Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନିର୍ଭୟା କେସ୍: ଏହି ବସରେ ଦୋଷୀମାନେ ନିର୍ଭୟା ସହିତ କରିଥିଲେ ପାଶବିକ ଅତ୍ୟାଚାର, ଦେଖନ୍ତୁ ଆଜି ଏହାର ଅବସ୍ଥା

23/03/2020 at 3:10 PM

ନୂଆଦିଲ୍ଲୀ ୨୩।୦୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ  ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି। ଏହା ସହିତ ଦୀର୍ଘ ସାତ ବର୍ଷ ତିନି ମାସର ଅପେକ୍ଷା ପରେ ନିର୍ଭୟା ଓ ତାଙ୍କ ପରିଜନଙ୍କୁ ନ୍ୟାୟ ମିଳିଛି। ଜଣେ ଦୋଷୀ ପୂର୍ବରୁ ତିହାର କାରାଗାରରେ ଆତ୍ମହତ୍ୟା କରିଥିବା ଜଣେ ଦୋଷୀ ନାବାଳକ ହୋଇଥିବା କାରଣରୁ ତିନି ବର୍ଷ ସୁଧାର ଗୃହରେ ରହି ମୁକ୍ତ ହୋଇ ସାରିଛି। ମାତ୍ର ଆଜି ମଧ୍ୟ ସେହି ବସ୍ ସେହି କାଳରାତ୍ରିର ହୃଦୟ ବିଦାରକ ଘଟଣାର ପୂରା କାହାଣୀକୁ ଜୀବିତ ରଖିଛି।

ସେହି ଘରୋଇ ବସର ନାମ ଯାଦବ ଟ୍ରାଭେଲ୍ସ। ବସର ନମ୍ବର DL IPC 0149। ଏହି ବସରେ ୨୦୧୨ ଡିସେମ୍ବର ୧୬ ରାତ୍ରିରେ ନିର୍ଭୟା ସହିତ ଅପରାଧୀ ମାନେ ସାମୂହିକ ବଳାତ୍କାର କରିବା ସହ ଫିଙ୍ଗି ଦେଇ ଚାଲି ଯାଇଥିଲେ। ଏହି ବସକୁ ଦେଖି ଦିଲ୍ଲୀ ପୋଲିସଠୁ ନେଇ ବସନ୍ତ ବିହାର ଇଲାକାର ଆଖପାଖରେ ରହୁଥିବା ଲୋକ ଆଜି ମଧ୍ୟ ରାଗି ଉଠୁଛନ୍ତି। ଏହି କେସର ଯାଞ୍ଚରେ ସାମିଲ ଜଣେ ପୋଲିସକର୍ମୀଙ୍କ କହିବା କଥା ଯେବେ ତାଙ୍କର ନଜର ଏହି ବସ ଉପରେ ପଡେ ତେବେ ତାଙ୍କ ମନରେ ସ୍ଵତଃ ପ୍ରବୃତ ଭାବେ କ୍ରୋଧ ଚାଲିଆସେ।

ନିର୍ଭୟା ସହିତ ଯେଉଁ ବସରେ ଏହି ବର୍ବରତା ହୋଇଛି ତାର ମାଲିକ ନାମ ହେଉଛି ଦିନେଶ ଯାଦବ। ଦିନେଶଙ୍କୁ ଏହି ବସ୍ କେବେ ମିଳିନଥିଲା। ସେହି କାଳ ରାତ୍ରି ପରଠୁ ମଧ୍ୟ ସେହି ବସ୍ କେବେ ବି ରାସ୍ତାରେ ଗଡି ନାହିଁ। ଆଜି ସାତ ବର୍ଷ ପରେ ସେହି ବସ୍‌କୁ ଦେଖିଲେ ଲାଗୁଛି ଯେ, ଆଜି ମଧ୍ୟ ବସଟି ନିର୍ଭୟା ସହିତ ପାଶବିକ ଅତ୍ୟାଚାରକୁ ଚିତ୍କାର କରି ବର୍ଣ୍ଣନା କରୁଛି।

 ନିର୍ଭୟାଙ୍କ ବୟାନ ଅନୁଯାୟୀ ଯେଉଁ ସିଟ୍‌ରେ ତାଙ୍କ ସହିତ ଏମିତି ବିଭତ୍ସ କାଣ୍ଡ ହେଲା ତାହା ଦେଖିଲେ ଆଜି ମଧ୍ୟ ସେହି ଘଟଣାକୁ ମନରେ ସତେଜ କରି ଦେଉଛି। ପଛ ପଟୁ ଦ୍ଵିତୀୟ ନମ୍ବର ସିଟ୍ ଆଜି ମଧ୍ୟ ପଡି ରହିଛି। ଏହି ସିଟ୍ ନିର୍ଭୟାଙ୍କ ସହିତ ହୋଇଥିବା ପାଶବିକ ଘଟଣାକୁ ବର୍ଣ୍ଣନା କରୁଛି ଯେ, ଅପରାଧୀମାନେ କେମିତି ସେହି କାଳରାତ୍ରିରେ ରାକ୍ଷସ ପାଲଟି ଯାଇଥିଲେ।

ବସ୍‌ ସକାଳ ଓ ସନ୍ଧ୍ୟା ସମୟରେ ନୋଏଡାରୁ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହା ବ୍ୟତୀତ  ବିଡଲା ବିଦ୍ୟା ନିକେତନ ସ୍କୁଲ କାମରେ ମଧ୍ୟ ବସ୍‌ ନିୟୋଜିତ ହୋଇଥିଲା। ଆରକେ ପୁରମ ସେକ୍ଟର-୩ ସ୍ଥିତ ରବିଦାସ କ୍ୟାମ୍ପରେ ରହୁଥିବା ରାମ ସିଂହ ବସର ଡ୍ରାଇଭର ଥିଲା। ଘଟଣା ଦିନ ସେ ଅନ୍ୟ ଅପରାଧୀଙ୍କୁ ନେଇ ମୁନିରକା ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲା। ପୀଡିତ ଯୁବକ ଓ ନିର୍ଭୟା ସେହି ବସରେ ଦ୍ଵାରକା ଯିବା ପାଇଁ ଚଢିଥିଲେ। ଏହା ପରେ ଅପରାଧୀମାନେ ଚଳନ୍ତା ବସରେ ପୀଡିତାଙ୍କ ସହିତ ସାମୂହିକ ବଳାତ୍କାର କରିଥିଲେ। ପରେ ପୀଡିତ ଯୁବକ  ଓ ନିର୍ଭୟାଙ୍କୁ ଏଚଏଚ-୮ରେ ଫିଙ୍ଗି ଚାଲି ଯାଇଥିଲେ। ଅପରାଧୀମାନେ ବସର ଚକା ପୀଡିତଙ୍କ ଉପରେ ଚଢାଇବାକୁ ଉଦ୍ୟମ କରିଥିଲେ।

ଏସଆଇଟିର ଅନ୍ୟ ଏକ ସଦସ୍ୟ କହିଥିଲେ ଯେ, ଦୋଷୀମାନେ ବସକୁ ଏନଏଚ-୮ରେ ଦୁଇ ଥର ଘୁମାଇଥିଲେ ଓ  ମହିପାଲପୁର ଫ୍ଲାଇଓଭର ତଳେ ୟୁ ଟର୍ଣ୍ଣ ନେଇଥିଲେ। ଏହି ସମୟରେ ବସ୍‌ଟି ଦିଲ୍ଲୀ ବିମାନ ବନ୍ଦର ହୋଟେଲର ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା। ଏଥିରୁ ହିଁ ପ୍ରଥମ ପ୍ରମାଣ ମିଳିଥିଲା, ଯାହା ପୋଲିସକୁ ଆରୋପୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିଲା। ସିସିଟିଭି ଫୁଟେଜ୍‌ରୁ ପୋଲିସ ପ୍ରଥମେ ବସ୍ ମାଲିକ ଏବଂ ପୁଣି ବସ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା।

ଆରୋପୀମାନେ ବସ୍‌କୁ ରବିଦାସ କ୍ୟାମ୍ପ ପାଖରେ ଛିଡା କରି ଫେରାର ହୋଇ ଯାଇଥିଲେ। ପୋଲିସ ସର୍ବ ପ୍ରଥମେ  ବସ୍ ମାଲିକ ଦିନେଶ ଯାଦବଙ୍କୁ ଧରିଥିଲା। ତଦନ୍ତ ପାଇଁ ଗଠିତ ଏସଆଇଟି ବସ୍‌ରୁ ମହତ୍ଵପୂର୍ଣ୍ଣ ପ୍ରମାଣ ଯୋଗାଡ କରିଥିଲେ। ବସରୁ ଆରୋପୀଙ୍କ ରକ୍ତ ନମୂନା ଓ ଅନ୍ୟ ନମୂନା ମିଳିଥିଲା। ଏହାର ଡିଏନଏ ଯାଞ୍ଚ କରାଯାଇଥିଲା। ବସ୍‌ରୁ ପୀଡିତାଙ୍କ ଚୁଟି ମଧ୍ୟ ମିଳିଥିଲା। ଏହି ଚୁଟିର ଡିଏନଏ ଯାଞ୍ଚ କରାଯାଇଥିଲା। ଏହି ନମୂନା ଆରୋପୀଙ୍କୁ ସଜା ଦେବାରେ ଗୁରୁତ୍ଵପୂର୍ଣ୍ଣ ରହିଥିଲା।

   Related Posts