ପାଖେଇ ଆସୁଛି ମୃତ୍ୟୁର ଘଡି, ଏମିତି ଦିଆଯିବ ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୦୩: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ ଦୁଇଟି ଦିନ ପରେ ଚାରି ଦୋଷୀଙ୍କୁ ଫାଶୀ ସଜାରେ ଦଣ୍ଡିତ କରାଯିବ। ଫାଶୀ ନେଇ ଦୋଷୀ ବିଚଳିତ ହୋଇ ପଡିଲେଣି। ମାର୍ଚ୍ଚ ୨୦ ଯେମିତି ପାଖେଇ ଆସୁଛି ଦୋଷୀଙ୍କ ଆୟୁ କମିବାରେ ଲାଗିଛି। ଦୋଷୀଙ୍କୁ ଫାଶୀ ଫନ୍ଦାରେ ଚଢାଇବା ଲାଗି ପ୍ରକ୍ରିୟା ବୁଧବାର ସକାଳୁ ଆରମ୍ଭ ହେବ। ଏହା ମଧ୍ୟର ଘାତକ ପବନଙ୍କୁ ଆଜି ତିହାର ଜେଲ୍ ନମ୍ବର ୩ରେ ସ୍ଥିତ ଫାଶୀ ଘର ପରିଦର୍ଶନ କରାଯାଇଛି। ଏହି ସମୟରେ ଘାତକ ପବନ ଡମି ଫାଶୀର ପରୀକ୍ଷଣ କରିଛି । ଏହା ସହିତ ସମସ୍ତ ଆଇନଗତ ପ୍ରକ୍ରିୟାର ପାଳନ କରାଯାଇଛି, ଯାହା ଫାଶୀ ସମୟରେ କରାଯାଏ। ଅନ୍ୟପଟେ ନିର୍ଭୟାର ଦୋଷୀ ଫାଶୀରୁ ବର୍ତ୍ତିବା ଲାଗି ଅନ୍ତରାଷ୍ଟ୍ରୀୟ କୋର୍ଟ(ଆଇସିଜେ)ର ଦ୍ଵାରସ୍ଥ ହୋଇଛନ୍ତି। ଅନ୍ୟପଟେ ଦୋଷୀ ଅକ୍ଷୟର ପତ୍ନୀ ପତିକୁ ଛାଡ ଦେବାକୁ କୋର୍ଟରେ ଯାଚିକା ଦାୟର କରିଛି।

{"id":240357,"sizeSlug":"large"}

ଉଲ୍ଲେଖଯୋଗ୍ୟ, ନିର୍ଭୟା ମାମଲାର ଚାରି ଦୋଷୀ ଫାଶୀ ଦଣ୍ଡ ଟାଳିବାକୁ ପ୍ରାଣ ପ୍ରଣେ ଚେଷ୍ଟା ଚଳାଇଥିଲେ। ସେମାନେ ଭାରତୀୟ ବିଧି ବ୍ୟବସ୍ଥାରେ ଥିବା ଜଟିଳତାର ଫାଇଦା ଉଠାଇ କ୍ରମାଗତ ତିନି ଥର କୋର୍ଟର ଡେଥ୍ ଓ୍ଵାରେଣ୍ଟକୁ ଘୁଞ୍ଚାଇବାରେ ସଫଳ ହୋଇଥିଲେ। ମାତ୍ର ଏବେ ଦୋଷୀଙ୍କର ସମସ୍ତ ଆଇନଗତ ବିକଳ୍ପ ସମାପ୍ତ ହୋଇ ସାରିଛି। ତଥାପି ଦୋଷୀମାନେ ବଞ୍ଚିବାର ଆଶା ଛାଡି ନାହାନ୍ତି। ସୁପ୍ରିମକୋର୍ଟରେ ଆବେଦନ କରି ଫାଶୀ ଦଣ୍ଡ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି। ଦୋଷୀ ମୁକେଶ ପଟିଆଲା ହାଉସ୍ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି। ସେ ଘଟଣା ଦିନ ଦିଲ୍ଲୀରେ ନଥିବା ଯୁକ୍ତି ବାଢିଛି, ଯାହାକୁ ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଥିଲେ।

ଇତିହାସରେ ପ୍ରଥମ ଥର ଚାରି ଜଣଙ୍କୁ ଦିଆଯିବ ଫାଶୀ

ଜେଲ୍ ପ୍ରଶାସନ ଅନୁସାରେ ମାର୍ଚ୍ଚ ୨୦ ସକାଳ  ୫ଟା ୩୦ରେ ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଫନ୍ଦାରେ ଝୁଲାଯିବ । ତିହାର୍ ଜେଲର ପୂର୍ବତନ ମୁଖପାତ୍ର ତଥା ଆଇନ ପରାମର୍ଶଦାତା ସୁନିଲ ଗୁପ୍ତାଙ୍କ ଅନୁସାରେ ନିଜର ୩୫ ବର୍ଷର କାର୍ଯ୍ୟକାଳରେ ସେ ଆଠ ଥର ଫାଶୀ ଦେଖିଛନ୍ତି । ଏଥିରେ ୧୯୮୨ରେ ହୋଇଥିବା ରଙ୍ଗା-ବିଲ୍ଲାଙ୍କ ଫାଶୀ ଓ ୨୦୧୩ରେ ଅଫଜଲ ଗୁରୁର ଫାଶୀ ସାମିଲ । ସୁନିଲ ଗୁପ୍ତାଙ୍କ ଅନୁଯାୟୀ ତିହାର  ଜେଲର ଇତିହାସରେ ପ୍ରଥମ ଥର ଏକ ସଙ୍ଗେ ଚାରି ଦୋଷୀଙ୍କୁ ଫାଶୀରେ ଝୁଲାଯିବ ।

{"id":240358,"sizeSlug":"large"}

ଏମିତି ରହିଛି ଫାଶୀର ପ୍ରକ୍ରିୟା

ସୁନିଲ ଗୁପ୍ତାଙ୍କ ଅନୁସାରେ ତିହାର  ଜେଲ୍ ସଂଖ୍ୟା ୩ରେ ଫାଶୀର କଠୋରୀ ରହିଛି । ମାର୍ଚ୍ଚ ୨୦ ସକାଳ ପ୍ରାୟ ୪ଟାରେ ଦୋଷୀଙ୍କୁ ଫାଶୀ ଲାଗି ଉଠାଯିବ । ସେମାନଙ୍କୁ ଗାଧୋଇବା ଲାଗି ପଚରା ଯିବ। ଏହା ପରେ ସେମାନଙ୍କୁ ଚା ପିଇବାକୁ ଦିଆଯିବ। ପରେ ସେମାନଙ୍କୁ କଳା କପଡା ପିନ୍ଧିବାକୁ ଦିଆଯିବ । ପ୍ରାୟ ୪ଟା ୩୦ ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍ ସେଠାରେ ପହଁଚିବେ ଏବଂ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚାରିବେ । ଯଦି ମେମାନେ କୋର୍ଟର କୌଣସି ଆଇନଗତ ପ୍ରକ୍ରିୟା ପୂରା କରିବାକୁ ଚାହିଁବେ ତେବେ ଏହାକୁ ରେକର୍ଡ କରାଯିବ । ଏହା ପରେ ଘାତକ ସେମାନଙ୍କର ଦୁଇ ହାତକୁ ପଛରୁ ବାନ୍ଧି ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇଯିବେ । ଏହା ପରେ ସେମାନଙ୍କୁ କାଠର ପିଣ୍ଡା ଉପରେ ଛିଡା କରାଯିବା ପରେ ସେମାନଙ୍କର ଗୋଡ ବାନ୍ଧି ଦିଆଯିବ। ମୁଣ୍ଡକୁ କଳା କପଡାରେ ଢାଙ୍କି ଦିଆଯିବ । ଚାରି ଜଣଙ୍କ  ବେକରେ ଫାଶୀର ଦଉଡି ବନ୍ଧା ଯାଇ ଘାତକ ଲିଭର ଟାଣି ଦେବେ, ଏଥିରେ ଚାରି ଦୋଷୀଙ୍କ ମୃତ୍ୟୁ ଘଟିବ ।

{"id":240359,"sizeSlug":"large"}

ଅଧା ଘଣ୍ଟା ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲି ରହିବେ ଦୋଷୀ

ସୁନିଲ ଗୁପ୍ତାଙ୍କ ଅନୁଯାୟୀ ଫାଶୀ  ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଫନ୍ଦାରେ ଝୁଲା ଯାଇ ରଖାଯିବ । ଏହା ପରେ ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରିବା ପରେ ମୃତ ଘୋଷଣା କରିବେ । ପୁଣି ସେମାନଙ୍କର ଶବକୁ ବ୍ୟବଚ୍ଛେଦ ଲାଗି ହସ୍ପିଟାଲର ଶବ ଗୃହକୁ ପଠାଇ ଦିଆଯିବ । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ମୃତ ଶରୀରକୁ ପରିଜନଙ୍କୁ ହସ୍ତାନ୍ତର କରାଯିବ । ଯଦି କେହି ଶବ ନେବାକୁ ମନା  କରନ୍ତି ତେବେ ତାର ଅନ୍ତିମ ସଂସ୍କାର ତିହାର ଜେଲ୍ କର୍ତୃପକ୍ଷ ଦ୍ୱାରା କରାଯିବ । ଜେଲ୍ ପ୍ରଶାସନ ଦ୍ୱାରା ଚାରି ଦୋଷୀଙ୍କ ସାମଗ୍ରୀକୁ ସେମାନଙ୍କର ପରିବାର ଲୋକଙ୍କ ହାତରେ ହସ୍ତାନ୍ତର କରାଯିବ ।

ଜେଲ୍ ମୁଖପାତ୍ର ରାଜକୁମାରଙ୍କ ଅନୁସାରେ ଫାଶୀର ସଜା ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ହୋଇଥାଏ, ଯଦ୍ୱାରା ଭବିଷ୍ୟତରେ କେହି ଏମିତି ଅପରାଧ କରିବାକୁ ସାହାସ କରିବେ ନାହିଁ । ହତ୍ୟା ମାମଲାରେ ମଧ୍ୟ ଅନେକ ଥର ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳି ସାରିଛି । ମାତ୍ର ଏହାର କୌଣସି ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିନାହିଁ । ଓଲଟା ରାଜଧାନୀ ସମେତ ସମଗ୍ର ଦେଶରେ ହତ୍ୟା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.