ନିକଟତର ହେଲା ଫାଶୀ ଦଉଡି- ନିର୍ଭୟା ମାମଲାରେ ଦୋଷୀ ପଓ୍ୱନର SLP ଖାରଜ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦।୦୧ - ନିର୍ଭୟା ମାମଲାରେ ଫେବ୍ରୁଆରୀ ଏକ ତାରିଖରେ ୪ ଜଣ ଦୋଷୀଙ୍କୁ ଫାଶୀ ହେବା ଏକ ପ୍ରକାରର ନିଶ୍ଚିତ । ସୁପ୍ରିମକୋର୍ଟରେ ପବନ ନାବାଳକ ବୋଲି ଦାୟର କରାଯାଇଥିବା SLP ମାମଲା ଖାରଜ ହୋଇଯାଇଛି । ସୋମବାରରେ ସୁପ୍ରିମକୋର୍ଟ ପବନର ଆଇନଜୀବୀଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ଖାରଜ କରି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କିଛି ବି ନୂଆ ନଥିବା କଥା କହିଛନ୍ତି । ଏବେ ନିର୍ଭୟା ଦୋଷୀମାନଙ୍କର ଫାଶୀ ପାଇଁ ରାସ୍ତା ସଫା ହୋଇଛି ।

ନିର୍ଭୟା ମାମଲାରେ ଦୋଷୀ ପବନକୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । କୋର୍ଟ ଅପରାଧ ଘଟିବା ସମୟରେ ପବନ ନାବାଳକ ହୋଇଥିବା ମାମଲାର SLP ବା ସ୍ପେଶାଲ୍‌ ଲିଭ୍‌ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି । ଏହି ଅପରାଧ ଘଟିବା ସମୟରେ ପବନ ସାବାଳକ ଥିବା କଥା ଅଦାଲତ ହୃଦୟଙ୍ଗମ କରିବା ସହ ମାମଲାକୁ ଖାରଜ କରିଦେଇଛନ୍ତି । ଏବେ ଦୋଷୀମାନେ ଫେବ୍ରୁଆରୀ ଏକ ତାରିଖ ଦିନ ଫାଶୀ ପାଇବା ପାଇଁ ରାସ୍ତା ସଫା ହୋଇଛି । ଫେବ୍ରୁଆରୀ ଏକ ତାରିଖ ସକାଳ ୬ଟାରେ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.