ନୂଆଦିଲ୍ଲୀ ୧୭।୦୧ - ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବ । ଜାନୁଆରୀ ୨୨ ତାରିଖରେ ଏହି ଫାଶୀ ଦିଆଯାଇଥିବାର ଥିଲା । ମୁକେଶ ନାମକ ଦୋଷୀ ରାଜକ୍ଷମା ଆବେଦନ କରିବାରୁ ଫାଶୀ ଦେବା ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଶୁକ୍ରବାରରେ ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ।
{"id":209858,"sizeSlug":"large"}ଏହାପରେ ଫାଶୀ ଦେବାର ତାରିଖ ଫେବ୍ରୁଆରୀ ୧ ବୋଲି ନିର୍ଦ୍ଧାରିତ କରାଯାଇଛି। ତିହାର ଜେଲ୍ର ୩ ନମ୍ବର ଜେଲ୍ରେ ଏମାନଙ୍କୁ ସକାଳ ୬ଟାରେ ଫାଶୀ ଦିଆଯିବ । ରାଜକ୍ଷମା ଖାରଜ ହେବାପରେ ପୁଣିଥରେ ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି । ପଟିଆଲା ହାଉସ୍ କୋର୍ଟ ଏହି ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି ।
ସୂଚନାଯୋଗ୍ୟ ନିର୍ଭୟା ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଖାରଜ ହୋଇଥିଲା ।ନିର୍ଭୟା ମାମଲାରେ ଫାଶୀ ପ୍ରସଙ୍ଗରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରାଯାଇଛି । ଶୁକ୍ରବାରରେ ଏହାକୁ ଗୃହମନ୍ତ୍ରାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଏହାକୁ ଖାରଜ କରିବା ପାଇଁ ସୁପାରଶ କରାଯାଇଥିଲା ।
ଏହି ରାଜକ୍ଷମା ଆବେଦନକୁ ଖାରଜ କରାଯାଇଛି । ୨୦୧୨ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାମାମଲାରେ ମୁକେଶ ସିଂ ଅନ୍ୟତମ ଦୋଷୀ । ଚଳନ୍ତା ବସ୍ରେ ଗଣ ଦୁଷ୍କର୍ମ ସହ ଅତି ଦୟନୀୟ ଭାବେ ହତ୍ୟା କରାଯାଇଥିଲା ।
ଅଦାଲତ ଏହି ଦୋଷୀମାନଙ୍କ ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପରେ ମୁକେଶ ରାଜ କ୍ଷମା ପାଇଁ ଆବେଦନ କରିଥିଲା । ଦିଲ୍ଲୀର ଲେଫନାଣ୍ଟ ଗଭର୍ନର ବି ରାଜକ୍ଷମାକୁ ଖାରଜ କରିବା ପାଇଁ ସୁପାରିଶ କରିଥିଲେ । ମୁକେଶର ରାଜକ୍ଷମା ଆବେଦନକୁ ଗୃହମନ୍ତ୍ରାଳୟକୁ ପଠାଇ ଦେଇଥିଲେ ।
ଚାରି ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ ପଓ୍ୱନ ଗୁପ୍ତାକୁ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବାର ଥିଲା । ଦିଲ୍ଲୀର ଏକ କୋର୍ଟ ସେମାନଙ୍କୁ ଫାଶୀ ପାଇଁ ଜାନୁଆରୀ ୭ ତାରିଖରେ ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ ।
ହେଲେ ଦିଲ୍ଲୀ ସରକାର କେତକ ଆଇନଗତ ପ୍ରାବଧାନ ଯୋଗୁଁ ୨୨ ତାରିଖରେ ଫାଶୀ ଦେବା ସମ୍ଭବ ନୁହେଁ ବୋଲି ଜଣାଇଥିଲେ । ଏହାପରେ ପୁନର୍ବାର ଫେବ୍ରୁଆରୀ ୧ ତାରିଖ ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି .