ଔରଙ୍ଗାବାଦ ୧୭।୦୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ସଜା ପାଇଥିବା ଦୋଷୀ ଅକ୍ଷୟ ଠାକୁରର ପତ୍ନୀ ପୁତିନା ଏବେ ନିଜର ପତିଙ୍କୁ ଫାଶୀରୁ ବଞ୍ଚାଇବା ଲାଗି ଚାଲ ଚଳାଇଛି। ପୁତିନା ଏକ ଫ୍ୟାମିଲି କୋର୍ଟରେ ଛାଡପତ୍ର ଦେବାକୁ ଆବେଦନ କରିଛି। ପୁତିନା ନିଜର ଆବେଦନରେ କହିଛି ଯେ, ସେ ଅକ୍ଷୟର ବିଧବା ପତ୍ନୀ ହୋଇ ରହିବାକୁ ଚାହେଁ ନାହିଁ।
ଅକ୍ଷୟର ପତ୍ନୀ ଏକ ଫ୍ୟାମିଲି କୋର୍ଟରେ ଛାଡପତ୍ର ଦେଇ କହିଛନ୍ତି ଯେ, ସେ ଅକ୍ଷୟର ବିଧବା ପତ୍ନୀ ହୋଇ ରହିବାକୁ ଚାହୁଁ ନାହାନ୍ତି। ଅକ୍ଷୟର ପତ୍ନୀ ଔରଙ୍ଗାବାର ପରିବାର ନ୍ୟାୟଳୟର ଜଜ ରାମଲଲା ଶର୍ମାଙ୍କ କୋର୍ଟରେ ଦାଖଲ କରିଥିବା ନିଜର ଆବେଦନରେ କହିଛନ୍ତି ଯେ, ତାଙ୍କର ପତ୍ନୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ତାଙ୍କୁ ଫାଶୀ ମିଳିବା ଉଚିତ୍। କିନ୍ତୁ ସେ ନିର୍ଦ୍ଦୋଷ। ଏମିତି ସ୍ଥିତିରେ ସେ ତାର ବିଧବା ହୋଇ ରହିବାକୁ ଚାହେଁ ନାହିଁ ବୋଲି କହିଛନ୍ତି।
ଅକ୍ଷୟର ପତ୍ନୀଙ୍କ ଓକିଲ ମୁକେଶ କୁମାର ସିଂହ କହିଛନ୍ତି ଯେ, ଏହା ଆଇନ ଅଧିକାର ରହିଛି ଯେ, ହିନ୍ଦୁ ବିବାହ ଅଧିନିୟମ୧୩(୨) (ll) ଆଧାରରେ କିଛି ଖାସ୍ ମାମଲାରେ ଛାଡପତ୍ରର ଅଧିକାର ରହିଛି, ଏଥିରେ ବଳାତ୍କାର ମାମଲା ମଧ୍ୟ ସାମିଲ। ସେ କହିଛନ୍ତି, ଯଦି ବଳାତ୍କାର ମାମଲାରେ କୌଣସି ମହିଳାଙ୍କ ପତି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମହିଳା ଜଣ ଛାଡପତ୍ର ଲାଗି କୋର୍ଟରେ ଆବେଦନ କରି ପାରିବେ।
{"id":239772,"width":749,"height":562,"sizeSlug":"large"}ଉଲ୍ଲେଖଯୋଗ୍ୟ, ନିର୍ଭୟା ମାମଲାରେ ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ଦିଆଯିବ। ଅକ୍ଷୟ ଫାଶୀରୁ ବଞ୍ଚିବା ଲାଗି ନ୍ୟାୟିକର ସମସ୍ତ ବିକଳ୍ପ ବ୍ୟବହାର କରି ସାରିଛି। ମାତ୍ର ସେ ସେଥିରେ ସଫଳ ହୋଇ ପାରି ନାହିଁ। ରାଷ୍ଟ୍ରପତି ମଧ୍ୟ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରି ସାରିଛନ୍ତି। ନିର୍ଭୟାର ଦୋଷୀ ଅକ୍ଷୟ,ପବନ, ମୁକେଶ ଓ ବିନୟର ସମସ୍ତ ନ୍ୟାୟିକ ବିକଳ୍ପ ସମାପ୍ତ ହୋଇ ସାରିଛି।
ଦୋଷୀ ICJରେ କଲେ ଅପିଲ
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଦୋଷୀ ମଧ୍ୟରୁ ତିନି ଜଣ ଫାଶୀ ଘୁଞ୍ଚାଇବା ଲାଗି ଅନ୍ତରାଷ୍ଟ୍ରୀୟ ଅଦାଲତର ଦ୍ଵାରସ୍ଥ ହୋଇଛନ୍ତି। କୁହାଯାଉଛି ଯେ, ଦୋଷୀ ଅକ୍ଷୟ, ପବନ ଓ ବିନୟ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଶରଣ ନେଇ ଫାଶୀ ଘୁଞ୍ଚାଇବାକୁ ଆବେଦନ କରିଛି।