ନିର୍ଭୟା ମାମଲା ଫାଶୀ ଦଣ୍ଡ ପୁନର୍ବିଚାର ଆବେଦନର ବୁଧବାରରେ ହେବ ଶୁଣାଣି – ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ନୂଆ ଖଣ୍ଡପୀଠ

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ ୧୭।୧୨ - ଆସନ୍ତାକାଲି ନିର୍ଭୟା ମାମଲା ନେଇ ରିଭ୍ୟୁ ପିଟିସ୍‌ନର ଶୁଣାଣି ସୁପ୍ରିମ କୋର୍ଟରେ ହେବ । ତେବେ ପୂର୍ବ ଖଣ୍ଡପୀଠ ନୁହଁ  ନୂଆ ଖଣ୍ଡପୀଠ ଏନେଇ ଶୁଣାଣି କରିବେ । ବ୍ୟକ୍ତିଗତ କାରଣ ଦର୍ଶାଇ ପୂର୍ବ ଖଣ୍ଡପୀଠରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଓହରିଯାଇଛନ୍ତି । ସେପଟେ ବହୁଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ତିସ୍  ହଜାରି କୋର୍ଟରେ ଦୋଷୀ ସାବ୍ୟସ୍ତ  କୁଲଦୀପ ସେନଗରଙ୍କୁ କି ଦଣ୍ଡ ଦିଆଯିବ ସେନେଇ ଆସନ୍ତା  ୨୦ରେ ରାୟ ପ୍ରକାଶ ହେବ।

{"id":199007,"sizeSlug":"large"}

ନିର୍ଭୟା ମାମଲାର ରିଭ୍ୟୁ ପିଟିସନ୍‌ର ଶୁଣାଣି ଆସନ୍ତାକାଲି । ସୁପ୍ରିମକୋର୍ଟର ନୂଆ ଖଣ୍ଡପୀଠ ବୁଧବାର ସକାଳ ୧୦.୩୦ଏନେଇ ଶୁଣାଣି କରିବେ । ମାମଲରେ ମୃତ୍ୟୁ ଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂ  ଦଣ୍ଡାଦେଶ ବିରୋଧରେ ରିଭ୍ୟୁ ପିଟିସନ ଆବେଦନ କରିଥିଲେ  ।

{"id":199008,"sizeSlug":"large"}

ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ମାମଲାର ଖଣ୍ଡପୀଠରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଓହରିଯିବା ପରେ ନୂଆ ଖଣ୍ଡପୀଠ ଗଠନ ହୋଇଛି । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ଦୋଷୀ ଅକ୍ଷୟ ସିଂହ, ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ କାରଣରୁ ଆୟୁ କମି ଯାଉଥିବାରୁ ମୃତ୍ୟୁଦଣ୍ଡର ଆବଶ୍ୟକତା ନଥିବା କହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନ କରିଥିଲେ ଅକ୍ଷୟଙ୍କ ଓକିଲ ।

{"id":199009,"sizeSlug":"large"}

 ଏହାସହ ଅକ୍ଷୟ ନିଜ ଆବେଦନରେ କହିଛି ଯେ ମୃତ୍ୟୁଦଣ୍ଡ ଅପରାଧୀକୁ ମାରିବା ଦ୍ବାରା ଅପରାଧ ଶେଷ ହେବ ନାହିଁ ।  ଏଣୁ ମୃତ୍ୟୁଦଣ୍ଡର ପୁନର୍ବିଚାର ସହ ସଂସ୍କାର ପାଇଁ ସୁଯୋଗ ଦେବାକୁ ସେ କୋର୍ଟରେ ଆବେଦନ କରିଛନ୍ତି ।  ପୂର୍ବରୁ ନିର୍ଭୟା ମାମଲାରେ ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇସାରିଛି …

ସେପଟେ ବହୁଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ବିଜେପିର ବହିଷ୍କୃତ ବିଧାୟକ କୁଲଦୀପ ସେନେଗରଙ୍କୁ କି ଦଣ୍ଡ ଦିଆଯିବ ତାହା ଆସନ୍ତା ୨୦ତାରିଖରେ ଶୁଣାଇବେ କୋର୍ଟ । ଆଜି ଦଣ୍ଡାଦେଶ ନେଇ ଉଭୟ ପକ୍ଷର ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ତିସ୍‌ ହଜାରି କୋର୍ଟ । ସେନଗରଙ୍କୁ ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଧାରା ୩୭୬ ଏବଂ ପକ୍ସୋ ଆଇନ ଧାରା ୫ ଏବଂ୬ ବଳରେ ଦିଲ୍ଲୀର ତିସ୍‌ ହଜାରି କୋର୍ଟ ସେନଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।  ….

ତେବେ ଉଭୟ ନିର୍ଭୟା ମାମଲାରେ ଆସନ୍ତାକାଲିର ଦଣ୍ଡଘୋଷଣା ଓ ଡିସେମ୍ବର ୨୦ରେ ଉନ୍ନାଓ ବଳାତ୍କାର ଘଟଣା ଉପରେ କଣ ଦଣ୍ଡବିଧାନ କରୁଛନ୍ତି କୋର୍ଟ ତା ଉପରେ ସାରା ଦେଶର ନଜର ରିହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.