ତିହାର ଆସୁଛନ୍ତି ପଓ୍ବନ ଜଲ୍ଲାଦ : ସେ କରିବେ କେତେ କେତେ କାମ…କ’ଣ ସେସବୁ

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦/୧: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାର ୪ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାର ଘୋଷଣା ହୋଇ ସାରିଲାଣି ଏବଂ ଏଥିପାଇଁ ପ୍ରସ୍ତୁତି ମଧ୍ୟ ସରିଲାଣି। ନିର୍ଭୟା କାଣ୍ଡର ୪ଦୋଷୀଙ୍କୁ ଫାଶୀ ଦେବା ପାଇଁ ମିରଟର ପଓ୍ବନ ଜଲ୍ଲାଦ ଆଜି ଦିଲ୍ଲୀ ପହଞ୍ଚିବେ। କୁହାଯାଉଛି ଯେ ତିହାର ପ୍ରଶାସନ ପଓ୍ବନଙ୍କୁ ନିଜ ଦାୟିତ୍ବରେ ମିରଟରୁ ଦିଲ୍ଲୀ ନେଇ ଆସିବ। ପଓ୍ବନଙ୍କୁ ଦିଲ୍ଲୀ ପହଞ୍ଚାଇବା ପାଇଁ ମିରଟର ଜେଲ୍ ପ୍ରଶାସନ ମଧ୍ୟ ଯଥାସମ୍ଭବ ପ୍ରସ୍ତୁତି କରିଛି।

କିଛି ଦିନ ତଳେ ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ନିର୍ଭୟାଙ୍କ ୪ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟ ଜାରି କରିଥିଲେ ଯାହା ମୁତାବକ ଏହି ୪ଦୋଷୀଙ୍କୁ ଫେବୃୟାରୀ ୧ତାରିଖ ସକାଳ ୬ଟାରେ ଦିଲ୍ଲୀର ତିହାର ଜିଲ୍ଲାରେ ଫାଶୀ ଦିଆଯିବ। ଦିଲ୍ଲୀ,ଉତ୍ତରାଖଣ୍ଡ,ହରିୟାଣା,ପଞ୍ଜାବ ସମେତ ଆଖପାଖ ରାଜ୍ୟରେ ଜଲ୍ଲାଦ ନାହାନ୍ତି। କେବଳ ଉପ୍ର କାରାଗାର ସେବା ନିକଟରେ ୨ଜଣ ଜଲ୍ଲାଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ମିରଟରେ ପଓ୍ବନ ଏବଂ ଲକ୍ଷ୍ନୌରେ ଇଲିୟାସ ଅଛନ୍ତି। ଇଲିୟାସଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ। ଏଥିପାଇଁ ଉତ୍ତର ପ୍ରଦେଶ କାରାଗାର ସେବା ମିରଟର ପଓ୍ବନ ଜଲ୍ଲାଦଙ୍କ ନାଁରେ ମୋହର ଲଗାଇଛି। ପଓ୍ବନଙ୍କୁ ପୂର୍ବରୁ ହିଁ ତିହାରରୁ ଡାକରା ଆସି ସାରିଛି।

ମିରଟର ଜେଲ୍ ଅଧୀକ୍ଷକ କହିଛନ୍ତି ଯେ ପଓ୍ବନ ଜଲ୍ଲାଦ ଗୁରୁବାର ଦିଲ୍ଲୀର ତିହାର ଜେଲ୍ ଯିବେ। ସେ ଦୁଇ ଦିନ ଯାଏଁ ତିହାରରେ ରହି ଫାଶୀ ଦିଆଯିବା ଲାଗି ସମସ୍ତ ପ୍ରସ୍ତୁତି କରିବେ। ଏହି ପ୍ରସ୍ତୁତି ମଧ୍ୟରେ ଫାଶୀ ଖୁଣ୍ଟ ପ୍ରସ୍ତୁତ କରିବା,ଡମିକୁ ଫାଶୀରେ ଝୁଲାଇବାଠୁ ଆରମ୍ଭ କରି ପ୍ଲାଟଫର୍ମର ସମସ୍ତ ପ୍ରସ୍ତୁତି ରହିଛି। ତିହାର ଜେଲର ସୁରକ୍ଷାକର୍ମୀ ପଓ୍ବନଙ୍କୁ ଆଣିବା ପାଇଁ ମିରଟ ଯିବେ।

ପଓ୍ବନ ଜଲ୍ଲାଦ କହିଥିଲେ ଯେ ନିର୍ଭୟାଙ୍କ ଦୋଷୀଙ୍କୁ ବହୁତ ପୂର୍ବରୁ ଫାଶୀ ଦେଇ ଦେବା ଉଚିତ୍ ଥିଲା। ପୂରା ଦେଶ ଏହାକୁ ଚାହିଁ ବସିଛି। ଏବେ ଦୋଷୀଙ୍କ ଓକିଲ ଫାଶୀରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ପଓ୍ବନ ଜଲ୍ଲାଦ ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଦେବାକୁ ପୂରା ପ୍ରସ୍ତୁତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.