ନିର୍ଭୟା ପ୍ରସଙ୍ଗ - ଜଜ୍‌ କହିଲେ,' ଆଇନ ଜିଇଁବା ପାଇଁ ଅନୁମତି ଦେଉଥିବା ବେଳେ ଫାଶୀ ଦେବା ପାପ'

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୦୮।୦୨- ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ଦୋଷୀମାନଙ୍କୁ ଫାଶୀ ସଜ୍ଜା ହୋଇଛି । ମାତ୍ର ଦୋଷୀମାନେ ଆିନରେ ଥିବି ବିଭିନ୍ନ ଗଳାବାଟକୁ ବ୍ୟବହାର କରି ଏଥିରୁ ବର୍ତ୍ତିଯାଉଛନ୍ତି । ୨ ଦୁଇଥର ଡେଥ୍‌ ଓ୍ୱାରେଣ୍ଟ ବା ମୃତ୍ୟୁର ପରଓ୍ୱାନା ଜାରି ହୋଇଛି । ମାତ୍ର ଆଇନର ବିଭିନ୍ନ ଗଳାବାଟକୁ ବ୍ୟବହାର କରି ଦୋଷୀମାନେ ଏଥିରୁ ବର୍ତ୍ତି ଯାଇଛନ୍ତି । ଏ ସମ୍ପର୍କରେ ଜଜ୍‌, ଆଇନ ଦୋଷୀମାନଙ୍କୁ ବଞ୍ଚିବା ପାଇଁ ଅନୁମତି ଦେଉଥିବା ବେଳେ ସେମାନଙ୍କୁ ଫାଶୀ ଦେବା ପାପ ବୋଲି କହିଛନ୍ତି ।

{"id":218946,"sizeSlug":"large"}

ଏବେ ପୁଣିଥରେ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବା ପାଇଁ କୋର୍ଟ ମନା କରି ଦେଇଛନ୍ତି । ଏହି ସମ୍ବନ୍ଧରେ ଦାୟର ହୋଇଥିବା ମାମଲାକୁ ଆଦାଲତ ଖାରଜ କରି ଦେଇଛନ୍ତି ।

{"id":209858,"sizeSlug":"large"}

ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବା ପାଇଁ ମାମଲା ଦାୟର କରାଯାଇଥିଲା । ଏବେ କୌଣସି ମାମଲା ଦୋଷୀମାନଙ୍କ ପକ୍ଷରୁ କୌଣସି କୋର୍ଟରେ ଗଡୁ ନଥିବାରୁ ଫାଶୀ ଦେବା ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବା ପାଇଁ ଅନୁରୋଧ କରାଯାଇଥିଲା ।

ମାତ୍ର କୋର୍ଟ ଜଣେ ଦୋଷୀର ରାଜ କ୍ଷମା ଆବେଦନ ଓ କ୍ୟୁରେଟିଭ୍‌ ଲଗାଇବା ପାଇଁ ବାକି ଅଛି । ମାତ୍ର ଦୋଷୀ ନୂଆ ଆବେଦନ କରିପାରିବେ ନାହିଁ ।

ନିର୍ଭୟା ମାମଲାରେ ୪ ଜଣ ଦୋଷୀ ଅକ୍ଷୟ, ମୁକେଶ ଓ ବିନୟ ନିଜର ଆଇନଗତ ଅଧିକାର ପ୍ରୟୋଗ କରି ସାରିଛନ୍ତି । ପବନର କେବଳ ରାଜକ୍ଷମା ଓ କ୍ୟୁରେଟିଭ୍‌ ପିଟିସନ୍‌ ଦାୟର କରିବା ବାକି ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.