କଇଁ କଇଁ ହୋଇ କାନ୍ଦିଲା ନିର୍ଭୟା ଦୋଷୀ : ସ୍ବାମୀଙ୍କ ଲୁହ ଦେଖି ସ୍ତ୍ରୀ …….
28/01/2020 at 2:38 PM

ନୂଆଦିଲ୍ଲୀ ୨୮/୧: ନିର୍ଭୟାଙ୍କ ୩ଦୋଷୀ ମୁକେଶ,ପଓ୍ବନ ଏବଂ ବିନୟଙ୍କ ପରିବାର ଲୋକ ବାରମ୍ବାର ତାଙ୍କୁ ଭେଟିବାକୁ ତିହାର ଜେଲ୍ ଆସୁଥିଲେ କିନ୍ତୁ ଅନେକ ଦିନ ଅପେକ୍ଷା କରିବା ପରେ ଅକ୍ଷୟଙ୍କ ପରିବାର ଲୋକ ସୋମବାର ୩ନମ୍ବର ଜେଲ୍ ପହଞ୍ଚିଥିଲେ। ଫାଶୀ ତାରିଖ ସ୍ଥିର ହେବା ପୂର୍ବରୁ ନଭେମ୍ବର ମାସରେ ଅକ୍ଷୟର ପତ୍ନୀ ତାକୁ ଭେଟିବାକୁ ଜେଲ୍ ଆସିଥିଲେ। ଏହା ପରଠୁ ଅକ୍ଷୟଙ୍କ ପରିବାର ଲୋକେ ବାରମ୍ବାର ଅକ୍ଷୟ ସହ ଫୋନରେ କଥା ହେଉଥିଲେ।

ଅକ୍ଷୟର ପରିବାର ଲୋକ ବିହାରରେ ରୁହନ୍ତି। ନିଜ ମାଆ,ପତ୍ନୀ ଏବଂ ପୁତୁରାକୁ ଦେଖି ନିଜକୁ ରୋକି ନ ପାରି ବହୁତ କାନ୍ଦିଥିଲା। ପୁଅର ଅବସ୍ଥା ଦେଖି ମାଆ ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲା। ପତ୍ନୀ ଧୀର କଣ୍ଠରେ ଶାଶୁ ଏବଂ ସ୍ବାମୀକୁ ସାନ୍ତ୍ବନା ଦେଇଥିଲେ। ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପାଖାପାଖି ଅଧ ଘଣ୍ଟାର ସାକ୍ଷାତରେ ପତ୍ନୀ ଏବଂ ମାଆ ଚାଲିଥିବା ଆଇନ୍ କାର୍ଯ୍ୟକଳାପ ବିଷୟରେ ତାକୁ ପଚରାଉଚୁରା କରିଥିଲେ।

ନିର୍ଭୟା ମାମଲାରେ ୪ଦୋଷୀ ପଓ୍ବନ,ଅକ୍ଷୟ,ମୁକେଶ ଏବଂ ବିନୟ ଶର୍ମାଙ୍କ ବିରୋଧରେ ଦ୍ବିତୀୟ ଥର ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି। ଏମାନଙ୍କ ଫାଶୀ ତାରିଖ ଫେବୃୟାରୀ ୧ତାରିଖ ସ୍ଥିର ହୋଇଛି କିନ୍ତୁ ଦୋଷୀଙ୍କ ପାଖରେ ଏବେ ୫ଟି ଆଇନ ବିକଳ୍ପ ରହିଛି। ଏହା ସହିତ ମୁକେଶ ରାଷ୍ଟ୍ରପତିଙ୍କ ଦ୍ବାରା ଦୟା ଆବେଦନକୁ ଖାରଜ କରିବାର ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଛି। ଏପରି ପରିସ୍ଥିତିରେ ଫେବୃୟାରୀ ୧ତାରିଖରେ ମଧ୍ୟ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ସମ୍ଭବ ନୁହେଁ।

ଦୋଷୀଙ୍କ ଓକିଲଙ୍କ କହିବା ଅନୁସାରେ ଦୋଷୀ ପଓ୍ବନ ଏବଂ ଅକ୍ଷୟଙ୍କ ପାଖରେ ଏବେ ସୁଧାର ଆବେଦନ ଏବଂ ଦୟା ଆବେଦନର ବିକଳ୍ପ ରହିଛି କିନ୍ତୁ ବିନୟଙ୍କ ପାଖରେ ଦୟା ଆବେଦନର ବିକଳ୍ପ ରହିଛି। ପଓ୍ବନ,ବିନୟ,ମୁକେଶ ଏବଂ ଅକ୍ଷୟଙ୍କୁ ଏକ ଲୁଟ୍ ମାମଲାରେ ତଳ କୋର୍ଟ ୧୦ବର୍ଷର ଜେଲ୍ ଦଣ୍ଡ ଶୁଣାଇଥିଲା। ଏହି ନିଷ୍ପତ୍ତି ବିରୁଦ୍ଧରେ ଅପିଲ ହାଇକୋର୍ଟରେ ରହିଛି। ଯେବେ ଯାଏଁ ଏହା ଉପରେ ନିଷ୍ପତ୍ତି ହେଉନାହିଁ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ।

ଅପରପକ୍ଷରେ ତିହାର ଜେଲ୍ ପ୍ରଶାସନ ଫେବୃୟାରୀ ୧ତାରିଖରେ ଫାଶୀ ତାରିଖ ସ୍ଥିର ହେବା ଯୋଗୁଁ ଲଗାତାର ଫାଶୀ ପ୍ରସ୍ତୁତିରେ ଲାଗିଛି। ସୋମବାର ସକାଳେ ପୁଣି ଥରେ ୩ ନମ୍ବର ଜେଲରେ ସ୍ଥିତ ଫାଶୀ ଘରେ ଡମିକୁ ଫାଶୀରେ ଝୁଲାଇବାର ଅଭ୍ୟାସ କରାଯାଇଥିଲା।