ଫାଶୀ ପ୍ରସଙ୍ଗରେ ଦୋଷୀ ପବନର ରିଭ୍ୟୁ ପିଟିସନ୍‌ ଖାରଜ

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ ୩୧।୦୧ -ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ରିଭ୍ୟୁ ପିଟିସନ୍ ଖାରଜ ହୋଇଛି । ଦୋଷୀ ପବନ ସୁପ୍ରିମ କୋର୍ଟରେ ସେ ନାବାଳକ ହୋଇଥିବା ମାମଲା ପୁନର୍ବିଚାର କରିବା ପାଇଁ ଆବେଦନ କରିଥିଲା । ମାତ୍ର ସୁପ୍ରିମ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ଏବେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି । ବିନୟ ଫାଶୀ ଉପରେ ରୋକ ଲଗାଇବା ପାଇଁ ଆବେଦନ କରିଛି ।

ଗୁରୁବାରରେ ବିନୟ ପଟିଆଲା ହାଉସ୍‌କୋର୍ଟରେ ଆବେଦନ କରି ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ପାଇଁ ବିକଳ୍ପ ରହିଥିବାର ନିବେଦନ କରିଛି ।

ଦୋଷୀଙ୍କ ଓକିଲ ବୃନ୍ଦା ଗୋରଭର ଏହି ମାମଲାରେ ଅଲଗା ଅଲଗା ଫାଶୀ ହୋଇ ପାରିବ ନାହିଁ ବୋଲି କହିଛନ୍ତି । ନିୟମ ଅନୁସାରେ ଗୋଟିଏ ମାମଲାରେ ଅଲଗା ଅଲଗା ଫାଶୀ ହେବାର ପ୍ରାବଧାନ ନଥିବା କହିଛନ୍ତି ।

୧୯୮୧ରେ ଏକ ମାମଲାରେ ତିନି ଜଣଙ୍କୁ ଫାଶୀ ଦେବାର ଥିଲା । ଏଥିରେ ୨ ଜଣ ରାଷ୍ଟ୍ରପତିଙ୍କ ନିକଟରୁ ରାଜକ୍ଷମା ଆବେଦନ କରିଥିଲେ । ମାତ୍ର ଜଣେ ରାଜକ୍ଷମା ପାଇଁ ପଠାଇ ନଥିଲେ । ରାଷ୍ଟ୍ରପତି ଦୁଇ ଜଣଙ୍କୁ ରାଜ କ୍ଷମା ପ୍ରଦାନ କରିଥିଲେ । ସେହି ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା । ଏହାପର ଠାରୁ ସୁପ୍ରିମକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଏକାଠି ଫାଶୀ ଦେବା ପାଇଁ ନିର୍ଦେଶ ଦେଇଥିବା କଥା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.