ଏବେ ନିର୍ଭୟାର ଦୋଷୀଙ୍କୁ ଆଉ ନିସ୍ତାର ନାହିଁ, ୨୪ ଘଣ୍ଟା ଭିତରେ ସାନି ଡେଥ୍ ଓ୍ଵାରେଣ୍ଟ

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୦୪।୦୩- ରାଷ୍ଟ୍ରପତିଙ୍କ ଦ୍ଵାରା ରାଜକ୍ଷମା ଆବେଦନ ଖାରଜ ହେବା ପରେ ପଟିଆଲା ହାଉସ୍ କୋର୍ଟ ନିର୍ଭୟାର ଦୋଷୀଙ୍କୁ ନୋଟିସ୍ ଜାରି କରିଛନ୍ତି। ନୂତନ ମୃତ୍ୟୁ ପରଓ୍ଵାନା ଜାରି କରିବା ସମ୍ଵନ୍ଧରେ ଶୁଣାଣି ପାଇଁ ଅଦାଲତ ଆସନ୍ତାକାଲି ଅପରାହ୍ନ ୨ରେ ସମୟ ସ୍ଥିର କରିଛନ୍ତି। ଏହି ସଂଦର୍ଭରେ କୋର୍ଟ ଦୋଷୀ ଏବଂ ତାଙ୍କର ଓକିଲଙ୍କୁ ନୋଟିସ୍ ଜାରି କରିଛି। ଅନ୍ୟପଟେ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ସମାପ୍ତ ହୋଇ ସାରିଛି। ତେଣୁ ଦୋଷୀ ଫାଶୀରେ ଝୁଲିବାର ପଥ ପରିଷ୍କାର ଥିବା ଭଳି ମନେ ହେଉଛି।

ଚତୁର୍ଥ ଥର ନିର୍ଭୟା ଦୋଷୀଙ୍କ ପାଇଁ ମୃତ୍ୟୁ ପରଓ୍ଵାନା ଜାରି ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରତ୍ୟେକ ଥର ଆଇନଗତ ପ୍ରକ୍ରିୟାର ଜଟିଳତା କାରଣରୁ ନିର୍ଭୟାର ଦୋଷୀ ଫାଶୀ ଦଣ୍ଡରୁ ବର୍ତ୍ତି ଯାଉଥିଲେ। ନିର୍ଭୟା କେସରେ ତିହାର ଜେଲ୍ ପ୍ରଶାସନ ପଟିଆଲା ହାଉସ୍ କୋର୍ଟକୁ ଲିଖିତ ଆବେଦନ ଦେଇ କହିଛି ଯେ, ପବନର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଖାରଜ କରି ଦେଇଛନ୍ତି।

{"id":232753,"sizeSlug":"large"}

ତିହାର ଜେଲ୍ ପ୍ରଶାସନ ପଟିଆଲା ହାଉସ୍ କୋର୍ଟକୁ ଦେଇଥିବା  ଆବେଦନରେ କହିଛି ଯେ, ରାଷ୍ଟ୍ରପତି ଦୋଷୀ ପବନର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ତେଣୁ ମାର୍ଚ୍ଚ ୨ରେ ଡେଥ ଓ୍ଵାରେଣ୍ଟ ଉପରେ ଲଗାଯାଇଥିବା ସ୍ଥଗିତାଦେଶର କୌଣସି ଆବଶ୍ୟକତା ନାହିଁ। ତିହାର ଜେଲ୍ ପ୍ରଶାସନ କୋର୍ଟକୁ ଅନୁରୋଧ କରିଛନ୍ତି ଯେ, ନୂତନ ମୃତ୍ୟୁ ପରଓ୍ଵାନା ଜାରି କରିବା ପାଇଁ କୋର୍ଟ ପକ୍ଷରୁ ତାରିଖ ଦିଆଯାଉ।

ଦୋଷୀଙ୍କ ଆଇନଗତ ବିକଳ୍ପ ସମାପ୍ତ

ତିହାର ଜେଲ୍ ପ୍ରଶାସନ ଜଜଙ୍କୁ କହିଛନ୍ତି ଯେ, ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ସମାପ୍ତ ହୋଇ ସାରିଛି। କୌଣସି ବି ଦୋଷୀଙ୍କ ଆବେଦନ ବିଚାରଧୀନ ନାହିଁ। ଏଥିପାଇଁ କୋର୍ଟ ନୂତନ ମୃତ୍ୟୁ ପରଓ୍ଵାନା ଜାରି କରିବାର ନୂତନ ତାରିଖ ସ୍ଥିର କରନ୍ତୁ। କୋର୍ଟ ଦୋଷୀଙ୍କ ସହିତ ତାଙ୍କ ଓକିଲଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି।

୧୪ ଦିନ ପରେ ହୋଇପାରେ ଫାଶି

ସୁପ୍ରିମକୋର୍ଟର ଗାଇଡ ଲାଇନ ଅନୁଯାୟୀ, ରାଜକ୍ଷମା ଆବେଦନ ଖାରଜ ହେବା ପରେ ଦୋଷୀ ପବନକୁ ୧୪ ଦିନର ନୋଟିସ୍ ମିଳିବ। ଏହା ପୂର୍ବରୁ ସ୍ପଷ୍ଟ ଯେ, ୧୪ ଦିନ ପରେ ଦୋଷୀଙ୍କୁ ଫାଶୀରେ ଝୁଲାଯାଇପାରେ। ରାଜକ୍ଷମା ଆବେଦନ ଖାରଜ ହେବା ପରେ ଆଜି ନିର୍ଭୟାର ଓକିଲ ପଟିଆଲା  ହାଉସ୍ କୋର୍ଟରେ ଆବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.