂଚନା ଦେଇଥିଲା ।
ଅଦାଲତ ଏ ବିଷୟରେ ଜଲ୍ଠାରୁ ସୂଚନା ମାଗିଛନ୍ତି । ଏବେ ରାଜକ୍ଷମା ପାଇଁ ଆବେଦନ କରାଯାଇଥିବାରୁ ଜେଲ୍ କର୍ତ୍ତୃପକ୍ଷ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ସରକାରଙ୍କୁ ପତ୍ର ଲେଖିଛନ୍ତି । ଅଦାଲତ ମଧ୍ୟ ଏ ବିଷୟରେ ଅଧିକ ସୂଚନା ମାଗିଛନ୍ତି । ତିହାର ଜେଲ୍ କର୍ତ୍ତୃପକ୍ଷ ବି ଦିଲ୍ଲୀ ସରକାରଙ୍କୁ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ପତ୍ର ଲେଖିଛନ୍ତି ।ଜାନୁଆରୀ ୨୨ ତାରିଖରେ ଫାଶୀ ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଥିଲା । ଦିଲ୍ଲୀର ଲେଫନାଣ୍ଟ ଜେନେରାଲ୍ ମୁକେଶର ରାଜକ୍ଷମା ଆବେଦନକୁ ରଦ୍ଦ କରିବା ପାଇଁ ସୁପାରିଶ କରିଛନ୍ତି । ସେଠାରୁ ଏହା ରାଷ୍ଟ୍ରପତିଙ୍କ ପାଖକୁ ଯିବ ।
ଫାଶୀକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ରାଜନୀତି ଆରମ୍ଭ ହୋଇଛି । ଫାଶୀ ତାରିଖ ଘୁଞ୍ଚିବା ନେଇ ବିଜେପି ଏଏପିକୁ ଟାର୍ଗେଟ କରିଛି । ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ବି