Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନିର୍ଭୟା ଦୋଷୀଙ୍କୁ ‘କ୍ଷମା’ ପ୍ରସ୍ତାବକୁ ନେଇ ରାଗିଗଲେ ମାଆ ଆଶା : କହିଲେ, ‘‘କିଏ ସେ ଇନ୍ଦିରା ଜୟସିଂହ’’?

18/01/2020 at 12:10 PM

ନୂଆଦିଲ୍ଲୀ ୧୮/୧: ନିର୍ଭୟାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ଦୋଷୀମାନଙ୍କୁ କ୍ଷମା କରିଦେବାକୁ ବରିଷ୍ଠ ଆଡଭୋକେଟ୍  ଇନ୍ଦିରା ଜୟସିଂହ ଆଶା ଦେବୀଙ୍କୁ ଉପଦେଶ ଦେଇଛନ୍ତି । ସୋନିଆଙ୍କ ପଥ ଅନୁସରଣ କରି ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଆଶା ଦେବୀ କ୍ଷମା ଦିଅନ୍ତୁ ବୋଲି କହିଛନ୍ତି ଇନ୍ଦିରା ଜୟସିଂହ । ସେ ଆଶା ଦେବୀଙ୍କୁ ଅନୁରୋଧ କରି ଗତକାଲି ରାତିରେ ଟୁଇଟ୍  କରିଛନ୍ତି ।

ଇନ୍ଦିରା ଏହା ମଧ୍ୟ କହିଛନ୍ତି ଆଶା ଦେବୀଙ୍କ ଦୁଃଖକୁ ମୁଁ ପୂର୍ଣ୍ଣରୂପେ ଅନୁଭବ କରିପାରୁଥିବାରୁ, ମୃତ୍ୟୁଦଣ୍ଡ ନ ମିଳୁ କହି ନଳିନୀକୁ କ୍ଷମା ଦେଇଥିବା ସୋନିଆ ଗାନ୍ଧୀଙ୍କ ଦୃଷ୍ଟାନ୍ତ ଅନୁସରଣ କରିବାକୁ ନିବେଦନ କରୁଛି। ଆମେ ଆପଣଙ୍କୁ ସମର୍ଥନ କରୁଛୁ, କିନ୍ତୁ ମୃତ୍ୟୁଦଣ୍ଡକୁ ବିରୋଧ କରୁଛୁ । ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କୁ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେପଟେ ଏହାକୁ କଡା ଭାଷାରେ ଭତ୍ସନା କରିଛନ୍ତି ନିର୍ଭୟାଙ୍କ ମାଆ ।

ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ସେ ଏପରି ପରାମର୍ଶ ଦେବାକୁ କିଏ। ଭଗବାନ ବି କହିଲେ ସେ ସେମାନଙ୍କୁ କ୍ଷମା କରିବେ ନାହିଁ। ଏହା ପୂର୍ବରୁ ଆଶା ଦେବୀ ଗତକାଲି ଦିଲ୍ଲୀ ହାଇକୋର୍ଟ ନିର୍ଭୟାଙ୍କ ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟର ତାରିଖ ଆଗକୁ ବଢ଼ାଇବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଯେଉଁମାନେ ୨୦୧୨ମସିହାରେ ମହିଳା ସୁରକ୍ଷା ସ୍ଲୋଗାନ ଦେଇ ରାଲି କରୁଥିଲେ ସେମାନେ ଏବେ ରାଜନୈତିକ ଫାଇଦା ପାଇଁ ଦୋଷୀଙ୍କୁ ଦଣ୍ଡ ଦେବା ମାମଲାରେ ବିଳମ୍ବ କରୁଛନ୍ତି।

   Related Posts